Pushpa 2 Shooting: 'ପୁଷ୍ପା ୨'ରେ ରଶ୍ମିକାଙ୍କ ସ୍ଥାନ ନେଇ ପାରନ୍ତି ସାଉଥର ଏହି Actress
Advertisement

Pushpa 2 Shooting: 'ପୁଷ୍ପା ୨'ରେ ରଶ୍ମିକାଙ୍କ ସ୍ଥାନ ନେଇ ପାରନ୍ତି ସାଉଥର ଏହି Actress

Pushpa 2 Shooting: ନିର୍ମାତାମାନେ ସାଇଙ୍କୁ ଏହି ଫିଲ୍ମରେ ନେଉଥିବାରୁ ରଶ୍ମିକା ମନ୍ଦନାଙ୍କୁ ଏହି ସିକ୍ୱେଲରୁ ବାହାର କରିଦେବେ ବୋଲି ଗୁଜବ ଉଠୁଥିଲା । କିନ୍ତୁ ଏସବୁ ଉଡା ଖବର ବୋଲି ନିର୍ମାତା କହିଛନ୍ତି । କାରଣ ରଶ୍ମିକା ଏବଂ ପୁଷ୍ପାଙ୍କ ସମ୍ପର୍କ ଫିଲ୍ମର କାହାଣୀକୁ ଏକ ନୂଆ ମୋଡ଼ ଦେଇଥାଏ ।

ସୌଜନ୍ୟ-ସୋସିଆଲ ମିଡିଆ

Pushpa 2 Shooting: ପୁଷ୍ପା-ଦ ରାଇଜ’ପାର୍ଟ୧ ର ସଫଳତା ପରେ ବର୍ତ୍ତମାନ ଫିଲ୍ମର ଦ୍ବିତୀୟ ଭାଗର ସୁଟିଂ ଆରମ୍ଭ ହୋଇଛି । ପ୍ରଶଂସକମାନେ ବେଶ୍‌ ଉତ୍ସାହର ସହିତ ପୁଷ୍ପାର ଦ୍ୱିତୀୟ ଭାଗକୁ ଅର୍ଥାତ୍‌ ‘ପୁଷ୍ପା-ଦ ରୁଲ’କୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଯେ, ପୁଷ୍ପା-୨ରେ ଆଉ ଜଣେ ନୂଆ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା ଏଥର ଏହି ଫିଲ୍ମରେ ସାଉଥ୍ ସୁନ୍ଦରୀ ସାଇ ପଲ୍ଲବୀଙ୍କୁ ଚାନ୍ସ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 'ପୁଷ୍ପା ପାର୍ଟ ୨'ରେ ଅନେକ ଟୁଇଷ୍ଟ ମଧ୍ୟ ସାମ୍ନାକୁ ଆସିବ । ତେବେ, ଏହି ଫିଲ୍ମ ସାଇ ପଲ୍ଲବୀ ପୁଷ୍ପାଙ୍କ ଭଉଣୀ ଭୂମିକାରେ ନଜର ଆସିବେ । 

