Shahrukh Khan: ବଲିଉଡକୁ ମାଡି ଆସୁଛି ସଙ୍କଟ, ବୈଷ୍ଣୋଦେବୀଙ୍କ ଶରଣ ପଶିଲେ କିଙ୍ଗ ଖାନ୍ !
Advertisement
Article Detail0/zeeodisha/odisha1482233

Shahrukh Khan: ବଲିଉଡକୁ ମାଡି ଆସୁଛି ସଙ୍କଟ, ବୈଷ୍ଣୋଦେବୀଙ୍କ ଶରଣ ପଶିଲେ କିଙ୍ଗ ଖାନ୍ !

Shahrukh Khan: ବଲିଉଡ୍ ସୁପରଷ୍ଟାର ଶାହରୁକ୍ ଖାନ୍ । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ 'ପଠାନ'ର ନିର୍ଦ୍ଦେଶକ କିଙ୍ଗଖାନଙ୍କ ଲୁକ ନେଇ ବଡ ଖୁଲାସା କରିଥିଲେ। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଶାହରୁକ୍ ଦେବୀ ମାଆଙ୍କ କୃପାଲାଭ କରିବାକୁ ଜମ୍ମୁର ବୈଷ୍ଣଦେବୀଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି। ଗତ କିଛି ଦିନ ତଳେ ଶାହରୁକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା।

Shahrukh Khan: ବଲିଉଡକୁ ମାଡି ଆସୁଛି ସଙ୍କଟ, ବୈଷ୍ଣୋଦେବୀଙ୍କ ଶରଣ ପଶିଲେ କିଙ୍ଗ ଖାନ୍ !

Shahrukh Khan: ବଲିଉଡ୍ ସୁପରଷ୍ଟାର ଶାହରୁକ୍ ଖାନ୍ । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ 'ପଠାନ'ର ନିର୍ଦ୍ଦେଶକ କିଙ୍ଗଖାନଙ୍କ ଲୁକ ନେଇ ବଡ ଖୁଲାସା କରିଥିଲେ। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।  ଶାହରୁକ୍ ଦେବୀ ମାଆଙ୍କ କୃପାଲାଭ କରିବାକୁ ଜମ୍ମୁର ବୈଷ୍ଣଦେବୀଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି। ଗତ କିଛି ଦିନ ତଳେ ଶାହରୁକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଶାହରୁକ୍ ମୁସଲମାନଙ୍କ ଧର୍ମସ୍ଥଳୀ ଉମରା  (Umrah)ରେ ଦେଖିବାକୁ ମିଳିଲା। ଶାହାରୁକ୍ ଏକ ହ୍ବାଇଟ କର୍ଲର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଉ ବର୍ତ୍ତମାନ ବୈଷ୍ଣଦେବୀଙ୍କ ଶରଣରେ ପଶିବା ପାଇଁ ଜମ୍ମୁରେ ପହଞ୍ଚିଛନ୍ତି।

ଶାହରୁଖ ଖାନଙ୍କୁ ପ୍ରଥମେ ଜାମ୍ମୁ ବିମାନବନ୍ଦରରୁ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ଆଣାଯାଇଥିଲା। ଏହା ପରେ ତାଙ୍କୁ ପୁରା ସୁରକ୍ଷା ସହ ଚାଲିଚାଲି  ବୈଷ୍ଣୋମାତାଙ୍କ ନିକଟକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ଶାହରୁଖ ଖାନ ମୁହଁକୁ ଏକ କଳା କପଡାରେ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ଡନ ଭିତରେ ଚୁପଚାପ୍ ଚାଲୁଥିବାର ନଜର ଆସିଥିଲେ । ତେବେ, ବଲିଉଡ ଗଭୀର ସଙ୍କଟ ସ୍ଥିତିରେ ବର୍ତ୍ତମାନ ଗତି କରୁଛି । ଏହି ସଙ୍କଟରୁ ବଲିଉଡକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ଅଭିନେତାମାନେ ଭଗବାନଙ୍କ ଆଶ୍ରୟସ୍ଥଳକୁ ଯାଉଛନ୍ତି। ଶାହରୁଖ ଖାନଙ୍କ ମା’ଙ୍କ ମନ୍ଦିରରେ ଶରଣ ପଶିଛନ୍ତି ବୋଲି ଚର୍ଚ୍ଚା ହେଉଛି । 

ଯଦି ଆମେ ଶାହରୁକ ଖାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ପଠାନ୍', 'ଯବାନ' ଓ 'ଦୁଙ୍କି' ଫିଲ୍ମରେ ନିଜର ଆସିବେ କିଙ୍ଗଖାନ୍ । ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ୍ ହେବ । ଯେଉଁଥିରେ ଜନ୍ ଆବ୍ରାହମ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟିଜର କିଙ୍ଗ ଖାନଙ୍କ ୫୭ ତମ ଜନ୍ମଦିନରେ ମୁକ୍ତିଲାଭ କରିଥିଲା, ଯାହାକୁ ଫ୍ୟାନ୍ସ ମାନଙ୍କ ଠାରୁ ଭଲ ରେସପନ୍ସ ପାଇଥିଲା। ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ୟଶ ରାଜ ଫିଲ୍ମସ୍ ଅଧୀନରେ ନିର୍ମାଣ ହୋଇଛି । ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା ରଖିଛନ୍ତି ପୁରା ଷ୍ଟାରକାଷ୍ଟ । 

ଏହାବି ପଢନ୍ତୁ : Virat Anushka Wedding Anniversary: ରାଗରୁ ଆରମ୍ଭ ହୋଇଥିଲା ପ୍ରେମ, ଜାଣନ୍ତୁ ବିରୁଷ୍କାଙ୍କ ବିଷୟରେ କିଛି ରୋଚକ କଥା

ଏହାବି ପଢନ୍ତୁ : Dilip Kumar Birth Anniversary: କାହା ଭୟରେ ନିଜ ନାଁ ବଦଳାଇ ଥିଲେ ଦିଲୀପ କୁମାର ?

ଏହାବି ପଢନ୍ତୁ : Sushant Singh Rajput: କାହିଁକି ବିକ୍ରି ହେଉନି ସୁଶାନ୍ତ ସିଂ ରାଜପୁତଙ୍କ ବାଦ୍ରା ଫ୍ଲାଟ୍, କାରଣ ଜାଣିଲେ ଆପଣବି ହୋଇଯିବ ଆଶ୍ଚର୍ଯ୍ୟ