୩ ମାସ ଭିତରେ ଛାଡପତ୍ର କାର୍ଯ୍ୟ ହେବ ଶେଷ ! ହାଇକୋର୍ଟଙ୍କ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1778236

୩ ମାସ ଭିତରେ ଛାଡପତ୍ର କାର୍ଯ୍ୟ ହେବ ଶେଷ ! ହାଇକୋର୍ଟଙ୍କ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ

Ollywood News: ଦୀର୍ଘମାସର ଅପେକ୍ଷାରୁ ଏଥର ମିଳିବ ନିସ୍ତାର ! ଆସିଲା ହାଇକୋର୍ଟଙ୍କ ଅର୍ଡର !

୩ ମାସ ଭିତରେ ଛାଡପତ୍ର କାର୍ଯ୍ୟ ହେବ ଶେଷ ! ହାଇକୋର୍ଟଙ୍କ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ

Ollywood News: ଷ୍ଟାର ଦମ୍ପତ୍ତି ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାରେ ପଡିପାରେ ପୂର୍ଣ୍ଣଚ୍ଛେଦ। ମାମଲାକୁ ନେଇ ହାଇକୋର୍ଟ (high court) ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।  ଛାଡ଼ପତ୍ର (Divorce) ଫଇସଲା ବିଳମ୍ୱ ହେଉଥିବାରୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅନୁଭବ । ଅନୁଭବଙ୍କ ଓକିଲ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଉଲଙ୍ଘନ ହେଉଥିବା ଦର୍ଶାଇଥିଲେ। ବିଚାର ଏକପାଖିଆ ଚାଲିଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଏହା ପରେ ମାମଲାକୁ ତର୍ଜମା କରି ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ଏହି ନିର୍ଦ୍ଦେଶ ରହିଛି। ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୩୧ ସୁଦ୍ଧା ଜେରା ପ୍ରକ୍ରିୟା ସରିବ। ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ଫଇସଲା ହୋଇପାରେ ବୋଲି କୁହାଯାଉଛି ।

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଯାଏ କୌଣସି ସମାଧାନର ସୂତ୍ର ବାହାରିପାରୁନି। ଏନେଇ କଟକ ଫାମିଲି କୋର୍ଟ (Family Court)ରେ ତାରିଖ ପରେ ତାରିଖ ଗଡି ଚାଲିଛି। ଏହି ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁର୍ବରୁ ମଧ୍ୟ ଅନୁଭବଙ୍କ ଓକିଲ ଜେରା କରିଛନ୍ତି। ତେବେ ଆଜି ଜେରା ସମୟରେ ଅଭିନେତ୍ରୀ ବର୍ଷା ସମସ୍ତ ପ୍ରକାରର ସହଯୋଗ କରିଥିବା ନେଇ ବର୍ଷାଙ୍କ ଓକିଲ କହି ଆସୁଥିବା ବେଳେ ଅନୁଭବଙ୍କ ଓକିଲ ବାରମ୍ବାର ଅଭିଯୋଗ ଆଣିଛନ୍ତି କି ବର୍ଷା ସହଯୋଗ କରୁନାହାଁନ୍ତି । ଏହା ଭିତରେ ଅନୁଭଵଙ୍କର ସୋସିଆଲ ମିଡ଼ିଆ (Social media)ରେ ବାରମ୍ବାର ଆକ୍ଷେପ ଜନକ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ଅନୁଭବ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ଷାଙ୍କ ଚୁପ ରହିବା ସହ ମାପିଚୁପି ସବୁବେଳେ ଉତ୍ତର ରଖନ୍ତି। 

ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି (Anubhav mohanty) ବାରମ୍ବାର ଆକ୍ଷେପ କରୁଥିବା ନେଇ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣୀରେ ପରସ୍ପର ବିରୋଧରେ କେହି ସୋସିଆଲ ମିଡିଆରେ ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମିଡିଆରେ ଅନୁଭବ ମହାନ୍ତି ଭିଡିଓ (Video) ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଅନ୍ୟପଟେ ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ଫେସବୁକ୍ ପୋଷ୍ଟ (Facebook post) ବେଳେ ବେଳେ ଉଭୟଙ୍କୁ ଚର୍ଚ୍ଚାକୁ ଟାଣି ଆଣୁଛି। ଏହି ଦମ୍ପତ୍ତିଙ୍କ ବିବାଦର କେବେ ସମାଧାନ ହେଉଛି ତାହାକୁ ସମସ୍ତେ ଚାହିଁଛନ୍ତି। କାରଣ ଏହି ଦମ୍ପତ୍ତି ପ୍ରାୟତଃ ସମସ୍ତଙ୍କର ବେଶ୍ ପସନ୍ଦ। ଯେକୌଣସି ପର୍ବ ପର୍ବାଣୀରେ ଉଭୟଙ୍କ ଚଳଚ୍ଚିତ୍ର (Movie) ବେଶ୍ ହିଟ୍ ହେଉଥିଲା। କାରଣ ଏହି ଯୋଡ଼ିଙ୍କୁ ବଡ଼ ପରଦାରେ ଏକାଠି ଦେଖିଵାକୁ ପ୍ରଶଂସକମାନେ ଚାହିଁ ବସିଥାନ୍ତି। ନିକଟରେ ଅନୁଭବଙ୍କ ଫିଲ୍ମ ଲଭ୍ ଇନ୍ ଲଣ୍ଡନ (Love in london) ରିଲିଜ ହୋଇଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଭବଙ୍କୁ ବଡ ପରଦାରେ ଦେଖି ପ୍ରଶଂସକ ଖୁସି ହୋଇଥିଲେ ସତ, କିନ୍ତୁ ସମସ୍ତଙ୍କ ମୁଁହରେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା କି ଅନୁଭବ ବର୍ଷା ଯୋଡ଼ି ଆସିଥିଲେ ଫିଲ୍ମଟି ଆହୁରି ଭଲ ଲାଗିଥାନ୍ତା। ତେବେ ଖୁବ ଶୀଘ୍ର ବର୍ଷାଙ୍କୁ ମଧ୍ୟ ଫିଲ୍ମ ବସ୍ (Boss) ରେ ଦେଖିବାକୁ ଦେଖିବାକୁ ମିଳିବ। ଏହି କିଛି ଦିନ ତଳେ ଫିଲ୍ମର ଶୁଭ ମହୁରତ ହୋଇଛି। ପୋଷ୍ଟରେ ବର୍ଷାଙ୍କ ଲୁକକୁ ଦର୍ଶକ ମଧ୍ୟ ପସନ୍ଦ କରିଛନ୍ତି।

Also read- Amarnath Yatra 2023: ୮୦ ହଜାର ହଜେଇଦେଲେ ଅମରନାଥ ଯାତ୍ରୀ: ପାଇବା ପରେ ଫେରାଇଲେ ପୋଲିସ, ଗୃହମନ୍ତ୍ରୀଙ୍କ ପ୍ରଶଂସା