Pratikshya Released: ପ୍ରତୀକ୍ଷାର ଅନ୍ତ କରାଇଲା 'ପ୍ରତୀକ୍ଷା', ହଲରେ ଖଚାଖଚ ଭିଡ
Advertisement
Article Detail0/zeeodisha/odisha1467520

Pratikshya Released: ପ୍ରତୀକ୍ଷାର ଅନ୍ତ କରାଇଲା 'ପ୍ରତୀକ୍ଷା', ହଲରେ ଖଚାଖଚ ଭିଡ

Pratikshya Released : ଆଜି ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଓଡିଶାର ୨୦ଟି ହଲରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ୬ଟି ସିନେମା ହଲରେ ଏହି ଫିଲ୍ମ ପରଦାକୁ ଆସିଛି । ଫିଲ୍ମଟିର ଫାଷ୍ଟ ଡେ ଫାଷ୍ଟ ଶୋ'ରେ ଦର୍ଶକଙ୍କ ଖଚାଖଚ ଭିଢ ମଧ୍ୟ ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ହୃଦୟକୁ ଛୁଉଁଛି ଏହି ଫିଲ୍ମ।

ସୌଜନ୍ୟ : ସୋସିଆଲ ମିଡିଆ

Pratikshya Released : ଆଜି ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଓଡିଶାର ୨୦ଟି ହଲରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ୬ଟି ସିନେମା ହଲରେ ଏହି ଫିଲ୍ମ ପରଦାକୁ ଆସିଛି । ଫିଲ୍ମଟିର ଫାଷ୍ଟ ଡେ ଫାଷ୍ଟ ଶୋ'ରେ ଦର୍ଶକଙ୍କ ଖଚାଖଚ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ହୃଦୟକୁ ଛୁଉଁଛି ଏହି ଫିଲ୍ମ।  ଫିଲ୍ମଟି ମଧ୍ୟ 'ଦମନ' ପରି ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଫିଲ୍ମଟିର  ନିର୍ଦ୍ଦେଶକ ଅଛନ୍ତି ଅନୁମପ ପଟ୍ଟନାୟକ । 'ପ୍ରତୀକ୍ଷା' ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ନିକଟରେ (ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌।

ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା ଏକ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ।  କିଭଳି ଜଣେ ମଧ୍ୟବିତ ପରିବାର ଯୁବକ ସରକାରୀ ଚାକିରୀ ପଛରେ ଧାଇଁ ନୀରାଶ ହେଉଛି । ରୋଜଗାର ଲାଗି ସଂଘର୍ଷ କରୁଛି , ଘରେ ବୃଦ୍ଧ ବାପାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାଙ୍କର ମୃତ୍ୟୁ ପରିସ୍ଥିତିର କାହାଣୀ ପ୍ରଦର୍ଶିତ ହୋଇଛି। ଗତ କିଛି ଦିନ ତଳେ ଏହି ଓଡିଆ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହୋଇଥିଲା । ୩ ମିନିଟ୍ ୬ ସେକେଣ୍ତରେ ଟ୍ରେଲରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥିଲା । ସେବେଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହ ସହକାରେ ଅପେକ୍ଷା କରିଥିଲେ ଦର୍ଶକ । ହେଲେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଫିଲ୍ମଟି ରିଲିଜ୍  ହୋଇଛି । 

ଏହାବି ପଢନ୍ତୁ : Actress Riya Dey Marriage: ହାତକୁ ଦି ହାତ ହେଲେ ରିୟା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ

ଏହାବି ପଢନ୍ତୁ : Sidhu Moose Wala Murder: ଗିରଫ ହେଲା ମାଷ୍ଟର ମାଇଣ୍ତ ,ଜାଣନ୍ତୁ ସେ କିଏ ? ଆଉ କାହା ସହ ରହିଛି ତା' ଲିଙ୍କ୍

ଏହାବି ପଢନ୍ତୁ : Urfi Javed: ସନି ଲିଓନିଙ୍କୁ ଉର୍ଫିଙ୍କ କଟାକ୍ଷ, 'ମୋ ପରି ତୁମେ ହୋଇ ପାରିବନି'

ଏହାବି ପଢନ୍ତୁ : Singer Jubin Nautiyal Accident: ଦୁର୍ଘଟଣାର ସମ୍ମୁଖୀନ ହେଲେ ଜୁବିନ ନୋଟିୟାଲ; ମୁଣ୍ଡ, କହୁଣି ସହ ଭାଙ୍ଗିଛି ପଞ୍ଜରାର ହାଡ

ଏହାବି ପଢନ୍ତୁ : The Kashmir Files: 'ଦି କାଶ୍ମୀର ଫାଇଲ୍ସ' କୁ ନେଇ ବିବାଦୀୟ ବୟାନ ଦେଲେ ଇସ୍ରାଏଲ ଫିଲ୍ମ ନିର୍ମାତା, ବିବେକ ଅଗ୍ନିହୋତ୍ରୀ ଦେଲେ ଏଭଳି କଡା ଜବାବ୍