Phone Bhoot Song Kinna Sona : Phone Bhootର ପ୍ରଥମ ଗୀତ ରିଲିଜ୍, ‘କିନ୍ନା ସୋନା’ ସଙ୍ଗରେ ଠୁମକା ଲଗାଇଛନ୍ତି କ୍ୟାଟ୍
Advertisement

Phone Bhoot Song Kinna Sona : Phone Bhootର ପ୍ରଥମ ଗୀତ ରିଲିଜ୍, ‘କିନ୍ନା ସୋନା’ ସଙ୍ଗରେ ଠୁମକା ଲଗାଇଛନ୍ତି କ୍ୟାଟ୍

Phone Bhoot Song Kinna Sona :  ଆଗକୁ ଆସୁଛି କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ।

ସୌଜନ୍ୟ : ସୋସିଆଲ ମିଡିଆ

Phone Bhoot Song Kinna Sona :  ଆଗକୁ ଆସୁଛି କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ପ୍ରଥମ ଗୀତ ‘କିନ୍ନା ସୋନା’(Kinna Sona) ଗୀତଟି ଆଜି ରିଲିଜ୍ ହୋଇଛି । ଏଥିରେ କ୍ୟାଟ୍ରିନାଙ୍କ ସହ ସିଦ୍ଧାନ୍ତ ଏବଂ ଇଶାନଙ୍କ ଝଲକ ଦେଖିବାକୁ ମିଳିଛି। କ୍ୟାଟ୍ରିନା ଏଥିରେ ଏକ ରେଡ କର୍ଲର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ଏଥିରେ ଗ୍ଲାମରସ ଲାଗୁଛନ୍ତି।  ଏହି ଗୀତଟି ଫ୍ୟାନ୍ସଙ୍କୁ ମଧ୍ୟ କାଫି ପସନ୍ଦ ଆସିଛି । ଗୀତଟି  ଜାରାହା ଏସ୍ ଖାନ୍  ଓ ତନିସ୍କ ବାଗଚୀ ଗୀତଟିକୁ ଗାଇଛନ୍ତି । ଗୀତଟିକୁ ସେ ମଧ୍ୟ ଲେଖିଛନ୍ତି । ଏହି ଗୀତଟିକୁ ଫୋନଭୂତର ଷ୍ଟାରମାନେ ମଧ୍ୟ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି ।

 
ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ ।ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହାବି ପଢନ୍ତୁ : Thank God Diwali Trailer Out : ଦିଓ୍ବାଲିରେ ରାମସେତୁ ଓ ଥ୍ୟାଙ୍କଗଡ୍ ଟକରାଟକରି, ଫିଲ୍ମକୁ ନେଇ ଏମିତି କହିଲେ ସିଦ୍ଧାର୍ଥ

 

 
 
 
 

 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)

 

ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଥିଲା।ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ। ଯେଉଁଠି ସେ ସ୍କୁଲ ପିଲାଙ୍କ ସହ ମନଭରି ଡ୍ୟାନ୍ସ କରିଥିଲେ । ଗତ ବର୍ଷ ୯ ଡିସେମ୍ବରରେ ବଏଫ୍ରେଣ୍ତ ଭିକି କୈଶଲଙ୍କୁ ବିବାହ କରିଥିଲେ କ୍ୟାଟ୍ ।