Shah Rukh Khan: ‘ତୁମେ ବାପା ହୁଅ ମୁଁ ହିରୋ ଭୂମିକାରେ ଅଭିନୟ କରିବି’
Advertisement

Shah Rukh Khan: ‘ତୁମେ ବାପା ହୁଅ ମୁଁ ହିରୋ ଭୂମିକାରେ ଅଭିନୟ କରିବି’

Shah Rukh Khan: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ। ଜାନୁଆରୀ ୨୫ରେ କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଛି । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ବେଶ ସଫଳତା ପାଇଛି। ଫିଲ୍ମ ‘ପଠାନ’ପ୍ରମୋସନ ପାଇଁ ଶାହରୁଖ ,ସୋସିଆଲ ମିଡିଆର ସାହାରା ନେଇଥିଲେ। ରିଲିଜ୍ ପୂର୍ବରୁ ଫ୍ୟାନ୍ସଙ୍କ ସହ ଟ୍ବିଟରେ ( ASK SRK ) ଆସକ୍ ଏସଆରକେ ସେସନ୍ ଆରମ୍ଭ କରିଥିଲେ । ଯେଉଁଥିରେ ସେ ଫ୍ୟାନ୍ସଙ୍କ ସହ ଯୋଡି ହୋଇଥିଲେ। ଏବଂ ଫ୍ୟାନ୍ସ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଟିକନିକ୍ ଉତ୍ତର ମଧ୍ୟ ଦେଉଥିଲେ ।

ସୌଜନ୍ୟ- ସୋସିଆଲ ମିଡିଆ

Shah Rukh Khan: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ।  ଜାନୁଆରୀ ୨୫ରେ  କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଛି । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ବେଶ ସଫଳତା ପାଇଛି। ଫିଲ୍ମ ‘ପଠାନ’ପ୍ରମୋସନ ପାଇଁ ଶାହରୁଖ ,ସୋସିଆଲ ମିଡିଆର ସାହାରା ନେଇଥିଲେ। ରିଲିଜ୍ ପୂର୍ବରୁ ଫ୍ୟାନ୍ସଙ୍କ ସହ ଟ୍ବିଟରେ ( ASK SRK ) ଆସକ୍ ଏସଆରକେ ସେସନ୍ ଆରମ୍ଭ କରିଥିଲେ । ଯେଉଁଥିରେ ସେ ଫ୍ୟାନ୍ସଙ୍କ ସହ ଯୋଡି ହୋଇଥିଲେ। ଏବଂ ଫ୍ୟାନ୍ସ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଟିକନିକ୍ ଉତ୍ତର ମଧ୍ୟ ଦେଉଥିଲେ ।  ଏହି ସମୟରେ ଶାହାରୁକଙ୍କୁ ଜଣେ ସୋସିଆଲ ମିଡିଆ ୟୁଜର୍ସ ପଚାରିଥିଲେ ଯେ, ଆପଣ ଏଭଳି ଭାବେ ଜୀବନ ସାରା ହିରୋ ଭୂମିକାରେ ଅଭିନୟ କରିବେ ନା ଆଗକୁ ହିରୋ, ହିରୋଇନଙ୍କ ବାପା ଭୂମିକାରେ ଅଭିନୟ କରିବାର କିଛି ଯୋଜନା ରଖିଛନ୍ତି କି ? ଏଥିରେ ଶାହାରୁଖ ରାଗି ଯାଇଥିଲେ , ଆଉ ଜବାବ୍ ଦେଇଥିଲେ ‘ତୁମ୍ ବାପ୍ ବନୋ ମେଁ ହିରୋ ହିଁ ଠିକ୍ ହୁଁ  ।’

