Women Beater: ସଲମାନ ଖାନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ପ୍ରେମିକା!
Advertisement
Article Detail0/zeeodisha/odisha1310357

Women Beater: ସଲମାନ ଖାନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ପ୍ରେମିକା!

ସୋମି ଅଲିଙ୍କ ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ​​ସେ ସେହି ଶବ୍ଦ ସହିତ ତାଙ୍କ ପୂର୍ବ ପ୍ରେମିକଙ୍କ ଚରିତ୍ରକୁ ବାଖ୍ୟା କରୁଛନ୍ତି। ଅବଶ୍ୟ, ଲୋକଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ସୋମି ଏହି ପୋଷ୍ଟରେ ସଲମାନଙ୍କ ନାମ ନେଇ ନାହାନ୍ତି, ତଥାପି ଲୋକେ ସବୁ ବୁଝିଯାଇଛନ୍ତି। କିଛି ମାସ ପୂର୍ବରୁ, ସୋମି ଦୁଇଜଣ ଅଭିନେତାଙ୍କ ଫଟୋ ସେୟାର କରିଥିଲେ। 

Women Beater: ସଲମାନ ଖାନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ପ୍ରେମିକା!

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବିରୋଧରେ ପୁଣି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ତେବେ ଏଥର ତାଙ୍କର ପୂର୍ବତନ ପ୍ରେମିକା ତଥା ପାକିସ୍ତାନୀ ଅଭିନେତ୍ରୀ ଏହି ଅଭିଯୋଗ ଆଣିଛନ୍ତି। ପୂର୍ବତନ ଅଭିନେତ୍ରୀ ସୋମି ଅଲି ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ସଲମାନ ଖାନ ଏବଂ ଭାଗ୍ୟଶ୍ରୀ ଷ୍ଟାରର ଫିଲ୍ମ ମେନେ ପ୍ୟାର କିୟାଙ୍କ ପୋଷ୍ଟର ସେୟାର କରିଛନ୍ତି। ତେବେ ଏହି ପୋଷ୍ଟର କ୍ୟାପସନ ସମସ୍ତଙ୍କୁ  ଦ୍ୱନ୍ଦ୍ୱରେ ପକାଇଦେଇଛି। ଦବଙ୍ଗ ଷ୍ଟାରଙ୍କୁ ଅଭିନେତ୍ରୀ ମହିଳାଙ୍କୁ ମାରୁଥିବା ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି।

ଶୁକ୍ରବାର ପାକ୍ ଅଭିନେତ୍ରୀ ସୋମି ଅଲି, ମେନେ ପ୍ୟାର କିୟାଙ୍କ ପୋଷ୍ଟରର ଏକ ଫଟୋ ସେୟାର କରି ସେ ଏହାର କ୍ୟାପସନ୍ ଦେଇଛନ୍ତି, “ଜଣେ ମହିଳାଙ୍କୁ ମାଡ ମାରୁଥିବା ବ୍ୟକ୍ତ, କେବଳ ମୋତେ ନୁହଁ, ଅନେକଙ୍କୁ ମାଡ ମାରିଛନ୍ତି। ଦୟାକରି ତାଙ୍କୁ ପୂଜା କରିବା ବନ୍ଦ କରନ୍ତୁ। ସେ ଅନ୍ୟଙ୍କୁ କଷ୍ଟ ଦେଇ ଖୁସି ହେଉଥିବା ବ୍ୟକ୍ତି। ଆପଣଙ୍କୁ ଏବିଷୟରେ କୌଣସି ଧାରଣା ନାହିଁ।” ତେବେ ଏହା ପ୍ରଥମ ଥର ନୁହଁ, ଏପରି ଅନକ ଥର ସୋମି, ଅଭିନେତା ସଲମାନ ଖାନଙ୍କୁ ଟାର୍ଗେଟ କରି ତାଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଇଛନ୍ତି।

Also Read: Raju Srivastav Video: ରାଜୁ ଶ୍ରୀବାସ୍ତବଙ୍କ ଭାବପ୍ରବଣ ଭିଡିଓ, ଦିନେ କହିଥିଲେ ଯମରାଜ ଯଦି ଆସନ୍

