ଟେନସନ୍‌ରେ ଜ୍ୟାକଲିନ୍: ପ୍ରଥମେ ସମ୍ପତ୍ତି ଏବେ ବଡ଼ ବଜେଟ୍‌ ଫିଲ୍ମ ବି ହାତରୁ ଗଲା, ଏବେ କରିବେ କ'ଣ...
Advertisement
Article Detail0/zeeodisha/odisha1175906

ଟେନସନ୍‌ରେ ଜ୍ୟାକଲିନ୍: ପ୍ରଥମେ ସମ୍ପତ୍ତି ଏବେ ବଡ଼ ବଜେଟ୍‌ ଫିଲ୍ମ ବି ହାତରୁ ଗଲା, ଏବେ କରିବେ କ'ଣ...

ଠକ ସୁକେଶ ଚନ୍ଦ୍ରଶେଖର ପାଇଁ  ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଧିରେଧିରେ ଜ୍ୟାକଲିନଙ୍କ ହାତରୁ ଫିଲ୍ମ ଅଫର ଯିବାରେ ଲାଗିଛି । ଫିଲ୍ମ ନିର୍ମାତା ଜ୍ୟାକଲିନଙ୍କୁ ଫିଲ୍ମର କାଷ୍ଟ କରିବା ପାଇଁ ଚାହୁଁନାହାନ୍ତି ।

ଟେନସନ୍‌ରେ ଜ୍ୟାକଲିନ୍: ପ୍ରଥମେ ସମ୍ପତ୍ତି ଏବେ ବଡ଼ ବଜେଟ୍‌ ଫିଲ୍ମ ବି ହାତରୁ ଗଲା, ଏବେ କରିବେ କ'ଣ...

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର (Sukesh Chandrasekhar)ସହ ନିଜ ସମ୍ବନ୍ଧକୁ ନେଇ ଇଡିର ରାଡାରରେ ଆସିଥିଲେ ବଲିଉଡ ଆକ୍ଟ୍ରେସ ଜ୍ୟାକଲିନ୍ ଫର୍ଣ୍ଣାଡିଜ (Jacquiline Fernadez) । ହେଲେ ତାଙ୍କ ମୁସ୍କିଲ କମିବାର ନାଁ ନେଉନି ,ଗୋଟିଏ ପରେ ଗୋଟିଏ ସମସ୍ୟାରେ ପଡୁଛନ୍ତି ଜ୍ୟାକଲିନ୍। ନିକଟରେ ଇଡି ଜ୍ୟାକଲିନଙ୍କୁ ୭ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିକୁ ଜବତ କରିସାରିଛି । ଏହି ସବୁ ସମସ୍ୟା ତାଙ୍କ ପ୍ରଫେସନାଲ ଲାଇଫ ଉପରେ ମଧ୍ୟ ପଡ଼ିଛି । ତାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଯିବାରେ ଲାଗିଛି । ସାଉଥ ଇଣ୍ଡଷ୍ଟ୍ରୀର ଫେମସ ଆକ୍ଟର ପବନ କଲ୍ୟାଣ (Pawan Kalyan) ଙ୍କ ଫିଲ୍ମ ମଧ୍ୟ ଜ୍ୟାକଲିନ(Jacquiline Fernadez)ଙ୍କ ହାତରୁ ପଳାଇଛି ।