ନିକଟରେ ଶାହରୁଖ ଖାନଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ, ଶାହରୁଖ ଖାନ କିଏ ? ମୁଁ ତାଙ୍କ ବିଷୟରେ କିମ୍ବା ‘ପଠାନ’ ଚଳଚ୍ଚିତ୍ର ବିଷୟରେ କିଛି ଜାଣେ ନାହିଁ । ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଏଭଳି ଉତ୍ତର ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପରେ ବିଶ୍ୱଶର୍ମା ଟ୍ୱିଟ୍ କରି କହିଥିଲେ ଯେ ‘ଶାହରୁଖ ମୋତେ ରାତି ୨ଟାରେ ଫୋନ୍ କରି କଥା ହୋଇଥିଲେ। ଏପରିକି ନିଜ ଫିଲ୍ମର ସ୍କ୍ରିନିଂ ବେଳେ ଗୌହାଟୀରେ ହୋଇଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ଆଇନ ଶୃଙ୍ଖଳା ବଜାଇ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଛି। ଏନେଇ ଆମେ ତଦନ୍ତ କରିବୁ। ପୁଣିଥରେ ଯେମିତି ଏଭଳି ଅପ୍ରିତିକର ଘଟଣା ନ ଘଟେ ତାହା ନିଶ୍ଚିତ କରିବୁ।’

 

ଏହାବି ପଢନ୍ତୁୁ : Amitabh Bachchan: ଜୟା କି ରେଖା ନୁହଁନ୍ତି, କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି ଯୁବତୀଙ୍କ ପରାମର୍ଶ ନିଅନ୍ତି ବିଗ୍ ବି'

ଏହାବି ପଢନ୍ତୁୁ :  Web Series: ବନ୍ଦ ହେଲା ସ୍କେର୍ଡ୍ ଗେମ୍ସ, ସିରିଜ୍, ଜାଣନ୍ତୁ କେବେ ରିଲିଜ୍ ହେବ ମିର୍ଜାପୁର-୩ ଓ ଫ୍ୟାମିଲି ମ୍ୟାନ- ୩

ଶାହରୁଖ ଖାନଙ୍କ ଅଭିନୀତ ମୁଭି ‘ପଠାନ’ ବକ୍ସ ଅଫିସରେ ଖୁବ ଭଲ କଲେକସନ କରିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ବ୍ୟାନ ପରେ ବି ପାକିସ୍ତାନର କରାଚିରେ ଡିଫେନ୍ସ ହାଉସିଂ ଅଥରିଟିରେ ବେଆଇନ ଭାବେ ଶାହାରୁଖ ଖାଁଙ୍କ ମୁଭି ‘ପଠାନ’ ସ୍କ୍ରିନିଂ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୋ’ର ସମସ୍ତ ଟିକେଟ ଖୁବଶୀଘ୍ର ବିକ୍ରି ହୋଇଯାଇଛି । ସୂଚନାଯୋଗ୍ୟ, ଗତ ୪ ବର୍ଷ ହେବ ପାକିସ୍ତାନରେ ବଲିଉଡ ଫିଲ୍ମକୁ ବ୍ୟାନ କରାଯାଇଛି । ୨୦୧୯ରେ ଭାରତ ଦ୍ୱାରା ପାକିସ୍ତାନି ଏୟାର ସ୍ପେଶ ଉପଲବ୍ଧ ପରେ ମୁଭି ଥିଏଟର୍ସକୁ ରିପ୍ରେଜେଣ୍ଟ କରୁଥିବା ଟ୍ରେଣ୍ଡ ଗ୍ରୁପ ନିଷ୍ପତ୍ତି ନେଇଥିଲେ କି ବଲିଉଡ ମୁଭି ପାକିସ୍ତାନରେ ଚାଲିପାରିବ ନାହିଁ । ୪ ବର୍ଷ ମଧ୍ୟରେ ଗୋଟିଏ ବି ବଲିଉଡ ମୁଭି ପାକିସ୍ତାନରେ ରିଲିଜ୍ କରାଯାଇ ନାହିଁ । କୁହାଯାଉଛି କି ଫାୟରୱାର୍କ ଇଭେଣ୍ଟସ ନାମକ କମ୍ପାନୀ ‘ପଠାନ’ ଫିଲ୍ମର ସ୍କ୍ରିନିଂ କରିଛି । ସେ ଫେସବୁକରେ ଏକ ପୋଷ୍ଟ ଶେୟାର କରିଛି କି ଟିକେଟ ୯୦୦ ଟଙ୍କାରେ ବିକ୍ରି କରାଯାଉଛି ।