ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର
Advertisement

ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର

Ollywood News: ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ତୁ ମୋ ଲଭ ଷ୍ଟୋରୀ ଫିଲ୍ମ ମାଧ୍ୟମରେ ଖୁବ ପରିଚିତ ହୋଇଥିବା ନାୟକ ସ୍ୱରାଜ ବାରିକ । ଡକ୍ଟର ଶେଷ କିଷାନଙ୍କ ଜୀବନରେ ଯୋଡିହୋଇଥିବା ଜୀବନସାଥି ଭୂମିକାରେ ନଜର ଆସିବେ କୁକିଜ୍ ସ୍ୱାଇଁ । 

ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର

Ollywood News: ଉତ୍କଟ ଦାରିଦ୍ରତାର ଶେଷ ସୀମାରେ ଥିଲେ ଶେଷ । ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ । ଅନେକ ଅଭାବ ଅନାଟନ ଦେଇ ବାପା ମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ବୁଲ ଭାତ ଖାଇ, ପର ଘରେ ମଜୁରୀ ଲାଗି, ଗାଈ, ଛେଳି ଚରାଇ ପିଲାଦିନ କାଟିଥିଲେ । ଶେଷଙ୍କର ସେଦିନ ଶେଷ ହୋଇସାରିଛି । ଆଜି ସେ ଦୁନିଆର ସବୁଠୁ ଶୀର୍ଷରେ ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁର କିଷାନ ପୁଅ ଆଜି ବିନା ପଇସାରେ ଗାଁ ଚାଟଶାଳୀରୁ ପାଠ ପଢା ଆରମ୍ଭ କରି ନବୋଦୟ, ତା'ପରେ ନାଇଜରରୁ ପାଠ ସାରି ସୁଦୂର ଜର୍ମାନ ଯାତ୍ରା କରି ସାଜିଲେ ଜଣେ ସୁଖ୍ୟାତ ବୈଜ୍ଞାନିକ । ଯୋଉ ସ୍ବପ୍ନ ତାଙ୍କୁ ଶୋଇବାକୁ ଦେଇନଥିଲା, ସେ ସ୍ବପ୍ନ ତାଙ୍କର ପୂରଣ ହୋଇଛି ।

ସେଇ ଅଭାବୀ, ଅସହାୟ, କଷ୍ଟସହିଷ୍ଣୁ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣୀ "ଶେଷ କିଷାନ - ବଲାସିଙ୍ଘାରୁ ବର୍ଲିନ" ନାମକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଥିବା ଚଳଚ୍ଚିତ୍ର ଯାହାର ଟାଇଟିଲ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଘୋଷଣା ହୋଇଯାଇଛି । ଏହି ଟାଇଟିଲ ଘୋଷଣା ଅବସରରେ ବୈଜ୍ଞାନିକ ଡକ୍ଟର ଶେଷ କିଷାନ, ତାଙ୍କ ସହଧର୍ମିଣୀ ଜୟଶ୍ରୀ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ରଶ୍ମି ଧଳ, ରଜତ ଧଳ, ପ୍ରଯୋଜକ ନିର୍ମଳ ଜୟଶ୍ୱାଲ, ନାଇଜର ର ପ୍ରଫେସର ଡକ୍ଟର ହିମାଂଶୁ ବିଶ୍ୱାଳ, ନବୋଦୟର ପ୍ରିନସିପାଲ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡ଼କସନ୍ସ ଏବଂ ନିର୍ମଳ ଜୟଶ୍ବାଲ ପ୍ରଡ଼କସନ୍ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ଯାହାର ପ୍ରଯୋଜକ ରଜତ ଧଳ ଏବଂ ନିର୍ମଳ ଜୟଶ୍ୱାଲ ଅଛନ୍ତି ଏବଂ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଓଲିଉଡ଼ ତଥା ବଲିଉଡର ଖୁବ ପ୍ରତିଭାବାନ ନିର୍ଦ୍ଦେଶକ ସୁଶାନ୍ତ ମଣି ।

ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ତୁ ମୋ ଲଭ ଷ୍ଟୋରୀ ଫିଲ୍ମ ମାଧ୍ୟମରେ ଖୁବ ପରିଚିତ ହୋଇଥିବା ନାୟକ ସ୍ୱରାଜ ବାରିକ । ଡକ୍ଟର ଶେଷ କିଷାନଙ୍କ ଜୀବନରେ ଯୋଡିହୋଇଥିବା ଜୀବନସାଥି ଭୂମିକାରେ ନଜର ଆସିବେ କୁକିଜ୍ ସ୍ୱାଇଁ । ତେବେ ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପିଢ଼ି ର ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି ।

Also Read- Lava O2: ଚାଇନା ଫୋନକୁ ଟକ୍କର ଦେବ ଏହି ଫୋନ୍, ଜାଣନ୍ତୁ କଣ ରହିଛି ଖାସ୍

Also Read- Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