Salman Khan: ନିଜ ଜନ୍ମଦିନରେ ଏକ୍ସ ଗର୍ଲଫ୍ରେଣ୍ଡକୁ ସଲମାନ ଦେଲେ ଏହି ଗିଫ୍ଟ, ଫ୍ୟାନ୍ସ କହିଲେ...
Advertisement
Article Detail0/zeeodisha/odisha1503359

Salman Khan: ନିଜ ଜନ୍ମଦିନରେ ଏକ୍ସ ଗର୍ଲଫ୍ରେଣ୍ଡକୁ ସଲମାନ ଦେଲେ ଏହି ଗିଫ୍ଟ, ଫ୍ୟାନ୍ସ କହିଲେ...

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍ । ସଲମାନ ଖାନ ଆଜି ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ପେଶାଲ ଡେ' ପାଇଁ ଭାଇଜାନଙ୍କ ପରିବାର ପକ୍ଷରୁ ସୋମବାର(ନଭେମ୍ବର ୨୬) ଏକ ବଡ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ସଲମାନ ଖାନ କଡା ସୁରକ୍ଷା ସହ ପହଞ୍ଚିଥିଲେ।

ସୌଜନ୍ୟ-ସୋସିଆଲ ମିଡିଆ

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍ । ସଲମାନ ଖାନ ଆଜି ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ପେଶାଲ ଡେ' ପାଇଁ 
ଭାଇଜାନଙ୍କ ପରିବାର ପକ୍ଷରୁ ସୋମବାର(ନଭେମ୍ବର ୨୬) ଏକ ବଡ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ସଲମାନ ଖାନ କଡା ସୁରକ୍ଷା ସହ ପହଞ୍ଚିଥିଲେ। ଅନେକ ବି-ଟାଉନ୍ ସେଲିବ୍ରେଟ୍  ଏହି ପାର୍ଟିରେ ଯୋଗ ଦେଇଥିଲେ। ଶାହରୁଖ ଖାନ ମଧ୍ୟ ସଲମାନଙ୍କ ଜନ୍ମଦିନ ପାର୍ଟୀରେ ପହଞ୍ଚି ଦବଙ୍ଗ ଖାନଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହା ବ୍ୟତୀତ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନି(Sangeeta Bijlani) ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ ଖାନ ଏବଂ ସଙ୍ଗୀତା ବିଜଲାନି ମଧ୍ୟ ନିଜର କ୍ବାଲିଟି ଟାଇମ୍ ସ୍ପେଣ୍ତ କରିଥିଲେ।  

ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ସଲମାନ ଖାନ ତାଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ  ପାଳନ କରନ୍ତି । ଏଥର ମଧ୍ୟ ଅଭିନେତାଙ୍କ ବିଶେଷ ଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟି ସହିତ ଜଡିତ ଅନେକ ଭିଡିଓ ଏବଂ ଫଟୋ  ଭାଇରାଲ ହେବାରେ ଲାଗିଛି । ଏହି ପାର୍ଟିରେ ସଲମାନ ଏକ ବ୍ଲାକ କର୍ଲର ସାର୍ଟ ଓ ଜିନ୍ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ବହୁତ ସ୍ମାର୍ଟ ଦେଖାଯାଉଥିଲେ।  ଅଭିନେତାଙ୍କ ଲୁକକୁ ନେଇ ଫ୍ୟାନ୍ସ ଯେତିକି ଏକସାଇଟେଡ ନ ଥିଲେ ତା ଠାରୁ ଅଧିକ ଏକ୍ସସାଇଟେଡ୍ ଥିଲେ ଅନ୍ୟ ଏକ କାରଣ ପାଇଁ । ପାର୍ଟିରେ ପୂର୍ବତନ ଗାର୍ଲଫ୍ରେଣ୍ତକୁ ଦେଖି ରୋମାଣ୍ଟିକ ହୋଇଯାଇଥିଲେ ସଲମାନ । ସେଠାରେ ଉପସ୍ଥିତ ଥିବା 
ପୂର୍ବତନ ଗାର୍ଲଫ୍ରେଣ୍ତ ସଙ୍ଗୀତା ବିଜଲାନିଙ୍କୁ ଏକ କିସ୍ ମଧ୍ୟ କରିଥିଲେ। ସଙ୍ଗୀତା ବିଜଲାନି ଓ ସଲମାନ ଖାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ନିଜ ବାର୍ଥଡେ ପାର୍ଟିରେ ଯେତେବେଳେ ସଙ୍ଗୀତା ଙ୍କୁ ଦେଖିଥିଲେ। ସେତେବେଳେ ନିଜକୁ ସମ୍ଭାଳି ପାରି ନ ଥିଲେ ଭାଇଜାନ । ସଙ୍ଗୀତାଙ୍କୁ ପାଖରେ ପାଇଁ ଆଲିଙ୍ଗନ କରିବା ସହ ଏକ ଜବରଦସ୍ତ କିସ୍ ମଧ୍ୟ କରିଥିଲେ। 

ଏହାବି ପଢନ୍ତୁ : Happy Birthday Salman Khan: ପିଲାବେଳେ ଟଙ୍କା ଜାଳିଥିଲେ ସଲମାନ୍ , ଜାଣନ୍ତୁ ଭାଇଜାନଙ୍କ ବିଷୟରେ କିଛି ରୋଚକ କଥା

ଏହାବି ପଢନ୍ତୁ : Tunisha Sharma Suicide: ଆଜି ତୁନିଶାଙ୍କ ହେବ ଶେଷକୃତ୍ବ, ଝିଅକୁ ହରାଇ ଚେତାଶୂନ୍ୟ ମାଆ

 

ପୁଣି ଥରେ ଏହି ଲବବାର୍ଡ ପ୍ରେମରେ ପଡିଛନ୍ତି କି ?

ତେବେ, ବାର୍ଥ ଡେ ପାର୍ଟିର ଏହି ଫଟୋ ଗୁଡିକ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।  ଉଭୟଙ୍କ ମଧ୍ୟରେ ଏତେ ଭଲ ବଣ୍ତିଂ ଦେଖି ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ଯେ, ପୁଣି ଥରେ ସଲମାନ ଖାନ୍ ଓ ସଙ୍ଗୀତା ପ୍ରେମରେ ପଡିଛନ୍ତି କି ? ତେବେ ସଲମାନ ଏବଂ ସଙ୍ଗୀତାଙ୍କୁ ଏକାଠି ଦେଖିବାକୁ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ​​।