Odia Movie: ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା "କେମିତି ଏ ସମ୍ପର୍କ"
Advertisement

Odia Movie: ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା "କେମିତି ଏ ସମ୍ପର୍କ"

ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି "କେମିତି ଏ ସମ୍ପର୍କ" କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ଆଜି ପ୍ରଥମ ଶୋ ରୁ ସ୍ପଷ୍ଟ ଜଣାପଡ଼ିଛି।

Odia Movie: ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା "କେମିତି ଏ ସମ୍ପର୍କ"

Odia Movie: ଭୁବନେଶ୍ୱର: ଏକ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ସାରା ଓଡିଶାର ୨୫ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"। କଳିଙ୍ଗ ପୁତ୍ର ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ର ଙ୍କୁ ନେଇ ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ପ୍ରିମିଅର ଶୋ' ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେପ୍ଲେକ୍ସରେ ହୋଇଥିଲା। ନାୟକ ଆକାଶ, ନାୟିକା ଏଲିନା ଏବଂ ଲିପ୍ସାଙ୍କ ସମେତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅସିତ ପତି, ଉଷସୀ ମିଶ୍ର, ମମତା ଦାଶ, ନମିତା, ଶିବ ପୂଜାପଣ୍ଡା, ହାସ୍ୟ କଳାକାର ଜ୍ଞାନ ବାରିକ, ଗୁଡ୍ଡୁ, ସନ୍ତୁ, ଶିଶୁ କଳାକାର ଲତାଶା ଖୁରାନା, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ପ୍ରଯୋଜକ ରୁପେଶ କୁମାର ନାୟକ ଏବଂ ଅନ୍ୟାନ୍ୟ କଳାକାରମାନେ ସିନେ ପ୍ରେମୀ ଦର୍ଶକଙ୍କ ସହିତ ଏକାଠି ବସି ପୁରା ସିନେମାଟିକୁ ଦେଖିଥିଲେ। ଏହା ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ଏକ ମୌଳିକ ପାରିବାରିକ କାହାଣୀ ହୋଇଥିବାରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଥିଲା। ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା ତ୍ରିକୋଣୀୟ ପ୍ରେମ ସହିତ ରହସ୍ୟ, ରୋମାଞ୍ଚ ଓ ସଂଘର୍ଷମୟ କାହାଣୀ ହୋଇଥିବାରୁ ଯୁବ ପିଢ଼ିଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଭୁବନେଶ୍ୱରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ଭିଡ଼ ବହୁ ମାତ୍ରାରେ ଜମିଥିଲା।
 
ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର। ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ। ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ରାଜେଶ ଦାସ। କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫିରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି। ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି। ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି "କେମିତି ଏ ସମ୍ପର୍କ" କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ଆଜି ପ୍ରଥମ ଶୋ ରୁ ସ୍ପଷ୍ଟ ଜଣାପଡ଼ିଛି।