Ranbir Kapoor: ରଣବୀରଙ୍କ ସହ ଅଜବ ହରକତ କଲେ ଯୁବତୀ, ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବା ବେଳେ...
Advertisement

Ranbir Kapoor: ରଣବୀରଙ୍କ ସହ ଅଜବ ହରକତ କଲେ ଯୁବତୀ, ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବା ବେଳେ...

Ranbir Kapoor: ଗତ କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ଆଦିତ୍ୟ ରାୟ କପୁରଙ୍କ (Aditya Roy Kapur) ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଜଣେ ମହିଳା ପ୍ରଶଂସକ ଅଭିନେତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖି ରାଗିଯାଇଥିଲେ କିଛି ପ୍ରଶଂସକ। ଏବଂ ସେହି ମହିଳାଙ୍କୁ ଗାଳି ଗୁଲଜ ମଧ୍ୟ କରୁଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ranbir Kapoor: ଗତ କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ଆଦିତ୍ୟ ରାୟ କପୁରଙ୍କ (Aditya Roy Kapur) ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଜଣେ ମହିଳା ପ୍ରଶଂସକ ଅଭିନେତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।  ଏହି ଭିଡିଓ ଦେଖି ରାଗିଯାଇଥିଲେ କିଛି ପ୍ରଶଂସକ। ଏବଂ ସେହି ମହିଳାଙ୍କୁ ଗାଳି ଗୁଲଜ ମଧ୍ୟ କରୁଥିଲେ। ତେବେ,ଏହି ଘଟଣାର ଚର୍ଚ୍ଚା ନ ଥମୁଣୁ,ପୁଣି ଥରେ ଅଭିନେତା ରଣବୀର କପୁରଙ୍କ ସହ (ranbir kapoor) ଆଉ ଏପରି ଏକ ଘଟଣା ଘଟିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ( video viral) ହେବାରେ ଲାଗିଛି ।

ଜାଣନ୍ତୁ କ’ଣ ରହିଛି ପୁରା ଘଟଣାକ୍ରମ ?
ରଣବୀରଙ୍କ (Ranbir Kapoor) ଆଗାମୀ ଫିଲ୍ମ (Tu Jhoothi Main Makkaar) 'ତୁ ଝୁଟି ମେଁ ମକ୍କାର' ଫିଲ୍ମର ପ୍ରମୋସନ ପାଇଁ ଆଜିକାଲି ସେ ବ୍ୟସ୍ତ ଅଛନ୍ତି। ପ୍ରତିଦିନ ବିଭିନ୍ନ ଇଭେଣ୍ଚକୁ ଯାଇ ଫିଲ୍ମର ପ୍ରମୋସନ କରୁଛନ୍ତି । ସେହିପରି ଶନିବାର ଦିନ ମଧ୍ୟ,ରଣବୀର କପୁର 'ତୁ ଝୁଟି ମେଁ ମକ୍କାର' ଫିଲ୍ମର ପ୍ରମୋସନ ପାଇଁ ମୁମ୍ବାଇରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ରଣବୀରଙ୍କୁ ଦେଖି ଶହ ଶହ ଫ୍ୟାନ୍ସ (Ranbir Kapoor Fan) ତାଙ୍କ ସହ ସେଲଫି ନେବାକୁ ତାଙ୍କ  ପାଖକୁ ଯାଇଥିଲେ। ପ୍ରଥମେ ଜଣେ ଯୁବତୀ ବା ମହିଳା ଫ୍ୟାନ୍ସ ରଣବୀରଙ୍କ ସହ ସେଲଫି ନେଇଥିଲେ। ଯେତେବେଳେ ରଣବୀର ଆଗକୁ ଯାଇଥିଲେ ସେତେବେଳେ ଯୁବତୀ ଜଣକ ତାଙ୍କୁ ଚୁମ୍ବନ ଦେବକୁ ପ୍ରୟାସ କରିଥିଲେ। ଏହି ସମୟରେ,ରଣବୀର ମଧ୍ୟ କିଛି ସମୟ ପାଇଁ  ଅସହଜ ମନେ କରିଥିଲେ। ତେବେ,ଯୁବତୀଙ୍କ ଏହି ହରକତ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

 

Also Read : Weird News: ମାଆକୁ ୨୩-ଝିଅକୁ ୧୫, ଉଭୟଙ୍କ ବୟସ ତାରତମ୍ୟ ଦେଖି ଆଶ୍ଚର୍ଯ୍ୟ ସଭିଏଁ

Also Read : Cuttack News: ମଦ ପିଇ ପାଗଳ ହେଲା ଯୁବକ, ବାପା ସହ ୫ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା

ଭାଇରାଲ ହେଉଥିବା ଭିଡିଓ ଦେଖି ଅନେକ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, 'ଏହା କି ପ୍ରକାର ହାରାସମେଣ୍ଟ, ଆପଣ ଏହା କରିପାରିବେ ନାହିଁ।' ସେହିପରି, ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ଯଦି ରଣବୀରଙ୍କ ବଦଳରେ ଜଣେ ମହିଳା ତାରକା ଥାଆନ୍ତେ ତେବେ ଏହା କେଉଁ ପ୍ରକାର କାର୍ଯ୍ୟ କଳାପ ହୋଇଥାନ୍ତା ? ତୃତୀୟ ୟୁଜର୍ସ ଲେଖିଛି, 'ଯୁବତୀ ଜଣକ ଏହା କିପରି କରିପାରୁଛନ୍ତି, ରଣବୀର ଜଣେ ବିବାହିତ ଜାଣିବି, ସେ କିପରି ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ସ୍ପର୍ଶ କରୁଛନ୍ତି । ' 

Also Read :  Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

Also Read :  Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