Neha Dhupia: କିଙ୍ଗ ଖାନଙ୍କୁ ପ୍ରଶଂସା କରି ଫସିଗଲେ ନେହା ଧୁପିଆ, ପୁରୁଣା କଥା ମନେପକାଇ ଦେଲେ ଶାହରୁଖଙ୍କ ଫ୍ୟାନ୍ସ
Advertisement

Neha Dhupia: କିଙ୍ଗ ଖାନଙ୍କୁ ପ୍ରଶଂସା କରି ଫସିଗଲେ ନେହା ଧୁପିଆ, ପୁରୁଣା କଥା ମନେପକାଇ ଦେଲେ ଶାହରୁଖଙ୍କ ଫ୍ୟାନ୍ସ

Neha Dhupia On SRK: ଅଭିନେତ୍ରୀଙ୍କ ନିଜ ପୁରୁଣା ବୟାନରେ କହିଥଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଦୁଇଟି ଜିନିଷ ବିକ୍ରି ହେଉଛି, ଗୋଟିଏ ସେକ୍ସ ଓ ଅନ୍ୟଟି ଶାହାରୁଖ ଖାନ, ଯାହା ବିଷୟରେ ପୂର୍ବରୁ ମଧ୍ୟ ବିବାଦ ଉପୁଜିଥିଲା । ବର୍ତ୍ତମାନ ନେହା ଧୁପିଆ ଶାହରୁଖ ଖାନଙ୍କୁ ପ୍ରଶଂସା କରିଥିବାରୁ ଫ୍ୟାନ୍ସ ମାନଙ୍କ ଦ୍ୱାରା ଟ୍ରୋଲ୍ ହେଉଛନ୍ତି । ଜାଣିବା ପୂରା ମାମଲା ।

ସୌ: ସୋସିଆଲ ମିଡିଆ

Neha Dhupia On SRK: ଶାହରୁଖ ଖାନଙ୍କ (Shah Rukh Khan) ଫିଲ୍ମ 'ପଠାନ' (Pathaan) ବଲିଉଡ ପାଇଁ ଏକ ବରଦାନ ପରି ପ୍ରମାଣିତ ହୋଇଛି । ବଲିଉଡ କିଙ୍ଗ (Bollywood King) ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ବକ୍ସ ଅଫିସରେ (Box office) ଇତିହାସ ସୃଷ୍ଟି କରିଛି । ପ୍ରଶଂସକଙ୍କ ଠାରୁ ଅନେକ ଘନିଷ୍ଠ ବନ୍ଧୁ ପର୍ଯ୍ୟନ୍ତ ଶାହରୁଖଙ୍କୁ ବର୍ତ୍ତମାନ ପ୍ରଶଂସା କରିଚାଲିଛନ୍ତି । ସେଥିମଧ୍ୟରୁ ନେହା ଧୁପିଆ (Neha Dhupia) ମଧ୍ୟ ଅନ୍ୟତମ । ନିକଟରେ ସେ ଅଭିନେତାଙ୍କୁ ପ୍ରଶଂସା କରିଥିଲେ । କିନ୍ତୁ କିଛି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ଏହା ହଜମ କରି ପାରି ନଥିଲା ଓ ସେମାନେ ତାଙ୍କର କିଛି ପୁରୁଣା ବୟାନକୁ ସାମ୍ନାକୁ ଆଣିଥିଲେ, ଯାହା ସେ ଏକ ଚାଟ୍ ସୋ ସମୟରେ କହିଥିଲେ । ଓ ବର୍ତ୍ତମାନ ଅଭିନେତ୍ରୀ (Neha Dhupia ON SRK) ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି । ସେ ନିଜ ଟ୍ୱିଟରରେ ଟ୍ୱିଟ୍ କରି ଲେଖିଛନ୍ତି, '୨୦ ବର୍ଷ ପରେ ମୋର ବୟାନ ସତ ହୋଇଗଲା । ଏହା ଜଣେ ଅଭିନେତାଙ୍କ କ୍ୟାରିୟର ନୁହେଁ ବରଂ ଜଣେ ରାଜାଙ୍କ ଶାସନ! #KingKhan @iamsrk.'

ଅଭିନେତ୍ରୀଙ୍କ ନିଜ ପୁରୁଣା ବୟାନରେ କହିଥଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଦୁଇଟି ଜିନିଷ ବିକ୍ରି ହେଉଛି, ଗୋଟିଏ ସେକ୍ସ ଓ ଅନ୍ୟଟି ଶାହାରୁଖ ଖାନ, ଯାହା ବିଷୟରେ ପୂର୍ବରୁ ମଧ୍ୟ ବିବାଦ ଉପୁଜିଥିଲା । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି, ଯାହାକି ୨୫ ଜାନୁଆରୀରେ ଏକ ହିନ୍ଦୀ ଫିଲ୍ମ ପାଇଁ ସର୍ବ ବୃହତ ଓପନିଂ କରିଥିଲା ​​।

fallback

ପ୍ରଥମ ଦିନରେ ୧୦୬ କୋଟି ଟଙ୍କା ରୋଜଗାର କରିବା ପରେ ପଠାନ ଦ୍ୱିତୀୟ ଦିନରେ ବିଶ୍ୱ ବକ୍ସ ଅଫିସରେ ୧୧୩.୬୦ କୋଟି ଟଙ୍କା କଲେକ୍ସନ କରିଥିଲେ । କିଙ୍ଗ ଖାନଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ବହୁତ ସାରା ଭଲପାଇବା ଦେଉଛନ୍ତି, ଏହି ଫିଲ୍ମକୁ ନେଇ ଲୋକମାନେ ଯାହା ଆଶା କରୁଥିଲେ ତାହାଠାରୁ ଅଧିକ ଭଲ ହୋଇଛି ବୋଲି ପ୍ରଶଂସକ ମାନେ କହୁଛନ୍ତି । ଓ ଏଥିପାଇଁ ଶ୍ରେୟ ଅଭିନେତାଙ୍କ ଚମତ୍କାର ଅଭିନୟ ଓ ତାଙ୍କ ଟିମର କଠିନ ପରିଶ୍ରମକୁ ଯାଉଛି ।

ଏହା ବି ପଢ଼ନ୍ତୁ: ୩୯ ଲକ୍ଷ ଖର୍ଚ୍ଚ କରି ଜଣେ ମହିଳା ହୋଇଗଲେ 'ଡ୍ରାଗନ୍ ଲେଡି', ଲୁକ୍ ଦେଖି ଭୟଭୀତ ହେଉଛନ୍ତି ଲୋକେ!

ଏହା ବି ପଢ଼ନ୍ତୁ: Sonu Sood: ପୁଣି ମହାନତା ଦେଖାଇଲେ ସୋନୁସୁଦ, ମହିଳାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ଦେଲେ ଅଫର

ଏହା ବି ପଢ଼ନ୍ତୁ: ଝିଅ ମାସାବାଙ୍କ ବିବାହରେ ପୂର୍ବତନ ପ୍ରେମିକ ଭିଭିଆନ୍ ରିଚାର୍ଡସଙ୍କ ସହ ନଜର ଆସିଲେ ନିନା