ଏହି ସିଙ୍ଗରଙ୍କୁ ହୋଇପାରେ ୫୦ ବର୍ଷ ଜେଲ, ଭାଣିଜୀ ସହ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ
Advertisement
Article Detail0/zeeodisha/odisha1259766

ଏହି ସିଙ୍ଗରଙ୍କୁ ହୋଇପାରେ ୫୦ ବର୍ଷ ଜେଲ, ଭାଣିଜୀ ସହ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ

ପାରିବାରିକ ହିଂସା ମାମଲାରେ ଛନ୍ଦି ହୋଇଥିବା ପୁଏର୍ତୋ ରିକାନ ସୁପରଷ୍ଟାର ରିକି ମାର୍ଟିନଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। ମାର୍ଟିନଙ୍କ ପରିବାର ସଦସ୍ୟ ହିଁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। 

ରିକି ମାର୍ଟିନ୍ (ଫାଇଲ ଫଟୋ)

ନୂଆଦିଲ୍ଲୀ: ନିଜ ୩୫ ବର୍ଷିୟା ସାବତ ଝିଅର ଦ୍ୱିତୀୟ ସନ୍ତାନର ପିତା ହୋଇଥିବା ଏଲୋନ ମସ୍କଙ୍କ ପିତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଏହି ଭଳି ଆଉ ଏକ ଘଟଣା ସାମାନକୁ ଆସିଛି। ପ୍ରତିଷ୍ଠିତ ସିଙ୍ଗର ରିକି ମାର୍ଟିନ୍ ତାଙ୍କ ୨୧ ବର୍ଷିୟା ଭାଣିଜୀ ସହ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଉତ୍ତର ଆମେରିକାର ପୁଏର୍ତୋ ରିକୋରେ ୫୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

ପାରିବାରିକ ହିଂସା ମାମଲାରେ ଛନ୍ଦି ହୋଇଥିବା ପୁଏର୍ତୋ ରିକାନ ସୁପରଷ୍ଟାର ରିକି ମାର୍ଟିନଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। ମାର୍ଟିନଙ୍କ ପରିବାର ସଦସ୍ୟ ହିଁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ମାର୍ଟିନ ତାଙ୍କ ୨୧ ବର୍ଷିୟା ଭାଣିଜୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଏତଲାରେ କୁହାଯାଇଛି। କିନ୍ତୁ ମାର୍ଟିନ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ ବୋଲି କହିବା ସହ ନ୍ୟାୟିକ ପ୍ରକ୍ରିୟାରେ ସମ୍ମାନ ସହିତ ଜବାବ ଦେବେ ବୋଲି କହିଛନ୍ତି।

Also Read: ଏଲୋନ୍ ମସ୍କଙ୍କ ପିତାଙ୍କ ଖୁଲାସା; କହିଲେ- ସାବତ ଝିଅ ସହିତ ରଖିଥିଲେ ଶାରୀରିକ ସମ୍ପର୍କ

ସ୍ପେନର ମିଡିଆ ଆଉଟଲେଟ୍ ମାର୍କା ଅନୁଯାୟୀ, ମାର୍ଟିନ ସାତ ମାସ ଧରି ପୀଡିତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଇଥିଲେ। କେତେକ ଆଉଟଲେଟ୍ ରିପୋର୍ଟ କରିଛନ୍ତି ଯେ, ପୀଡିତା ଜଣକ ସମ୍ପର୍କରେ ମାର୍ଟିନଙ୍କ ଭାଣିଜୀ ହେବେ। ପୁଏର୍ତୋ ରିକୋରେ ସମ୍ପର୍କ ସହ ଜଡିତ ଅପରାଧଗୁଡିକ ପାଇଁ ୫୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ଅଛି।  ମାର୍ଟିନଙ୍କ ଓକିଲ ମାର୍ଟି ସିଙ୍ଗର କହିଛନ୍ତି ଯେ, ଏଭଳି ଅଭିଯୋଗ ଦୁର୍ଭାଗ୍ୟଜନକ। ଯିଏ ଏହି ଅଭିଯୋଗ କରିଛନ୍ତି ସେ ତାଙ୍କର ଗଭୀର ମାନସିକ ସମସ୍ୟା ରହିଛି।

ସିଙ୍ଗର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, 'ଆମେ ସମସ୍ତେ ଆଶା କରୁଛୁ ଯେ, ଅଭିଯୋଗକାପୀ ବ୍ୟକ୍ତି ଆବଶ୍ୟକ କରୁଥିବା ସାହାଯ୍ୟ ପାଇବେ। କିନ୍ତୁ, ସର୍ବୋପରି ଜଣେ ଜଜ୍ ତଥ୍ୟ ଦେଖିବା ମାତ୍ରେ ଏହି ଭୟଙ୍କର ମାମଲାକୁ ରଦ୍ଦ କରିବେ ବୋଲି ମଧ୍ୟ ଆମେ ଆଶା କରୁଛୁ। ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ତେଣୁ ମୁଁ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ତଥ୍ୟ ଏବଂ ସମ୍ମାନର ସହ ଉତ୍ତର ଦେବି।