Pushpa Film: ଜୀବନ ହାରିଲେ ମହିଳା କଳାକାର, ପୁଷ୍ପା ଫିଲ୍ମର ଅଭିନେତା ଗିରଫ
Advertisement
Article Detail0/zeeodisha/odisha1998537

Pushpa Film: ଜୀବନ ହାରିଲେ ମହିଳା କଳାକାର, ପୁଷ୍ପା ଫିଲ୍ମର ଅଭିନେତା ଗିରଫ

Pushpa Film:  ଜୁନିୟର କଳାକାରଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ନଭେମ୍ବର ୨୯ ରେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ରଶି ଲଗାଇ ସେହି ମହିଳା କଳାକାର ଜଣକ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ହରଡଘଣାରେ ଫଶିଛନ୍ତି ପୁଷ୍ପା ଫିଲ୍ମର ଅଭିନେତା । 

 

Pushpa Film: ଜୀବନ ହାରିଲେ ମହିଳା କଳାକାର, ପୁଷ୍ପା ଫିଲ୍ମର ଅଭିନେତା ଗିରଫ

Pushpa Film: ବ୍ଲକବଷ୍ଟର ଫିଲ୍ମ'ପୁଷ୍ପା'ରେ କେଶବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ଜଣେ ମହିଳା ଜୁନିଅର କଳାକାରଙ୍କ ଆତ୍ମହତ୍ୟା ଘଟଣାରେ ବୁଧବାର ହାଇଦ୍ରାବାଦ ପୋଲିସ ଗିରଫ କରିଛି। ଅଭିନେତା କଥିତ ଭାବେ ଜଣେ ବ୍ୟକ୍ତିଙ୍କ ସହ ଜୁନିଅର ମହିଳା କଳାକାରଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଇଥିଲେ। ସେ ମଧ୍ୟ ଜୁନିୟର କଳାକାରଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ନଭେମ୍ବର ୨୯ ରେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ରଶି ଲଗାଇ ସେହି ମହିଳା କଳାକାର ଜଣକ ଆତ୍ମହତ୍ୟା କରିଥିଲେ। 

ଜୁନିୟର ମହିଳା କଳାକାରଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପଞ୍ଜାଗୁଟା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଘଟଣାର ଅନୁସନ୍ଧାନ ପରେ ପୋଲିସ ଜଗଦୀଶ ଭଣ୍ଡାରୀଙ୍କୁ (Jagdish Bhandari Arrested)  ଗିରଫ କରି କୋର୍ଟରେ ହାଜର କରିଥିଲା ​​ଯେଉଁଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆରୋପି ଅଭିଯୁକ୍ତ ଭଣ୍ଡାରୀ ଉକ୍ତ ମହିଳାଙ୍କ ଫଟୋ (ତାଙ୍କ ଅଜାଣତେରେ) ଉଠାଇଥିଲେ। ସେ ନଭେମ୍ବର ୨୭ରେ ଜଣେ ପୁରୁଷଙ୍କ ସହିତ ଥିଲେ । ଏହି ଘଟଣା ପରେ ଅଭିନେତା ଫେରାର ଥିଲେ । ହେଲେ ପୋଲିସ ବହୁ ଖୋଜାଖୋଜି କରିବା ପରେ ବୁଧବାର ତାଙ୍କୁ ଗିରଫ କରିଥିଲା। କୁହାଯାଉଛି ଯେ, ଜୁନିୟର ମହିଳା ଜଣଙ୍କକୁ ଚିହ୍ନିଥିଲେ ଅଭିନେତା ଜଗଦୀଶ ଭଣ୍ଡାରୀ। 

Also Read: Today Gold Price: ସୁବର୍ଣ୍ଣ ସୁଯୋଗ, ଆଜି ଭରି ପ୍ରତି ସୁନା ଦରରେ ହ୍ରାସ !

'ପୁଷ୍ପା ଦି ରାଇଜ୍'ରେ ଜଗଦୀଶ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବନ୍ଧୁ କେଶବ ଭୂମିକାରେ ଅଭିନୟ କରିଥିଲେ। ସେପଟେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (allu arjun)ଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ପାର୍ଟ -୨' (pushpa 2) ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।  ତେବେ ପୁଷ୍ପା ପାର୍ଟ ୱାନରେ ଥିବା ଭଣ୍ଡାରୀଙ୍କୁ ପୁଣିଥରେ ପୁଷ୍ପା ୨ ରେ ଚାନ୍ସ ମିଳିବ ନା ନାହିଁ ସେନେଇ ସମୟ କହିବ । ସେହିପରି କିଛିଦିନ ତଳେଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଥିଲା । ଫିଲ୍ମ 'ପୁଷ୍ପା ପାର୍ଟ -୨'ର ସୁଟିଂ (Pushpa 2 Shooting) ବେଳେ ଆହତ ହୋଇଥିଲେ ଅଲ୍ଲୁ ଅର୍ଜୁନ୍। 

ଏହି ଖବର ତାଙ୍କ ଫ୍ୟାନ୍ସମାନଙ୍କୁ ସ୍ତବ୍ଧ କରିଦେଇଛି। ଏବଂ ଅଲ୍ଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଲ୍ଲୁଙ୍କ ଫାଇଟିଂ ସିନ୍ ଚାଲିଥିବା ବେଳେ ଆହତ ହୋଇଛନ୍ତି । ଏହି କାରଣରୁ ନିର୍ଦ୍ଦେଶକ ଫିଲ୍ମର ସୁଟିଂକୁ ବନ୍ଦ କରିଦେଇଥିଲେ । ତେବେ ୨୦୨୪ ମସିହା ଅଗଷ୍ଟ ୧୫ ରେ ଏହାକୁ ରିଲିଜ କରିବାକୁ ନେଇ ଯୋଜନା ରଖିଛନ୍ତି ଫିଲ୍ମ ମେକର। 

Also Read: Yash New Film: ଇନଷ୍ଟାରେ DP ଚେଞ୍ଜ କଲେ ୟଶ୍, ୮ ଡିସେମ୍ବରରେ ହେବ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ

Also Read: Tripti Dimri Fees: ରଣବୀରଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ଥିବା ତ୍ରିପ୍ତି ଦିମ୍ରି ନେଇଛନ୍ତି କେତେ ଟଙ୍କା ?