Pathaan Box Office Collection: ରିଲିଜର ସପ୍ତମ ଦିନରେ କମିନି ‘ପଠାନ’ର ଜଲୱା, ଜାଣନ୍ତୁ କେତେ କଲା କଲେକସନ୍ ?
Advertisement

Pathaan Box Office Collection: ରିଲିଜର ସପ୍ତମ ଦିନରେ କମିନି ‘ପଠାନ’ର ଜଲୱା, ଜାଣନ୍ତୁ କେତେ କଲା କଲେକସନ୍ ?

Pathaan Box Office Collection: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ । ବକ୍ସ ଅଫିସରେ ଧମାଲ ମଚାଉଛି । ରିଲିଜ୍ ହେବାର ମାତ୍ର ୬ ଦିନ ମଧ୍ୟରେ ଫିଲ୍ମଟି ବଡ ବଜେଟ ଫିଲ୍ମର ରେକର୍ଡକୁ ମଧ୍ୟ କାଟିଛି । କେବେଳ ଦେଶରେ ନୁହେଁ ବିଦେଶରେ କିଙ୍ଗ ଖାନଙ୍କ ଫିଲ୍ମକୁ ଫ୍ୟାନ୍ସଙ୍କ ଭଲ ପାଇବା ମିଳିଛି । ଯଦି ଆମେ ଫିଲ୍ମର କଲେକସନ ଉପର ନଜର ପକାଇବା ତେବେ, ‘ପଠାନ’ମାତ୍ର ୬ ଦିନ ମଧ୍ୟରେ ଭାରତରେ ୩୦୦ କୋଟିରୁ ଅଧିକ ଆୟ କରିସାରିଛି । କିନ୍ତୁ କିଛି ସିନେ ସମୀକ୍ଷକ କହୁଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ଫିଲ୍ମ ପୁରା ବିଶ୍ବରେ ୧୦୦୦ କୋଟି କଲେକସନ କରିବ ବୋଲି ଆଶା କରାଯାଉଛି ।

ଜାନୁଆରୀ ୨୫, ଅର୍ଥାତ ଫିଲ୍ମ ରିଲିଜକୁ ୬ ଦିନ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ କଲେକସନ୍ କରୁଛି । ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ଶାହାରୁଖ ଖାନଙ୍କ ଏହି ଫିଲ୍ମଟି  ୩୦ ଜାନୁଆରୀ ଅର୍ଥାତ୍ ଷଷ୍ଠ ଦିନରେ ୫୫ କୋଟିରୁ ଅଧିକ ଆୟ କରିଛି,ଯାହା କେବଳ ହିନ୍ଦୀ ଭାଷାରେ , ଯଦିଓ, ଫିଲ୍ମର ଅନ୍ୟ ସଂସ୍କରଣ ବା ଅନ୍ୟଭାଷାରେ ରିଲିଜ୍ ହୋଇଥିବା କଲେକସନକୁ ଦେଖିବା , ତେବେ ଏହା ୬୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ‘ପଠାନ’ ୬ଦିନ ମଧ୍ୟରେ ବିଶ୍ବର ବକ୍ସ ଅଫିସରେ ୬୦୦କୋଟି ଟଙ୍କା ଆୟ କରିସାରିଛି। ବିଶ୍ବର ମୋଟ ସଂଗ୍ରହ ମାତ୍ର ୬ଦିନରେ ୬୦୦କୋଟି ଅତିକ୍ରମ କରିବା ‘ପଠାନ’ ପାଇଁ ଏକ ବଡ଼ ସଫଳତା। ତେବେ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି। ତେବେ, ଫିଲ୍ମର ଲିଡ୍ ରୋଲରେ କିଙ୍ଗ ଖାନ୍, ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମ ନଜର ଆସିଛନ୍ତି । 

Also Read: Sameera Reddy: ‘Breast Surgery ପାଇଁ ମୋତେ ବାଧ୍ୟ କରାଯାଇଥିଲା’

ଫିଲ୍ମ ରିଲିଜ୍ ହେବା ପୂର୍ବରୁ,  ଏହି ଫିଲ୍ମର ଗୀତ ‘ବେସରମ ରଙ୍ଗ..’କୁ ନେଇ ବିବାଦ ଦେଖାଦେଇଥିଲା ।  ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଦର୍ଶାଇ ବିହାରର ମୁଜାଫରପୁରର ଏକ କୋର୍ଟରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଅନ୍ୟମାନଙ୍କ ବିରୋଧରେ ଏକ ଅଭିଯୋଗ ପିଟିସନ ଦାଖଲ କରାଯାଇଥିଲା ମୁଜାଫରପୁରର ଜଣେ ଆଇନଜୀବୀ ସୁଧୀର ଓଜା ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ, ଆଦିତ୍ୟ ଚୋପ୍ରା, ଜନ୍ ଆବ୍ରାହମ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଥିଲେ। ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଓଜା ଦାବି କରିଛନ୍ତି । 

ମୁଜାଫରପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଉକ୍ତ ଅଭିଯୋଗ ରୁଜୁ କରିବା ପରେ ଓଝା ଗଣମାଧ୍ୟମକୁ କହିଛନ୍ତି ଯେ “ପଠାନ ଫିଲ୍ମରୁ ‘ବେସରମ ରଙ୍ଗ’ ଗୀତ ଆପତ୍ତିଜନକ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି। ପୂର୍ବରୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ପଠାନ ଫିଲ୍ମକୁ ବିରୋଧ କରାଯାଇଥିଲା । ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି ହୋଇଛି । ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଚେତାବନୀ ଦେଇ କହିଥିଲେ ଯେ ‘ବେସରମ ରଙ୍ଗ’ ଗୀତରେ ଦୃଶ୍ୟ ଓ ଦୀପିକାଙ୍କ କଷ୍ଟ୍ୟୁମ ନ‌ ବଦଳାଇଲେ ଫିଲ୍ମକୁ ତାଙ୍କ ରାଜ୍ୟରେ ରିଲିଜ୍ କରିବାକୁ ଦିଆଯିବ ନାହିଁ ।