ନିର୍ମାତାମାନେ ସାଇଙ୍କୁ ଏହି ଫିଲ୍ମରେ ନେଉଥିବାରୁ ରଶ୍ମିକା ମନ୍ଦନାଙ୍କୁ ଏହି ସିକ୍ୱେଲରୁ ବାହାର କରିଦେବେ ବୋଲି ଗୁଜବ ଉଠୁଥିଲା । କିନ୍ତୁ ଏସବୁ ଉଡା ଖବର ବୋଲି ନିର୍ମାତା କହିଛନ୍ତି । କାରଣ ରଶ୍ମିକା ଏବଂ ପୁଷ୍ପାଙ୍କ ସମ୍ପର୍କ ଫିଲ୍ମର କାହାଣୀକୁ ଏକ ନୂଆ ମୋଡ଼ ଦେଇଥାଏ ।' ପୁଷ୍ପା ୨' ଟିମର ଖବର ଅନୁଯାୟୀ, ନିର୍ଦ୍ଦେଶକ ସୁକୁମାର ସାଇଙ୍କୁ ଏହି ଫିଲ୍ମରେ ଏକ ଭୂମିକା ନିଭେଇବା ପାଇଁ ଅଫର କରିଛନ୍ତି। ଯଦି ସାଇ ଏଥିରେ ହଁ କୁହନ୍ତି, ତେବେ କାହାଣୀକୁ ଏକ ନୂଆ ମୋଡ଼ ଦେବା ପାଇଁ ଯୋଜନା ଅଛି । କୁହାଯାଉଛି ଯେ ସାଇ ପଲ୍ଲଭିଙ୍କ ପାଇଁ ସୁକୁମାର ଜଣେ ଆଦିବାସୀ ଝିଅର ଏକ ଆକର୍ଷଣୀୟ ଭୂମିକା ପ୍ରସ୍ତୁତ କରିଛନ୍ତି। କାହାଁକିନା ସାଇ ହିଁ ଏକମାତ୍ର କଳାକାର ଝିଏ ଏହି ଭୂମିକାକୁ ଠିକ୍ ଭାବରେ ନିଭେଇ ପାରିବେ । ଏହା ଏକ ଗ୍ଲାମରସ୍ ଭୂମିକା ହେବ। 

ତେବେ, ଚଳଚ୍ଚିତ୍ରରେ ସାଇ ପଲ୍ଲବୀଙ୍କ ଭୂମିକା ମାତ୍ର ୨୦ ମିନିଟର ରହିଛି । ଯାହା କାହାଣୀକୁ ଏକ ନୂଆ ଟ୍ବିଷ୍ଟ ଦେବ ।  ନିର୍ମାତାମାନେ ବର୍ତ୍ତମାନ ସାଇଙ୍କ ହଁ କୁ ଅପେକ୍ଷା କରିଛନ୍ତି । ତେବେ ଏହା ମଧ୍ୟ କୁହାଯାଇଛି ଯେ ଯଦି ସାଇ ପଲ୍ଲଭି ଏହି ଭୂମିକା ପାଇଁ ମନା କରନ୍ତି, ତେବେ ଐଶ୍ୱର୍ଯ୍ୟା ରାଜେଶଙ୍କ ନାମ ତାଙ୍କ ବିକଳ୍ପ ଭାବରେ ବିବେଚନା କରାଯାଉଛି। ମାଲାୟାଲମ୍ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିବା ସାଇଙ୍କ ବଲିଉଡ ଡେବ୍ୟୁ କରିବା ନେଇ ଚର୍ଚ୍ଚା ଜୋର ଧରୁଛି । କୁହାଯାଉଛି ଯେ ସେ ରାମାୟଣ ଉପରେ ଆଧାରିତ ବଲିଉଡ ଫିଲ୍ମରେ ସୀତା ଭୂମିକାରେ ଅଭିନୟ କରିପାରିବେ। ରଣବୀର କପୁର ବୋଧେହୁଏ ରାମ ଭୂମିକାରେ ଅଭିନୟ କରିବେ।

ସୁକୁମାରଙ୍କ ନିର୍ଦ୍ଦେଶିତ 'ପୁଷ୍ପା: ଦି ରାଇଜ୍' ଗତ ବର୍ଷ ଡିସେମ୍ବର ୧୭ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ, ରଶ୍ମିକାଙ୍କ ବ୍ୟତୀତ ସୁନୀଲ, ସାମନ୍ଥା, ଫାହାଦ ଫସିଲ, ପ୍ରକାଶ ରାଜ, ଅଜୟ ଘୋଷଙ୍କ ସହ ଅନେକ ତାରକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ପ୍ରାୟ ୧୧୦ କୋଟି ଟଙ୍କା ସଂଗ୍ରହ କରିଥିଲା।