ଏହି ଫିଲ୍ମରେ ଜ୍ୟାକଲିନଙ୍କୁ ରିପ୍ଲେସ କରିଛନ୍ତି ଦିଲବର ଗର୍ଲ ନୋରା ଫତେହି (Nora Fatehi)। ପବନ କଲ୍ୟାଣଙ୍କ ଫିଲ୍ମ 'ହରି ହର ବୀରା ମାଲୁ' (Hari Hara Veera Mallu) ଫିଲ୍ମରେ ଜ୍ୟାକଲିନଙ୍କୁ ହଟାଇଦିଆଯାଇଛି । ପବନ କଲ୍ୟାଣ (Pawan Kalyan) ନିଜ ଅପକମିଂ ଫିଲ୍ମ ପାଇଁ କାମ ଆରମ୍ଭ କରିଦେଇଛନ୍ତି ।  ଏହି ଫିଲ୍ମରେ ଲିଡ୍ ରୋଲ ପାଇଁ ପୂର୍ବରୁ ବଲିଉଡ ଆକ୍ଟ୍ରେସ ଜ୍ୟାକଲିନ୍ ଫର୍ଣ୍ଣାଡିଜ(Jacquiline Fernadez)ଙ୍କ ନା ସାମ୍ନାକୁ ଆସିଥିଲା । ହେଲେ ଏବେ ଏହି ସ୍ଥାନ ନୋରା ଫତେହି(Nora Fatehi)ଙ୍କୁ ଦିଆଯାଇଛି । ଅନସ୍କ୍ରିନ ନୋରା ଫତେହି ଏବେ ପବନ କଲ୍ୟାଣ(Pawan Kalyan) ଙ୍କ ସହ ରୋମାନ୍ସ କରିବେ । ଏହା ଏକ ପିରିୟଡିକ ଡ୍ରାମା ଫିଲ୍ମ ,ଡାକୁ ବୀରା ମଲ୍ଲୁର ଜୀବନୀ ଉପରେ ଆଧାରିତ ହେବ ଏହି ଫିଲ୍ମ ।

Also Read: ରେକର୍ଡ ବ୍ରେକ କରିବାରେ ପଛଘୁଞ୍ଚା ଦେଉନି KGF-2, ଖୁବ ଶୀଘ୍ର ବନିବ ନମ୍ୱର ୱାନ୍

ରିପୋର୍ଟ ଅନୁଯାୟୀ   'ହରି ହର ବୀରା ମାଲୁ' (Hari Hara Veera Mallu) ଫିଲ୍ମରେ ନୋରା ଫତେହି(Nora Fatehi) ଶାହଜାହାଁଙ୍କ ତୃତୀୟ ଝିଅ  ରୋଶନାରା ବେଗମ ଭୁମିକାରେ ନଜର ଆସିବେ । ଏହି ଫିଲ୍ମରେ ନିଧି ଅଗ୍ରୱାଲ (Nidhi Agrawal) , ଅର୍ଜୁନ ରାମପାଲ (Arjun Rampal)ଏବଂ ନର୍ଗିସ ଫକ୍ରି (Nargish Fakhri)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସିବେ । ଏହି ଫିଲ୍ମକୁ ୧୫୦ରୁ ୨୦୦ କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଉଛି । ଏହି ଫିଲ୍ମ ଚଳିତ ବର୍ଷ ୫ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମରୁ ଜ୍ୟାକଲିନ୍ ଫର୍ଣ୍ଣାଡିଜ (Jacquiline Fernadez)ଙ୍କୁ ହଟାଯାଇଥିବାରୁ ବି-ଟାଉନରେ ଗସିପ୍ ଲାଗିରହିଛି । ନିକଟରେ ଜ୍ୟାକଲିନଙ୍କ ଅଭିନୀତ ଫିଲ୍ମ ବଚ୍ଚନ ପାଣ୍ଡେ (Bachchan Pandey) ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ଜ୍ୟାକଲିନ୍ ।

Also Read: KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା

ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍ ବଚ୍ଚନ ପାଣ୍ଡେର ପ୍ରେମିକା ସୋଫୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖାସ୍ ପ୍ରଦର୍ଶନ କରିପାରିନାହିଁ । ତେବେ ଆଗାମୀ ଦିନରେ ଜ୍ୟାକଲିନଙ୍କ ଫିଲ୍ମ ରାମସେତୁ (RamSetu) ରିଲିଜ ହେବ । ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ କରାଯାଇଥିିଲା । ପୋଷ୍ଟରରେ ଅକ୍ଷୟ କୁମାର (Akshay Kumar)ଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez) ଆଉ ଅଭିନେତା ସତ୍ୟଦେବ (Satyadev) ନଜର ଆସିଛନ୍ତି ।