ସୋମି ଅଲିଙ୍କ ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ​​ସେ ସେହି ଶବ୍ଦ ସହିତ ତାଙ୍କ ପୂର୍ବ ପ୍ରେମିକଙ୍କ ଚରିତ୍ରକୁ ବାଖ୍ୟା କରୁଛନ୍ତି। ଅବଶ୍ୟ, ଲୋକଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ସୋମି ଏହି ପୋଷ୍ଟରେ ସଲମାନଙ୍କ ନାମ ନେଇ ନାହାନ୍ତି, ତଥାପି ଲୋକେ ସବୁ ବୁଝିଯାଇଛନ୍ତି। କିଛି ମାସ ପୂର୍ବରୁ, ସୋମି ଦୁଇଜଣ ଅଭିନେତାଙ୍କ ଫଟୋ ସେୟାର କରିଥିଲେ। ତାହା ମଧ୍ୟ ମେନେ ପ୍ୟାର୍ କିୟାଙ୍କ ଟାଇଟଲ୍ ଗୀତର ସ୍କ୍ରିନସଟ୍ ପରି ମନେ ହେଉଥିଲା। କ୍ୟାପସନରେ ସେ ଲେଖିଥିଲେ, “ବଲିଉଡର Harvey Weinstein! ତୁମର ପର୍ଦ୍ଦାଫସ ହେବ। ତୁମେ ଦୁର୍ବ୍ୟବହାର କରିଥିବା ମହିଳାମାନେ ଦିନେ ବାହାରକୁ ଆସିବେ ଏବଂ ସେମାନେ ଐଶ୍ୱର୍ଯ୍ୟା ପରି ସତ୍ୟ କହିବେ।” ତେବେ ସେହି ପୋଷ୍ଟରେ ମଧ୍ୟ ସୋମି କୌଣସି ବ୍ୟକ୍ତିଙ୍କ ନାମ ନେଇନଥିଲେ।

ସୋମି ଅଲି ନବେ ଦଶକରେ କ୍ରିଷ୍ଣ ଅବତାର, ଅନ୍ତ, ଆନ୍ଦୋଲନ ଏବଂ ମାଫିଆ ସମେତ କିଛି ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ। ଅନେକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ, ସେ କେବଳ ସଲମାନ ଖାନଙ୍କ ସହ ରହିବାକୁ ବଲିଉଡକୁ ଆସିଛନ୍ତି। ସେ ମେନେ ପ୍ୟାର କିୟାଙ୍କୁ ଦେଖି ସଲମାନ ଖାନଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏପରିକି ସେ ତାଙ୍କ ୱାଲେଟରେ ତାଙ୍କ ଫଟୋ ରଖିଥିଲେ। ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ସଲମାନ ଏବଂ ସୋମି ରିଲେସନସିପରେ ଥିଲେ। ସେମାନଙ୍କ ବ୍ରେକଅପ୍ ପରେ ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଥିଲେ। 

fallback

ଏକ ସାକ୍ଷାତକାରରେ ପାକ୍ ଅଭିନେତ୍ରୀ ସୋମି ଅଲି କହିଥିଲେ, “ମୁଁ ତାଙ୍କ ସହିତ ବ୍ରେକ୍ଅପ୍ ହେବାର ୨୦ ବର୍ଷ ବିତିଗଲାଣି। ସେ ମୋତେ ପ୍ରତାରଣା କଲା ଏବଂ ମୁଁ ତାଙ୍କ ସହ ବ୍ରେକଅପ୍ କରି ଚାଲିଗଲି। ଏହା ସେତିକି ସରଳ ଅଟେ। ମୁଁ ପ୍ରଥମେ ସେଠାକୁ (ଭାରତ) ବଲିଉଡର ଏକ ଅଂଶ ହେବାକୁ ଯାଇ ନଥିଲି। ଥରେ ମୁଁ ମୋର ଏକ୍ସ ସହିତ ବ୍ରେକଅପ୍ କରିଥିଲି, ମୋତେ ସେଠାରେ ରହିବାର କୌଣସି କାରଣ ନଥିଲା।”