Mithun Chakraborty: ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଡାକ୍ତର କହିଲେ...
Advertisement
Article Detail0/zeeodisha/odisha2105183

Mithun Chakraborty: ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଡାକ୍ତର କହିଲେ...

Mithun Chakraborty: ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଅଛନ୍ତି। ବ୍ରେନ୍ ଷ୍ଟ୍ରୋକ କାରଣରୁ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତି ଯନ୍ତ୍ରଣା ଏବଂ ଅସ୍ଥିରତା ଲାଗିବା ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Mithun Chakraborty: ମିଥୁନଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଡାକ୍ତର କହିଲେ...

Mithun Chakraborty: ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଅଛନ୍ତି। ବ୍ରେନ୍ ଷ୍ଟ୍ରୋକ କାରଣରୁ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତି ଯନ୍ତ୍ରଣା ଏବଂ ଅସ୍ଥିରତା ଲାଗିବା ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଖୁସିର ବିଷୟ ଯେ ତାଙ୍କର ଚେତା ଫେରିଛି ଏବଂ ସେ ଏବେ ଆଇସିୟିରୁ ବାହାରିଥିବା ଜଣାପଡ଼ିଛି। ଏନେଇ ଅଭିନେତ୍ରୀ ଦେବଶ୍ରୀ ରୟ ଏବଂ ନିର୍ଦ୍ଦେଶକ ପାଥିକୃତ ବସୁ ସୂଚନା ଦେଇଛନ୍ତି ।

ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ନେଇ ଅପଡେଟ୍ ଦେଇଥିଲେ ଏବଂ କହିଥିଲେ ଯେ ସେ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକରେ ପୀଡିତ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ଏଥିସହ ମିଥୁନ ଚକ୍ରବର୍ତ୍ତୀଙ୍କୁ ନ୍ୟୁରୋ-ଚିକିତ୍ସକ, ହୃଦରୋଗ ବିଶେଷଜ୍ଞ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ସମେତ ଡାକ୍ତରଙ୍କ ଏକ ଟିମ ତଦାରଖ କରୁଥିବା ସୂଚନା ଦିଆଯାଇଛି ।

ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନ ଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ସେପଟେ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ଫ୍ୟାନ୍ସ । ତେବେ ଏନେଇ ଅଭିନେତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଭୂଷଣ ପ୍ରଦାନ କରାଯାଇଥିଲ । ଏନେଇ ପ୍ରତିକ୍ରିୟା ମିଥୁନ କହିଥିଲେ, ‘ମୁଁ ଗୌରବାନ୍ବିତ । ଏ ସମ୍ମାନ ଗ୍ରହଣ କରି ମୁଁ ଆନନ୍ଦିତ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଁ କେବେ କାହାକୁ କିଛି ମାଗିନାହିଁ। ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି। ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ । ବଡ଼ ବିଚିତ୍ର ଅନୁଭୂତି’ ।