Salman Khan : ଟେନସନରେ ସଲୁମିଆଁ, ଭାଇଜାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା
Advertisement
Article Detail0/zeeodisha/odisha1522290

Salman Khan : ଟେନସନରେ ସଲୁମିଆଁ, ଭାଇଜାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା

Somy Ali Statement: ବଲଉଡର ଭାଇଜାନ ସଲମାନ ଖାନ୍ । ସଲମାନ ନିଜ ହିଟ୍ ଫିଲ୍ମ କିମ୍ବା କୈଣସି ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ, ଏହି କ୍ରମରେ ପୁଣି ଥରେ ସଲୁମିଆଁ ଚର୍ଚ୍ଚାକୁ ଆସିଛନ୍ତି। ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମୀ ଅଲ୍ଲୀ ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । 

Salman Khan : ଟେନସନରେ ସଲୁମିଆଁ, ଭାଇଜାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା

Somy Ali Statement: ବଲଉଡର ଭାଇଜାନ ସଲମାନ ଖାନ୍ । ସଲମାନ ନିଜ ହିଟ୍ ଫିଲ୍ମ କିମ୍ବା କୈଣସି ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ, ଏହି କ୍ରମରେ ପୁଣି ଥରେ ସଲୁମିଆଁ ଚର୍ଚ୍ଚାକୁ ଆସିଛନ୍ତି। ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମୀ ଅଲ୍ଲୀ ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିନେତା ତାଙ୍କୁ ମାନଷିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ବୋଲି କହିଛନ୍ତି ଅଭିନେତ୍ରୀ । ଏପରିକି ସେ ଯୌନ ଶୋଷଣର ମଧ୍ୟ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ସୋମୀ।  ସୋମୀ ଅଲ୍ଲୀ ଆହୁରୀ କହିଛନ୍ତି ଯେ, ଦିର୍ଘ ୮ ବର୍ଷର ସମ୍ପର୍କରେ ସେ ଏଭଳି ପରିସ୍ଥିତି ଦେଇ ଗତି କରିଛନ୍ତି । ଏବଂ ତାଙ୍କ ଉପରେ ହେଉଥିବା ଆକ୍ରମଣକୁ ସେ କ୍ରମାଗତ ଭାବେ ଲୁଚାଇ ଆସୁଛନ୍ତି। ସତ କହିବାକୁ ପୀଡିତାଙ୍କୁ ବର୍ଷ ବର୍ଷ ସମୟ ଲାଗେ । 

 ସର୍ବ ସମମ୍ମୁଖରେ କ୍ଷମା ପ୍ରାର୍ଥନା ପାଇଁ ଦାବି : 
ସଲମାନଙ୍କ ବିରୋଧରେ ଆଣିଥିବା ଅଭଯୋଗ ସାଂଘାତିକ  । ତେବେ ସୋମୀ ଅଲ୍ଲୀ ଦାବି କରିଛନ୍ତି ଯେ, ସଲମାନ ଖାନ୍ ନିଜ କୁକର୍ମ ପାଇଁ ମୋତେ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ୍ ।  'ମୁଁ ଯେଉଁ ପ୍ରକାରର ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ ଗତି କରିଛି, ମୁଁ ଅନୁରୋଧ କରୁଛି ଯେ ସେ ସମଗ୍ର ବିଶ୍ୱବାସୀଙ୍କ ସାମ୍ନାରେ ସେ ମୋତେ କ୍ଷମା ମାଗନ୍ତୁ ।'

ଏହାବି  ପଢନ୍ତୁ : HBD Hrithik Roshan: 'କହୋନା ପ୍ୟାର ହେ'ଫିଲ୍ମ ପରେ ଆସିଥିଲା ୩୦୦୦ ହଜାର ବିବାହ ପ୍ରସ୍ତାବ 

 

 
 
 
 

 
 
 
 
 
 
 
 
 
 
 

A post shared by Somy Ali (@realsomyali)

 
 
 
 

 
 
 
 
 
 
 
 
 
 
 

A post shared by Somy Ali (@realsomyali)

ସଲମାନ ଅହଂକାରୀ ବୋଲି କହିଥିଲେ ସୋମୀ :
ସୋମୀ ଅଲ୍ଲୀ ସଲମାନଙ୍କୁ ଜଣେ ଅହଂକାରୀ ଏବଂ ସ୍ୱାର୍ଥପର ବ୍ୟକ୍ତି ବୋଲି କହିଛନ୍ତି । ଏହାସହ ସୋମୀ ଅଲ୍ଲୀ  ଭାରତରେ କିଛି  ଶୋ’ ଆୟୋଜନ କରୁଛନ୍ତି । ଏହି ଶୋ ଗୁ଼ଡିକ ଉପରେ ଲାଗିଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ୧୫ ବର୍ଷର କଠିନ ପରିଶ୍ରମ ସହିତ ସୋମୀ ଏହି ଶୋ ଆୟୋଜନ କରିବାକୁ ଯାଉଛନ୍ତି । ଏହି ଶୋ’ର ସାହାଯ୍ୟରେ ଅଭିନେତ୍ରୀ ୪୦ ହଜାର ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଯଦି ଏହି ଶୋ ବନ୍ଦ ହୋଇଯିବ ,ତେବେ ଏହି ୪୦୦୦୦ ଲୋକ ରୋଜଗାର ଶୂନ୍ୟ ହୋଇଯିବେ। ସେ ଆହୁରୀ, ସଲମାନ ଖାନଙ୍କୁ କହିଛନ୍ତି ଯେ ଦିନେ ତୁମେ ଲଜ୍ଜିତ ଅନୁଭବ କରିବ ଏବଂ ଦୁନିଆ ଆଗରେ ମୋତେ କ୍ଷମା ମାଗିବ ।

 

୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ସଲମାନ ଓ ସୋମୀ ପ୍ରେମ ସମ୍ପର୍କରେ ରହିବା ସହ ଅନେକ ଫିଲ୍ମରେ ଏକାଠି ଅଭିନୟ ମଧ୍ୟ କରିଥିଲେ । ଏବେ ହଠାତ ସୋମି ଅଲ୍ଲୀ କ୍ୟାମେରା ସାମ୍ନାକୁ ଆସି ସଲମାନଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିବା ପଛରେ ଗୋଟିଏ ବଡ କାରଣ ରହିଥିବା କୁହାଯାଉଛି । ଭାରତରେ ସୋମି କିଛି ଇଭେଣ୍ଟର ଆୟୋଜନ କରୁଛନ୍ତି ତାକୁ ଜାଣିଶୁଣି ସଲମାନ ରଦ୍ଧ କରୁଥିବା ସୋମୀ ଅଭିଯୋଗ କରିଛନ୍ତି । ଏଥିସହ ପୁରୁଣା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ସାମ୍ନାକୁ ଆଣିବାକୁ ମଧ୍ୟ ପଛାଇ ନାହାଁନ୍ତି ।