Advertisement
photoDetails0hindi

PS-I Teaser: ବହୁ ବର୍ଷ ପରେ ବଧୂ ବେଶରେ ଐଶ୍ୱର୍ଯ୍ୟା, ଏହି ଦିନ ରିଲିଜ ହେବ ବିଗ୍ ବଜେଟ ଫିଲ୍ମ

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୋନିୟନ୍ ସେଲଭାନ-Iର ଗୋଟିଏ ମିନିଟ୍ ୨୦ ସେକେଣ୍ଡର ଟିଜର ରିଲିଜ ହୋଇଛି । ଟିଜର ପ୍ରମାଣ କରୁଛି କି ଏହି ଫିଲ୍ମ କେବଳ ବାହୁବଳୀ ପରି ଇତିହାସ ରଚିବ । ଅଭିନୟ ଏବଂ କାହାଣୀ ଏତେ ଦମଦାର ରହିଛି ଯାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

1/5

ପୋନିୟନ୍ ସେଲଭାନ-I ରେ ଐଶ୍ବର୍ଯ୍ୟା ପୁଣି ଥରେ ମହାରାଣୀ ଭୂମିକାରେ ନଜର ଆସୁଛନ୍ତି । ଟିଜରରେ ଐଶଙ୍କୁ ବୋହୂ ବେଶରେ ଦେଖିବାକୁ ମିଳୁଛି । ଫିଲ୍ମରେ ଐଶ୍ବର୍ଯ୍ୟା ରାୟଙ୍କ ଲୁକ ତାଙ୍କ ପୁରୁଣା ଫିଲ୍ମକୁ ମନେ ପକାଇ ଦେଉଛି । ଐଶଙ୍କ ଏହି ଲୁକ ନିହାତି ଭାବରେ ଖୁବ ସାନଦାର ଲାଗୁଛି । ସେ ହେଭି ଜ୍ୟୁଲାରୀ ପିନ୍ଧିଛନ୍ତି ।

2/5

ସମସ୍ତେ ଉତ୍ସାହ ସହ ଐଶଙ୍କ ଏହି ଫିଲ୍ମକୁ ନେଇ ଅପେକ୍ଷାରେ ଅଛନ୍ତି । ଆଉ ଏଭଳି ସମୟରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୋନିୟନ୍ ସେଲଭାନ-Iର ଗୋଟିଏ ମିନିଟ୍ ୨୦ ସେକେଣ୍ଡର ଟିଜର ରିଲିଜ ହୋଇଛି । ଟିଜର ପ୍ରମାଣ କରୁଛି କି ଏହି ଫିଲ୍ମ କେବଳ ବାହୁବଳୀ ପରି ଇତିହାସ ରଚିବ । ଅଭିନୟ ଏବଂ କାହାଣୀ ଏତେ ଦମଦାର ରହିଛି ଯାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

3/5

ପୋନିୟନ୍ ସେଲଭାନ-Iର ଟିଜରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସେପଟେ ଐଶ୍ବର୍ଯ୍ୟା ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କ ଠାରୁ ନଜର ହଠାଇବା ବି ମୁସକିଲ୍ ହୋଇଯାଇଛି । ଫିଲ୍ମର ଟିଜରରେ ବଡ ସେଟ୍, ଗହଣା, ଆକ୍ସନ, ଆଉ ଦମଦାର ଅଭିନୟର ଝଲକ ଦେଖିବାକୁ ମିଳୁଛି ।

4/5

ଫିଲ୍ମର ଟିଜର ଏତେ ଜବରଦସ୍ତ ଯେ, ଆପଣ କିଛି ସେକେଣ୍ଡ ପାଇଁ ନିଜ ଧ୍ୟାନ ହଟାଇପାରିବେ ନାହିଁ । ଫିଲ୍ମ ପୋନିୟନ ସେଲଭାନର ନିର୍ଦ୍ଦେଶକ ହେଉଛନ୍ତି ମଣିରତ୍ନମ, ଯିଏ ୪ ବର୍ଷ ପରେ ପୁଣି ଥରେ କମ୍ ବ୍ୟାକ କରୁଛନ୍ତି । ଏହି ଟିଜରରେ ଐଶଙ୍କ ବ୍ୟତୀତ ସାଉଥ ଷ୍ଟାର କିଚା ସୁଦୀପ, ବିକ୍ରମ ଏବଂ ଜୟମ ରବି ମଧ୍ୟ ନଜର ଆସିବେ ।

5/5

ଟିଜର ରିଲିଜ ହେବା ପରଠାରୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଟିଜରକୁ ଖୁବ ପସନ୍ଦ କରୁଛନ୍ତି । ରିପୋର୍ଟ ଅନୁସାରେ ଏହି ଚଳଚିତ୍ରର ବଜେଟ ପ୍ରାୟ ୫୦୦ କୋଟି ଟଙ୍କା ରହିଛି । ଏହି ଫିଲ୍ମର ଅଡିଓ ରାଇଟ୍ସ ପାଖାପାଖି ୨୪ କୋଟିରେ ବିକ୍ରି କରାଯାଇଛି । ଫିଲ୍ମଟି ସେପ୍ଟେମ୍ବର ୩୦ରେ ରିଲିଜ ହୋଇପାରେ ।