OMG 2 Teaser: ଫିଲ୍ମରେ ଭିନ୍ନ ଅନ୍ଦାଜରେ ନଜର ଆସିବେ ପଙ୍କଜ ତ୍ରିପାଠି ଓ ଅକ୍ଷୟ କୁମାର
Advertisement
Article Detail0/zeeodisha/odisha1774836

OMG 2 Teaser: ଫିଲ୍ମରେ ଭିନ୍ନ ଅନ୍ଦାଜରେ ନଜର ଆସିବେ ପଙ୍କଜ ତ୍ରିପାଠି ଓ ଅକ୍ଷୟ କୁମାର

OMG 2 Teaser Out:  ବଲିଉଡ୍(Bollywood) ଫିଲ୍ମ 'ଓ ମାଇଁ ଗଡ୍ ୨'(OMG 2 )ର ଆଜି ଟିଜର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର (Akshay Kumar), ପଙ୍କଜ୍ ତ୍ରିପାଠୀ (pankaj tripathi) ଓ ପରେଶ ରାଓ୍ବାଲ୍ (Paresh Rawal) ନଜର ଆସିବେ। ଟିଜରଟି ବେଶ ଦମଦାର୍ ହୋଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

OMG 2 Teaser Out:  ବଲିଉଡ୍(Bollywood) ଫିଲ୍ମ 'ଓ ମାଇଁ ଗଡ୍ ୨'(OMG 2 )ର ଆଜି ଟିଜର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର (Akshay Kumar), ପଙ୍କଜ୍ ତ୍ରିପାଠୀ (pankaj tripathi) ଓ ପରେଶ ରାଓ୍ବାଲ୍ (Paresh Rawal) ନଜର ଆସିବେ। ଟିଜରଟି ବେଶ ଦମଦାର୍ ହୋଇଛି । କିଛି ପୌରାଣିତ କଥାବସ୍ତୁ ଓ ଇଶ୍ବର ବିଶ୍ବାସୀ ଲୋକଙ୍କୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଟିଜର ରିଲିଜ୍ ହେବାମାତ୍ରା ଟ୍ବିଟରେ ଟ୍ରେଣ୍ତ କରିବା ଆରମ୍ଭ କରିଛି । ଟିଜରର ସମସ୍ତ କଳାକାରମାନେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ଟିଜର ସାରା 'ହର ହର ମହାଦେବ' ଏବଂ 'ଜୟ ମହାକାଲ୍' ଭଳି ଜପ ଶୁଣାଯାଉଛି ।

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Also Read: School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ

 

 
 
 
 

 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

ଟିଜରର ଆରମ୍ଭରେ ଏକ ସ୍ୱର ଶୁଣାଯାଏ,'ଇଶ୍ବରଙ୍କ ସୃଷ୍ଟି ହେଉଛି ମଣିଷ,ଭଗବାନ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଭଗବାନ ସେ ସୃଷ୍ଟି କରିଥିବା ଲୋକମାନଙ୍କ ମଧ୍ୟରେ କଦାପି ପାର୍ଥକ୍ୟ କରନ୍ତି ନାହିଁ । ସେ ଜଣେ ନାସ୍ତିକ କାନଜିଲାଲ ମେହେଟ୍ଟା ହୁଅନ୍ତୁ କିମ୍ବା ଇଶ୍ବର ବିଶ୍ବାସୀ ହୁଅନ୍ତୁ। ଭଗବାନ ସବୁବେଳେ କର୍ମ ଅନୁସାରେ ମଣିଷକୁ ଫଳ ଦେଇଥାଆନ୍ତି। ଏହି ସମୟରେ, ଅକ୍ଷୟ କୁମାର ପ୍ରବେଶ କରନ୍ତି । ପରେଶ ରାୱଲଙ୍କୁ ମନ୍ଦିରରେ ଦେଖିବାକୁ ମିଳେ । ଅନ୍ୟ ପଟେ ପଙ୍କଜ ତ୍ରିପାଠୀ ମହାକଲଙ୍କ ପୂଜାରେ ବ୍ୟସ୍ତ ଥିବା ନଜର ଆସିଛନ୍ତି। ଏହି ସମୟରେ, ରେଳ ଷ୍ଟେସନର ଦୃଶ୍ୟ ଟିଜରରେ ମଧ୍ୟ ଦର୍ଶାଯାଇଛି, ଯେଉଁଥିରେ କିଶୋର ବାଳକ ରେଳ ଟ୍ରାକ୍ ଉପରେ ଠିଆ ହୋଇଥିବା ଏବଂ ତାଙ୍କ ସମ୍ମୁଖରେ ଏକ ଦ୍ରୁତଗାମୀ ଟ୍ରେନ୍ ଆସୁଥିବାର ନଜର ଆସିଛନ୍ତି।

ଏ-ହି ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ। ଟିଜରରେ ସେ ଭଗବାନ ଶିବଙ୍କ ପୂଜାରେ ବ୍ୟସ୍ତ ଥିବା ପଙ୍କଜ ତ୍ରିପାଠୀଙ୍କୁ ଦର୍ଶନ ଦେଉଥିବାର ନଜର ଆସିଛନ୍ତି। 'ଓଏମଜି ୨'ର ଟିଜର ଏହି ଫିଲ୍ମ ପ୍ରତି କୌତୁହଳ ସୃଷ୍ଟି କରିଛି। ତେବେ, ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବ ବୋଲି ଜଣାପଡିଛି। ତେବେ, 'ଓ ମାଇଁ ଗଡ୍ ୨'(OMG 2 ) ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ତେବେ, ଟିଜର ଦେଖି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ,ଖିଲାଡି କୁମାର ବହୁତ ସୁନ୍ଦର ଦିଶୁଛନ୍ତି। ତେବେ, ଏହି ଫିଲ୍ମରେ ଗୌତମ ୟାମି ମଧ୍ୟ ନଜର ଆସିବେ।  

ଏହା ବ୍ୟତିତ ଅକ୍ଷୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗକୁ ଅକ୍ଷୟ କୁମାର ଅଭିନେତା ସୂର୍ଯ୍ୟାଙ୍କ ତାମିଲ ଚଳଚ୍ଚିତ୍ର ‘ସୋରାରଇ ପୋଟ୍ରୁ’ର ହିନ୍ଦୀ ରିମେକରେ ନଜର ଆସିବେ ବୋଲି ଜଣାପଡ଼ିଛି। ତେବେ ଲଗାତାର ରିମେକ୍ ଫିଲ୍ମ କରୁଥିବା ଅକ୍ଷୟଙ୍କୁ ଏବେ ଟ୍ରୋଲର୍ସ ରିମେକ ଷ୍ଟାର ବୋଲି କହିବା ଆରମ୍ଭ କରିଛନ୍ତି। ସେ ଫିଲ୍ମ ସେଲଫି, ଭୁଲ ଭୁଲୈୟା ଏବଂ ଲକ୍ଷ୍ମୀ ପରି ଅନେକ ରିମେକ୍ ଫିଲ୍ମରେ ଅଭିନୟ କରିଛନ୍ତି। ଏଥର ତାଙ୍କୁ ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମ ‘ସୋରାରଇ ପୋଟ୍ରୁ’ରେ ଦେଖିବାକୁ ମିଳିବ। ସୂର୍ଯ୍ୟାଙ୍କ ଏହି ତାମିଲ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ନଭେମ୍ବର ୧୨, ୨୦୨୦ରେ ଏହା ମୁକ୍ତିଲାଭ କରିଥିବା ବେଳେ ଅନେକ ଆୱାର୍ଡ ହାତେଇଥିଲା।