Pushkara Release: ଗଣେଶ ପୂଜା ଅବସରରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପୁଷ୍କରା’
Advertisement
Article Detail0/zeeodisha/odisha1878112

Pushkara Release: ଗଣେଶ ପୂଜା ଅବସରରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପୁଷ୍କରା’

Pushkara: ଗଣେଶ ପୂଜା ଅବସରରେ ପରଦା ଉପରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପୁଷ୍କରା’ । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ  ଓ ସୁପ୍ରିୟା ମୁଖ୍ୟ ଭୂମିକାରେ ନଜର ଆସିବେ। 

ସୌ(ସୋସିଆଲ ମିଡିଆ)

Pushkara Release: ଆଜି ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପୁଷ୍କରା’ (Pushkara)। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ (sabyasachi mishra) ଓ ସୁପ୍ରିୟା ମୁଖ୍ୟ ଭୂମିକାରେ ନଜର ଆସିବେ। ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ନାଦବିନ୍ଦୁ’ ର କାହାଣୀ ଉପରେ ଏହି ଫିଲ୍ମଟି ପର୍ଯ୍ୟବେସିତ । ବିଶେଷକରି, ଓଡ଼ିଆ ଘରର ଚଳଣୀ, ପରମ୍ପରା ଓ ମାନସିକତାକୁ ଏହି ଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।

ସୂଚନା ଅନୁଯାୟ, ଏହି ଚଳଚ୍ଚିତ୍ରରେ ବର୍ତ୍ତମାନ ସମୟରେ ସମାଜରେ ହଜିଯାଉଥିବା କୌଳିକ ବୃତ୍ତିକୁ ମଧ୍ୟ ସ୍ଥାନ ଦିଆଯାଇଛି। ଏଭଳି ଏକ ଭିନ୍ନ କାହାଣୀକୁ ଦର୍ଶକ ପସନ୍ଦ କରିବେ ଆଶା କରାଯାଉଛି। ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର’ ପୁଷ୍କରା’। ଫିଲ୍ମରେ ଅଭିନେତା ସବ୍ୟସାଚୀ ମିଶ୍ର, ତ୍ରିଭୁବନ ପଣ୍ଡା, ସୁପ୍ରିୟା ନାୟକ, ବିକାଶ ଦାସ ଚୌଧୁରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଚଳଚ୍ଚିତ୍ରକୁ ନେଇ ଅଭିନେତା ସବ୍ୟସାଚୀ (sabyasachi mishra) କହିଛନ୍ତି, ‘ଏଇ ମାଟି ପାଣି ଓ ପବନରେ ବଞ୍ଚିଥିବା ଗୋଟିଏ ରହସ୍ୟମୟ ଚରିତ୍ରକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି’। ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ ଶୁଭ୍ରାଂଶୁ କହିଛନ୍ତି, ‘ଓଡ଼ିଆ ଘରର ଚଳଣି ଅନୁସାରେ ଜଣେ ବ୍ୟକ୍ତିଙ୍କର ଦେହାନ୍ତ ହେଲେ, କେଉଁ ସମୟରେ ତାଙ୍କର ଦେହାନ୍ତ ହୋଇଛି ସେହି ଅନୁଯାୟୀ ପୁଷ୍କର କ୍ରିୟାକର୍ମ କରାଯାଇଥାଏ । କାହିଁ କେଉଁ କାଳରୁ ଏହି ଧାରା ଚାଲିଆସୁଛି । ଏହାକୁ ଆଧାର କରି ଫିଲ୍ମର କାହାଣୀଟି ଗତିଶୀଳ’ ।

ଏହା ବି ପଢନ୍ତୁ-Zareen khan: ଜରିନ ଖାନଙ୍କ ବିରୋଧରେ କାହିଁକି ଜାରି ହେଲା ଗିରଫ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ପୂରା ମାମଲା

Also Read-Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା