Rajinikanth Fans: ରଜନୀକାନ୍ତଙ୍କ ଜବରା ଫ୍ୟାନ୍, ଘରେ ନିର୍ମାଣ କଲେ ତଲାଇବାଙ୍କ ପାଇଁ ମନ୍ଦିର
Advertisement
Article Detail0/zeeodisha/odisha1942646

Rajinikanth Fans: ରଜନୀକାନ୍ତଙ୍କ ଜବରା ଫ୍ୟାନ୍, ଘରେ ନିର୍ମାଣ କଲେ ତଲାଇବାଙ୍କ ପାଇଁ ମନ୍ଦିର

Rajinikanth Temple: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ (Rajinikanth) । ରଜନୀକାନ୍ତଙ୍କ ଦମଦାର ଅଭିନୟ ଫ୍ୟାନ୍ସଙ୍କ ମନ କିଣେ। କେବଳ ଦେଶରେ ନୁହେଁ ବିଦେଶରେ ବି ତାଙ୍କର ଏକାଧିକ ଫ୍ୟାନ୍ସ (Rajnikant Fans) ରହିଛନ୍ତି । ଏପରିକି ସେ କେତେକଙ୍କ ପାଇଁ ରୋଲ୍ ମଡେଲ୍ । କେତେକ ଫ୍ୟାନ୍ ତାଙ୍କୁ ଭଗବାନ ବୋଲି ଭାବି ପୂଜା କରନ୍ତି। 

Rajinikanth Fans: ରଜନୀକାନ୍ତଙ୍କ ଜବରା ଫ୍ୟାନ୍, ଘରେ ନିର୍ମାଣ କଲେ ତଲାଇବାଙ୍କ ପାଇଁ ମନ୍ଦିର

Rajinikanth Temple: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ (Rajinikanth) । ରଜନୀକାନ୍ତଙ୍କ ଦମଦାର ଅଭିନୟ ଫ୍ୟାନ୍ସଙ୍କ ମନ କିଣେ। କେବଳ ଦେଶରେ ନୁହେଁ ବିଦେଶରେ ବି ତାଙ୍କର ଏକାଧିକ ଫ୍ୟାନ୍ସ (Rajnikant Fans) ରହିଛନ୍ତି । ଏପରିକି ସେ କେତେକଙ୍କ ପାଇଁ ରୋଲ୍ ମଡେଲ୍ । କେତେକ ଫ୍ୟାନ୍  ତାଙ୍କୁ ଭଗବାନ ବୋଲି ଭାବି ପୂଜା କରନ୍ତି। ତେବେ, ଏହାରି ଭିତରେ ରଜନୀକାନ୍ତଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଜଣେ ଫ୍ୟାନ୍ସ ରଜନୀକାନ୍ତଙ୍କ ପାଇଁ ଏପରି କିଛି କରିଛନ୍ତି । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। 

 

ନିକଟରେ ରଜନୀକାନ୍ତଙ୍କର ଜଣେ ବଡ଼ ଫ୍ୟାନ୍ (Rajinikanth Fans) କାର୍ତ୍ତିକ ତାମିଲନାଡୁ ସ୍ଥିତ ମଦୁରାଇରେ ନିଜ ଘରେ ଏକ ଥଲାଇବାଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରରେ ସୁପରଷ୍ଟାରଙ୍କର ୨୫୦ କିଲୋର ଏକ ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି। ଏହି ମୂର୍ତ୍ତିକୁ ସେ ଦିନରେ ଦୁଇଥର ପୂଜା କରିବା ସହ ସଂନ୍ଧ୍ୟାରେ ଆଳତି ବି କରୁଛନ୍ତି।  ନିକଟରେ ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ,  ରଜନୀକାନ୍ତ ମୋ ପାଇଁ ଭଗବାନ ଅଟନ୍ତି । ସେ ତାଙ୍କ ଫିଲ୍ମ ବ୍ୟତୀତ ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମ ଦେଖନ୍ତି ନାହିଁ । କେବଳ ସେ ଏକା ନୁହଁନ୍ତି ତାଙ୍କ ଘରର ସମସ୍ତ ସଦସ୍ୟ ରଜନୀକାନ୍ତଙ୍କୁ ଦେବତା ବୋଲି ମାନନ୍ତି। ଆଉ ତାଙ୍କୁ ପୂଜା କରନ୍ତି। ସେଥି ପାଇଁ ଥଲାଇବାଙ୍କୁ ସମ୍ନାନ ଜଣାଇ, ସେ ନିଜ ଘରେ ଏକ ଥଲାଇବାଙ୍କ ପାଇଁ ମନ୍ଦିରରେ ନିର୍ମାଣ କରିଛନ୍ତି । 

ନିକଟରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ(Rajinikanth) ଅଭିନୀତ ଫିଲ୍ମ 'ଜେଲର'(jaller) ରିଲିଜ୍ ହୋଇଥିଲା।  ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା। ତେବେ, ରଜନୀକାନ୍ତଙ୍କ ଏହି ଫିଲ୍ମଟି  ୨୨୫ କୋଟି ବଜେଟରେ ପ୍ରସ୍ତୁତ ହୋଇଛି। ତେବେ, ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା ଲାଗି ଥଲାଇବା ୧୧୦ କୋଟି ଫି ନେଇଥିଲେ। ତେବେ, ଏହି ଫିଲ୍ମରେ ରଜନୀକାନ୍ତଙ୍କ (Rajinikanth) ସହ ତମନ୍ନା ଭାଟିଆ ଓ ଜ୍ୟାକି ସ୍ରଫଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ଯଦି ଆମେ ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କଥା ହେବା, ତେବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଥଲାଇବର ୧୭୦’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ସେୟାର କରିବେ ବୋଲି ଖବର ଆସୁଛି ବୋଲି ଚର୍ଚ୍ଚା ହେଉଛି।