Ollywood News: ପରଦାରେ ଅଶ୍ୱିନ-ଆଦ୍ୟାଶାଙ୍କ ରୋମାନ୍ସ
Advertisement
Article Detail0/zeeodisha/odisha2021709

Ollywood News: ପରଦାରେ ଅଶ୍ୱିନ-ଆଦ୍ୟାଶାଙ୍କ ରୋମାନ୍ସ

Ollywood News: ସିନେମାରେ ଆପଣ ଅଶ୍ୱିନ ତ୍ରିପାଠୀଙ୍କ ସହିତ ଆଦ୍ୟାଶାଙ୍କ ଯୋଡି ଦେଖିବାକୁ ପାଇବେ । ପରଦାରେ ଉଭୟଙ୍କ ରୋମାନ୍ସ ଆପଣଙ୍କ ମନକୁ ଛୁଇଁବ । ସେହିପରି ସ୍ୱର୍ଗତ ମିହିର ଦାସଙ୍କ ଅଭିନୟ ଆପଣ ଦେଖିବାକୁ ପାଇବେ । ଏଥିସହିତ ମହେଶ୍ୱେତା ରୟ, ମନୋଜ ମିଶ୍ର, ମୀନକେତନ ମହାନ୍ତି, ଅଶୋକ ଦାସ, ଟି ଗଣେଶ, ସରୋଜ ଚନ୍ଦ୍ର ପଟ୍ଟନାୟକ, ପ୍ରଜ୍ଞା, ଜ୍ୟୋତି ତ୍ରିପାଠି, ଅଶୋକ ଓଝା, ପ୍ରଶାନ୍ତ ସାହୁ, ବିଜୟ ବାଳା, ପ୍ରଭାତ, ଶୋନା, ଲିଲୁ ବାନାର୍ଜୀଙ୍କ ଅଭିନୟ ଆପଣ ଦେଖିବାକୁ ପାଇବେ ।

Ollywood News: ପରଦାରେ ଅଶ୍ୱିନ-ଆଦ୍ୟାଶାଙ୍କ ରୋମାନ୍ସ

Ollywood News: ରିଲିଜ୍ ହୋଇଛି ନୂଆ ଓଡ଼ିଆ ସିନେମା 'ତୋ ପ୍ରେମରେ ମୁଁ ବନ୍ଧା' । ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ କଟକ ସ୍ଥିତ ସଙ୍ଗମ ସିନେପ୍ଲେକ୍ସରେ ସିନେମାର ଗ୍ରାଣ୍ଡ୍ ପ୍ରିମିୟର ଶୋ' ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିନେମାର ନିର୍ଦ୍ଦେଶକ ପ୍ରଯୋଜକଙ୍କ ସମେତ ସିନେମା ତଥା ଓଲିଉଡର ଅନେକ କଳାକାର ଉପସ୍ଥିତ ଥିଲେ ।

ସିନେମାରେ ଆପଣ ଅଶ୍ୱିନ ତ୍ରିପାଠୀଙ୍କ ସହିତ ଆଦ୍ୟାଶାଙ୍କ ଯୋଡି ଦେଖିବାକୁ ପାଇବେ । ପରଦାରେ ଉଭୟଙ୍କ ରୋମାନ୍ସ ଆପଣଙ୍କ ମନକୁ ଛୁଇଁବ । ସେହିପରି ସ୍ୱର୍ଗତ ମିହିର ଦାସଙ୍କ ଅଭିନୟ ଆପଣ ଦେଖିବାକୁ ପାଇବେ । ଏଥିସହିତ ମହେଶ୍ୱେତା ରୟ, ମନୋଜ ମିଶ୍ର, ମୀନକେତନ ମହାନ୍ତି, ଅଶୋକ ଦାସ, ଟି ଗଣେଶ, ସରୋଜ ଚନ୍ଦ୍ର ପଟ୍ଟନାୟକ, ପ୍ରଜ୍ଞା, ଜ୍ୟୋତି ତ୍ରିପାଠି, ଅଶୋକ ଓଝା, ପ୍ରଶାନ୍ତ ସାହୁ, ବିଜୟ ବାଳା, ପ୍ରଭାତ, ଶୋନା, ଲିଲୁ ବାନାର୍ଜୀଙ୍କ ଅଭିନୟ ଆପଣ ଦେଖିବାକୁ ପାଇବେ ।

