TDS ଜମା ହୋଇ ନଥିବାରୁ ପ୍ରଯୋଜକଙ୍କ ବିରୁଦ୍ଧରେ ଅଭିଯାଗ କଲେ ଏହି ଓଡ଼ିଆ ଟିଭି ଅଭିନେତ୍ରୀ
Advertisement

TDS ଜମା ହୋଇ ନଥିବାରୁ ପ୍ରଯୋଜକଙ୍କ ବିରୁଦ୍ଧରେ ଅଭିଯାଗ କଲେ ଏହି ଓଡ଼ିଆ ଟିଭି ଅଭିନେତ୍ରୀ

Entertainment News: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଧାରାବାହିକରେ ଅଭିନୟ କରିଥିବା ଅଭିନେତ୍ରୀ ମମତା ନନ୍ଦ ନିଜ ସୋସିଆଲ ମିଡିଆରେ ଏକ ଅଭିଯୋଗ ଆଣିଛନ୍ତି ।

TDS ଜମା ହୋଇ ନଥିବାରୁ ପ୍ରଯୋଜକଙ୍କ ବିରୁଦ୍ଧରେ ଅଭିଯାଗ କଲେ ଏହି ଓଡ଼ିଆ ଟିଭି ଅଭିନେତ୍ରୀ

Entertainment News: ଭୁବନେଶ୍ୱର: ଏକାଧିକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଧାରାବାହିକ (TV Serial)ରେ ଅଭିନୟ କରିଥିବା ଅଭିନେତ୍ରୀ ମମତା ନନ୍ଦ (Mamata Nanda) ନିଜ ସୋସିଆଲ ମିଡିଆ (Social Media)ରେ ଏକ ଅଭିଯୋଗ ଆଣିଛନ୍ତି । ସେ କୌଣସି ଟିଭି ଚ୍ୟାନେଲ କିମ୍ୱା ପ୍ରଯୋଜକ (Producer) ଙ୍କ ନାମ ନନେଇ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।

ମମତା ନିଜ ପୋଷ୍ଟ (Social Media Post)ରେ ଲେଖିଛନ୍ତି ଯେ, ନମସ୍କାର...ମୁଁ ମମତା ନନ୍ଦ.. ମୁଁ ଜଣେ ଅଭିନେତ୍ରୀ. ବିଗତ ୧୩ ବର୍ଷ ହେଲାଣି ଓଡ଼ିଆ ଇଣ୍ଡଷ୍ଟ୍ରିରେ ମୁଁ କାମ କରୁଛି । ହେଲେ ୨୦୨୨ ରୁ ୨୦୨୩ ଏକ ପ୍ରତିଷ୍ଠିତ ଘରୋଇ ଚ୍ୟାନେଲରେ ଯେଉଁ ପ୍ରଯୋଜକଙ୍କ ଅଧୀନରେ ମୁଁ କାମ କରୁଥିଲି ସେ ଏବେ ମୋର TDS deposit କରିବାରେ ଅବହେଳା କରୁଛନ୍ତି ।  ମୁଁ ଗତ ମାର୍ଚ୍ଚ ମାସ ଠାରୁ  ଧର୍ଯ୍ୟର ସହିତ ଅପେକ୍ଷା କରି ରହିଥିଲି କାରଣ ସେ ପ୍ରଯୋଜକଙ୍କୁ ଯେତେବେଳେ ପଚାରିଲେ ସେ କହୁଥିଲେ ହେଇଯିବ ଆଉ ସବୁବେଳେ ଗୋଟେ ତାରିଖ ଦେଉଥିଲେ । ତଥାପି ଏତେ ମାସ ଅପେକ୍ଷା କରିବା ପରେ ଏବେ ଯେତେବେଳେ ତାଙ୍କୁ ଫୋନ କରୁଛି ସେ ଆଉ ଫୋନ ଉଠାଉ ନାହାନ୍ତି । TDS ବାବଦରେ ମାତ୍ର ୧୦୦୦ ଟଙ୍କା ଡିପୋଜିଟ୍ କରିଛନ୍ତି । ମୁଁ ଏଇ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶେଷ ଥର ପାଇଁ ଅନୁରୋଧ କରୁଛି ଦୟାକରି ମୋ TDS ଆପଣ ଡିପୋଜିଟ କରନ୍ତୁ । ନଚେତ୍ ମୁଁ ଆଇନର ଦ୍ବାରସ୍ଥ ହେବି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ମମତା ନନ୍ଦ ଏକାଧିକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇପାରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ମମତାଙ୍କର ହଜାର ହଜାର ଫ୍ୟାନ ଫଲୋଅର୍ସ ଅଛନ୍ତି । ବର୍ତ୍ତମାନର ଅଭିଯୋଗ ପରେ ପରବର୍ତ୍ତୀ ସମୟରେ କଣ ଘଟୁଛି ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି ।

Also Read- Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି

Also Read- Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