Ollywood News: ୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"
Advertisement

Ollywood News: ୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"

Ollywood News: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି । ତ୍ରିକନ୍ୟାର କାହାଣୀ ଚିରାଚରିତ ଓଡ଼ିଆ କାହାଣୀଧାରା ଠାରୁ ସମ୍ପୂର୍ଣ୍ଣ ନିଆରା । ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଅଭିନୟରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି ।

Ollywood News: ୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"

Ollywood News: ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା" ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ବେଳେ ସଫଳତାର ସହ ୩୦ ଦିନରେ ପହଁଚିସାରିଛି । ଆଜି ପ୍ରେକ୍ଷାଳୟରେ ତ୍ରିକନ୍ୟାର ସମସ୍ତ କଳାକାର ଉପସ୍ଥିତ ରହି ୩୦ ଦିନ ର ପୂର୍ତ୍ତି ଉପଲକ୍ଷେ ସେଲିବ୍ରେସନ କରିଥିଲେ ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି । ତ୍ରିକନ୍ୟାର କାହାଣୀ ଚିରାଚରିତ ଓଡ଼ିଆ କାହାଣୀଧାରା ଠାରୁ ସମ୍ପୂର୍ଣ୍ଣ ନିଆରା । ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଅଭିନୟରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି ।

କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା । ଶ୍ରୀକାନ୍ତ ପଣ୍ଡା ଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଚିତ୍ରତ୍ତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି । ତ୍ରିକନ୍ୟାରେ ତିନିଟି ଗୀତ ଅଛି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ ।

ଅମୀୟ ପଟ୍ଟନାୟକ ପ୍ରଦକସନ୍ସ ଠାରୁ ଆରମ୍ଭ କରି ଅନୁପମ ପଟ୍ଟନାୟକଙ୍କ ଟେକ୍ନୋ ଆର୍ଟ୍ସ ପର୍ଯ୍ୟନ୍ତ, ରାଜାରାଣୀ ଠାରୁ ଆରମ୍ଭ କରି ତ୍ରିକନ୍ୟା ପର୍ଯ୍ୟନ୍ତ ଜଣେ ନିଷ୍ଠାପର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗୋପାଳ ଚନ୍ଦ୍ର ଘଡ଼ାଇ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ଅନୁପମ ଙ୍କ ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତି କୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକ ଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ତେବେ ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ତ୍ରିକନ୍ୟା ୩୦ ଦିନ ହେଲା ବେଶ ଦର୍ଶାକାଦୃତ ହେଉଛି ଏବଂ ତ୍ରିକନ୍ୟା ୫୦ ଦିନ ସଫଳତାର ସହ ପ୍ରେକ୍ଷାଳୟରେ ଚାଲିବ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି ।

Also Read- Shani Gochar 2024: ୫ଟି ରାଶି ଉପରେ ଶନିଙ୍କ କୋପ, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !