Parineeti Chopra: ହାତକୁ ଦି ହାତ ହେବେ ପରିଣିତି, ମୁମ୍ବାଇ ନୁହେଁ ଏହି ସହରରେ ହେବ ଗ୍ରାଣ୍ତ ଓ୍ବେଡିଂ
Advertisement

Parineeti Chopra: ହାତକୁ ଦି ହାତ ହେବେ ପରିଣିତି, ମୁମ୍ବାଇ ନୁହେଁ ଏହି ସହରରେ ହେବ ଗ୍ରାଣ୍ତ ଓ୍ବେଡିଂ

Parineeti Chopra Raghav Chadha Wedding News In Odia: ବଲିଉଡ ଅଭିନେତ୍ରୀ ପରିନିତି ଚୋପ୍ରା (Parineeti Chopra)ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ (Raghav Chadha) ସହ ଯୋଡା ଯାଉଛି । ଏହି ଲବବାର୍ଡ ଖୁବଶିଘ୍ର ବିବାହ (Parineeti Chopra Raghav Chadha Wedding)କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Parineeti Chopra Raghav Chadha Wedding News In Odia: ବଲିଉଡ ଅଭିନେତ୍ରୀ ପରିନିତି ଚୋପ୍ରା (Parineeti Chopra)ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ (Raghav Chadha) ସହ ଯୋଡା ଯାଉଛି । ଏହି ଲବବାର୍ଡ ଖୁବଶିଘ୍ର ବିବାହ (Parineeti Chopra Raghav Chadha Wedding)କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । କିନ୍ତୁ ଏହି ପ୍ରେମୀଯୁଗଳ ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । କିନ୍ତୁ ଏହି ଲବବାର୍ଡଙ୍କ ବିବାହ ତାରିଖ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ସମାରୋହ ସହ ଜଡିତ ଅନେକ ମଜାଦାର ବିବରଣୀ ମଧ୍ୟ ଲିକ୍ ହୋଇଛି । ଗଣମାଧ୍ୟମ ରିପୋର୍ଟରେ ଅନୁସାରେ, ପରିଣିତି (Parineeti Chopra) ଏବଂ ରାଘବଙ୍କ (Raghav Chadha)ପରିବାର ସଦସ୍ୟ ନିର୍ବନ୍ଧ ପାଇଁ ଏକ ତାରିଖ ସ୍ଥିର କରିଛନ୍ତି । ଏବଂ ନିର୍ବନ୍ଧ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଉଭୟଙ୍କ ପରିବାର ସଦସ୍ୟ ଏନେଇ ମଧ୍ୟ କୌଣସି ପ୍ରତିକ୍ରିୟା ଗଣ ମାଧ୍ୟମ ଆଗରେ ରଖି ନାହାଁନ୍ତି । 

ଅଭିନେତ୍ରୀଙ୍କ ବନ୍ଧୁ ତଥା ଗୀତିକାର, ହାର୍ଡି ସାନ୍ଦୁ (Hardy Sandhu)ଏକ ସାକ୍ଷାତକାରରେ କହିଛନ୍ତି ଯେ,ପରିଣିତି ଓ ରାଘବଙ୍କ ନିର୍ବନ୍ଧ ଅପ୍ରିଲ ପ୍ରଥମ ସପ୍ତାହରେ ହେବ । ଯେଉଁଥିରେ ଉଭୟଙ୍କ ପରିବାର ବର୍ଗ ଓ ନିକଟତମ ସମ୍ପର୍କୀୟ ଯୋଗ ଦେବେ। କୁହାଯାଉଛି ଯେ ଉଭୟଙ୍କ ବିବାହ ସମାରୋହ ମୁମ୍ବାଇରେ ନୁହେଁ ବରଂ ଦିଲ୍ଲୀରେ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କୀୟମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଆରମ୍ଭ କରିଛନ୍ତି। ପରିଣିତିଙ୍କ ସମ୍ପର୍କୀୟ ମେରା ଚୋପ୍ରା ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ, ଏହି ଗ୍ରାଣ୍ତ ଓ୍ବେଡିଂରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି । 

fallback

Also Read : Anushka Sharma: ବିରାଟଙ୍କ ଏହି ଗୁଣ ଅନୁଷ୍କାଙ୍କୁ କରିଥିଲା ପାଗଳ, ପ୍ରେମ କରିବାକୁ ହୋଇଥିଲେ ବାଧ୍ୟ

Also Read : SBI Server Down: ଏସବିଆଇ ସର୍ଭର ଡାଉନ୍ ଯୋଗୁଁ ଚିନ୍ତାରେ ଗ୍ରାହକ, UPI ସେବା ପ୍ରଭାବିତ

ନିକଟରେ  ଦୁଇ ଜଣ କ୍ୟାମେରା ସାମ୍ନାରେ ଏକାଠି ନଜର ଆସିବା ପରେ ଲୋକେ ନାନା କଳ୍ପନା ଜଳ୍ପନା କରିବା ଆରମ୍ଭ କରି ଦେଇଥିଲେ। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖାଯାଇଥିଲା, ଦୁହେଁ ସିମ୍ପଲ୍‌ କୁଲ୍‌ ଲୁକରେ ନଜର ଆସିଥିଲେ। ଉଭୟଙ୍କୁ ଗତ ସନ୍ଧ୍ୟାରେ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖିବା ପରେ ଫ୍ୟାନ ମାନେ ବି ଦୁଇଜଣ ପରସ୍ପରକୁ ଡେଟ୍ କରୁଥିବା ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। 

ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା (Parineeti Chopra) ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା (Raghav Chadha)ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିନିତି ଓ ରାଘବ (Raghav Chadha)ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ଏମିତି ବି ହୋଇପାରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥାଇପାରେ। ରିଲେସନଶିପ୍‌ ଷ୍ଟାଟସ୍‌ ଦେଖିଲେ, ପରିଣୀତି ସିଙ୍ଗଲ୍‌ ଥିବାବେଳେ ରାଘବ ମଧ୍ୟ ୩୪ ବର୍ଷ ବୟସରେ ଏ ଯାଏ ବାହା ହୋଇ ନାହାନ୍ତି। ତେବେ, ଉଭୟ ନୂଆ କରି ପ୍ରେମରେ ପଡିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 

Also Read : Odisha News: ୨୭ ରାଣୀଙ୍କ ଗୋଟିଏ ରାଜା ତଥା ଠକ ଡାକ୍ତରକୁ ଘାଣ୍ଟିବ ED

Also Read : Ambanis NMACC: ୫୦୦ ଟଙ୍କିଆ ଦନାରେ ହାଲୱା ଖାଇଲେ ଅତିଥି, ଜାଣନ୍ତୁ ଏହା ପଛର ରହସ୍ୟ