ସଂଳାପ ଦାୟିତ୍ୱରେ ଅଜୟ ସାମଲ ଥିବାବେଳେ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ ନିର୍ମଳ ନାୟକ, ନିର୍ମଳ ପଣ୍ଡା । ଗୀତଗୁଡିକରେ କଣ୍ଠଦାନ କରିଛନ୍ତି ସଂଗ୍ରାମ ମହାନ୍ତି, ସରୋଜ ଓ ପିକେ ଭାରତୀ  । ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ଏସ ଚନ୍ଦ୍ରକାନ୍ତ ।

ଏହି କାହାଣୀଟି ଗାଁ’ର ସାଧାରଣ ଶିକ୍ଷକ ଦିନାନାଥ ଏବଂ ଖଳନାୟକ ଅମରେଶ ପଟ୍ଟନାୟକ ଉପରେ ଆଧାରିତ । ମାଷ୍ଟର ଦିନାନାଥ ସବୁବେଳେ ପରଉପକାରୀ ଆଉ ଜନ ସେବାରେ ମାତିଥାନ୍ତି । ଅପର ପାଶ୍ୱର୍ରେ ଖଳନାୟକ ଅମରେଶ ପଟ୍ଟନାୟକ ଗାଁର ସ୍କୁଲକୁ ହୋଟେଲ୍ କରିବା ପାଇଁ ମନ ବଳାଏ । ମାଷ୍ଟର ଦିନାନାଥକୁ ଏହି କଥା କହିବା ଦ୍ୱାରା ଦିନାନାଥ ମନା କରିଦିଏ । ଯୋଉଥିପାଇଁ ଖଳନାୟକ ଦିନାନାଥକୁ ନିଆଁରେ ପୋଡି ମାରିଦିଏ । ଦିନାନାଥର ବଡ ପୁଅ ଜଗନ ଛୋଟବେଳୁ ଏହି ଦୃଶ୍ୟକୁ ଦେଖି ପ୍ରତିଶୋଧ ପରାୟଣ ହୋଇ ଭୟରେ ଘର ଛାଡି ଚାଲି ଯାଏ । ପରେ ପରେ ଦିନା ନାଥର ସ୍ତ୍ରୀ ଏବଂ ସାନ ପୁଅ ଆକାସ୍ ଜଗନ୍‌କୁ ଖୋଜିବା ପାଇଁ ସହରକୁ ପଳାନ୍ତି ।
୧୫ ବର୍ଷ ପରେ ଆକସ ଖଳନାୟକର ଝିଅ ମେଘାକୁ ଭଲ ପାଇବସେ । ମେଘା ବି ଆକାସ୍‌କୁ ବହୁତ୍ ଭଲ ପାଏ । ଦୁହେଁ ଘର ଛାଡିଗଲାବେଳେ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରନ୍ତି । ଆକସ୍ ଆଉ ମେଘାକୁ ଗୁଣ୍ଡାମାନଙ୍କର ଆକ୍ରମଣ ସମୟରେ ବଡ ଭାଇ ଜଗନ ଆସି ତାଙ୍କୁ ଉଦ୍ଧାର କରି ନିଜର ଘରକୁ ନେଇଆସେ । କିନ୍ତୁ ସେମାନଙ୍କୁ ପରିଚୟ ଦିଏନି କି ସେ ତାଙ୍କର ବଡ ଭାଇ ବୋଲି । ସେ ପଣ କରିଥାଏ ଯେ ନିଜ ବାପାର ହତ୍ୟାକରିକୁ ଦଣ୍ଡ ଦବାପାଇଁ । ଇତି ମଧ୍ୟରେ ଜଗନ୍ ସମରେସ୍ ପଟ୍ଟନାୟକକୁ ନିଆଁରେ ପୋଡକି ମାରଦିଏ ।  ପରିଶେଷରେ ଜଗନ୍ ନିଜର ପରିଚୟ ଦିଏ ଏବଂ ସମସ୍ତେ ମିଳିମିସି ଖୁସିରେ ରୁହନ୍ତି ।

ସିନେମାଟି ଦର୍ଶକଙ୍କୁ ମନକୁ ଛୁଇଁବ ବୋଲି ପୂରା ଟିମ ଆଶା ରଖିଥିବାବେଳେ ନିର୍ଦ୍ଦେଶକ ଟି ଗଣେଶ ମଧ୍ୟ ସିନେମାକୁ ନେଇ ବେଶ୍ ଆଶା ପ୍ରକଟ କରିଛନ୍ତି ।

Also Read- କଫ ସିରପ୍ ଉପରେ ଲାଗିଲା ବ୍ୟାନ୍, ୪ବର୍ଷରୁ କମ ପିଲାଙ୍କୁ ମନା

Also Read- କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ୧୨ ଘଣ୍ଟିଆ ବନ୍ଦ କାରଣରୁ ଜନଜୀବନ ଠପ୍