Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ
Advertisement

Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ

Sania Mirza And Shoaib Malik Divorce: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ଏ ଦମ୍ପତି ଖୁବ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏ ନେଇ ଦୁହେଁ, ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ

Sania Mirza And Shoaib Malik Divorce: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ।  ଏ ଦମ୍ପତି ଖୁବ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏ ନେଇ ଦୁହେଁ, ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି ।  ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।  ଶୋଏବଙ୍କ କିଛି ଫଟୋ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ, ଶୋଏବ ପାକିସ୍ତାନୀ ମଡେଲ ଆୟେଶା(Popular Pakistani Actress Ayesha Omar)ଙ୍କୁ ଡେଟ କରୁଛନ୍ତି।  ତେବେ, ଏହି ମଡେଲଙ୍କ ପାଇଁ ଶୋଏବ- ସାନିଆଙ୍କ ସମ୍ପର୍କରେ ଫାଟ ହୋଇଥିବା ଚର୍ଚ୍ଚା ହେଉଛି । ତେବେ, ପାକିସ୍ତାନୀ ମଡେଲ ଆୟେଶା ଓମାର , ଅନେକ ସମୟରେ ନିଜ ବୋଲ୍ଡନେସ ଓ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି। 

ତେବେ ଆସନ୍ତୁ ନଜର ପକାଇବା ଆୟେଶାଙ୍କୁ ନେଇ ସୃଷ୍ଟି ହୋଇଥିବା କିଛି ବିବାଦୀୟ ଘଟଣାବଳୀ ଉପରେ :

ଶୋଏବ ମଲିକ ଆୟେଶା ଉମରଙ୍କୁ ଡେଟିଂ କରୁଛନ୍ତି କି ?

ପାକିସ୍ତାନୀ ମଡେଲ ତଥା ଅଭିନେତ୍ରୀ ଆୟେଶା ଓମରଙ୍କ ଓ କ୍ରିକେଟର ଶୋଏବ ମଲିକ ମଧ୍ୟରେ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି। ଗତ କିଛି ଦିନ ତଳେ ଶୋଏବ ଓ ଆୟେଶା ଦୁହେଁ ଫଟୋ ସୁଟ ବୋଲ୍ଡ ଫଟୋ ସୁଟ କରିଥିଲେ। ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ସାନିଆ ନିକଟରେ ଇନଷ୍ଟାରେ ନିଜ ପୁଅ ସହ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଏବଂ ସେଥିରେ କ୍ୟାପସନ ଲେଖିଥିଲ, ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

  
ଆୟେଶା ଓମାରଙ୍କ ଥାଇଲ୍ୟାଣ୍ଡ ଯାତ୍ରା ପରଠୁ ଫଟୋ ଲିକ୍ ହୋଇଛି :

ନିକଟରେ ଦେଇଥିବା ସାକ୍ଷାତକାରରେ ଆୟେଶା ଓମାର କହିଛନ୍ତି ଯେ, ଗତ ୧୨ ବର୍ଷ ତଳେ ମୁଁ ଏବଂ ମୋର ବାନ୍ଧବୀ ତଥା ଅଭିନେତ୍ରୀ ମାରିଆ ଭାଷ୍ଟିଙ୍କ ସହ ସୁମାଇକୁ ଭ୍ୟାକେସନରେ ଯାଇଥିଲି । ଏବଂ ସେ କହିଛନ୍ତି ଯେ, ତାଙ୍କୁ କେହି ଟ୍ରୋଲ କଲେ ସେ କିଛି ଫରକ ପଡିବନି । ଥାଇଲ୍ୟାଣ୍ଡ ଯାତ୍ରା ଠାରୁ ତାଙ୍କର ଫଟୋ ଫେସବୁକ୍ ରୁ ଲିକ୍ ହୋଇଥିଲା ,ଯେଉଁଠାରେ ସେ ଏହାକୁ ଅପଲୋଡ୍ କରିଥିଲେ।

ଆୟେଶା ଓମର ଯୌନ ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ ହୋଇଛି :

ମେଟୁ ଆନ୍ଦୋଳନ ପରେ ଆୟେଶା ,ଏହେସାନ ଖାନ(Ahsan Khan )ଙ୍କ କାର୍ଯ୍ୟକ୍ରମ 'ଶୋ ବୋଲ୍ ନାଇଟ୍ସ  ଉଇଥ୍ ଏହେଶାନ୍ ଖାନ୍' ( actor Ahsan Khan on his show Bol Nights with Ahsan Khan)ରେ ଶୋ'ରେ ଦେଇଥିବା ସାକ୍ଷାତକାରରେ ସେ ବଡ ଖୁଲାସା କରିଥିଲେ। ସେ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ସେ ଯୌନ ନିର୍ଯ୍ୟାତନାର ଶୀକାର ହୋଇଛନ୍ତି । ସେ କହିଛନ୍ତି, "ମୁଁ ମୋର କ୍ୟାରିୟରେ ଏବଂ ଜୀବନରେ ହଇରାଣ ହରକତ ହୋଇଛି, ତେଣୁ ମୁଁ ଜାଣିଛି, ମୁଁ  ଅନୁଭବ କରିପାରୁଛି। ଏ ବିଷୟରେ କଥାବାର୍ତ୍ତା କରିବାକୁ ମୋର ସାହସ ନାହିଁ, ବୋଧହୁଏ ଦିନେ ମୁଁ କରିବି "।

ଏକ ବିବାହରେ ଆୟେଶା ଓମାରଙ୍କ ଡ୍ୟାନ୍ସ  :

ଜଣେ ବନ୍ଧୁଙ୍କ ବିବାହରେ ଆୟେଶା ଉମରଙ୍କ ଡ୍ୟାନ୍ସର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ କଳା ଲେହେଙ୍ଗା ଏବଂ ସ୍ଲିଭଲେସ୍ ଚୋଲି ପିନ୍ଧିଥିବାର ଦେଖାଯାଇଥିଲା। ତାଙ୍କ ଏହି ବୋଲ୍ଟ ଲୁକକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଇଥିଲା।