ଭାଙ୍ଗିଗଲା ସିଦ୍ଧୁ ଝିଅଙ୍କ ମନ !
Advertisement
Article Detail0/zeeodisha/odisha1123109

ଭାଙ୍ଗିଗଲା ସିଦ୍ଧୁ ଝିