Parineeti Raghav Wedding: ଦିଲ୍ଲୀ କି ମୁମ୍ବାଇ ନୁହେଁ, ଏହି ସହରରେ ହେବ ପରିଣିତି-ରାଘବଙ୍କ ଶୁଭ ପରିଣୟ
Advertisement

Parineeti Raghav Wedding: ଦିଲ୍ଲୀ କି ମୁମ୍ବାଇ ନୁହେଁ, ଏହି ସହରରେ ହେବ ପରିଣିତି-ରାଘବଙ୍କ ଶୁଭ ପରିଣୟ

Parineeti Chopra Raghav Chaddha Wedding Updates: ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସାଂସଦ ରାଘବ ଚଡ୍ଡାଙ୍କ (Raghav Chaddha) ନିର୍ବନ୍ଧ ଶେଷ ହୋଇଛି । ବିବାହକୁ ନେଇ ଉଭୟଙ୍କ ଘର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ ,ତେବେ ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ବିବାହ କରିବାକୁ ଯୋଜନା କରିଛନ୍ତି । ତେବେ, ଏହି ଲଭ୍ ବାର୍ଡଙ୍କ ବିବାହ ଭାରତର ଏହି...

ସୌଜନ୍ୟ- ସୋସିଆଲ ମିଡ଼ିଆ

Parineeti Chopra Raghav Chaddha Wedding Updates: ବଲିଉଡ଼ (Parineeti Chopra) ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra) ଓ  ସାଂସଦ ରାଘବ ଚଡ୍ଡାଙ୍କ (Raghav Chaddha) ନିର୍ବନ୍ଧ ଶେଷ ହୋଇଛି । ଖୁବଶୁଘ୍ର ଏହି ପ୍ରେମ ପକ୍ଷୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଚଳିତ ବର୍ଷ ଶେଷ ସୁଧା ଏମାନଙ୍କ ବିବାହ ହେବ ବୋଲି ଜଣାପଡିଛି (Parineeti Chopra Raghav Chaddha Wedding) । ବିବାହକୁ ନେଇ ଉଭୟଙ୍କ ଘର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ ,ତେବେ ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ବିବାହ କରିବାକୁ ଯୋଜନା କରିଛନ୍ତି । ତେବେ ପରିଣିତି ବିବାହରେ ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ପିନ୍ଧିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାହିଁକିନା, ସେ ନିକଟରେ ମନୀଷ ମଲହୋତ୍ରାଙ୍କ ଘରକୁ ଯାଇଥିବା ଦେଖିବାକୁ ମିଳିଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ଏ-ହି ସହରରେ ହେବ ପରିଣିତିଙ୍କ ବିବାହ : ନିକଟରେ ଅଭିନେତ୍ରୀ ରାଜସ୍ଥାନ ଯାଇଥିଲେ।  ରାଜସ୍ଥାନର ଉଦୟପୁରରେ ତାଙ୍କର ବିବାହ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାହିଁକିନା ଗତ କିଛି ଦିନ ତଳେ, ରାଜସ୍ଥାନର ଉଦୟପୁରକୁ ଯାଇଥିଲେ  ପରିଣିତି । ଏବଂ ସେଠାରେ ସେ ଉଦୟପୁରର ପର୍ଯ୍ୟଟନ ବିଭାଗର ଡେପୁଟି ଡାଇରେକ୍ଟର ଶିଖା ସାକ୍ସେନାଙ୍କୁ ଭେଟିଥିଲେ। ଏବଂ ଦିର୍ଘ ୩୦ ମିନିଟ ଧରି ଉଦୟପୁରର ବିଭିନ୍ନ ଅଞ୍ଚଳକୁ ନେଇ ଆଲୋଚନା କରିଥିଲେ। ଏବଂ ତାହାକୁ ନୋଟ କରିଥିଲେ। ଏବଂ ସେହି ସ୍ଥାନ ବୁଲିକି ଦେଖିଥିଲେ। ଉଦୟପୁରରେ ସେପ୍ଟେମ୍ବରରୁ ନଭେମ୍ବର ଯାଏଁ ପାଗ କିଭଳି ରହେ ବୋଲି ଅଧିକାରୀଙ୍କୁ ପଚାରିଥିଲା । ତେବେ,ଏଥିରୁ  ଜଣାପଡୁଛି ଯେ, ପରିଣିତିଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ। 

Also Read: Untalented Guy: ବନ୍ଧା ହେଲେ ଓଡି଼ଆ ୟୁଟୁବର ‘ଅନଟାଲେଣ୍ଟେଡ଼ ଗାଏ’, ଜାଣନ୍ତୁ କଣ ରହିଛି ପୁରା ଘଟଣାକ୍ରମ?

Also Read: Ashish Vidyarthi Net Worth : କେତେ କୋଟିର ମାଲିକ ଆଶିଷ ବିଦ୍ୟାର୍ଥୀ? ସେ ଅଧିକ ଧନୀ ନା ତାଙ୍କ ସ୍ତ୍ରୀ ରୂପାଲୀ

 

ସୂଚନା ଅନୁସାର,ଚଳିତ ମାସ ମେ ୧୩ରେ ଦିଲ୍ଲୀ କପୁରଥାଲା ହାଉସରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ଗ୍ରହଣରେ ରାଘବ ଓ ପରିଣୀତି ନିର୍ବନ୍ଧ ହୋଇଥିଲା । ତେବେ ଏହି ହାଇ ପ୍ରୋଫାଇଲ ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ (Arvind kejriwal) ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ (Bhagwant mann) ପତ୍ନୀ ଗୁରପ୍ରୀତ କୌର ମଧ୍ଯ ସାମିଲ ହୋଇଥିଲେ । ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା (Parineeti Chopra) ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା (Raghav Chadha)ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିଣିତି ଓ ରାଘବ (Raghav Chadha) ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।  ।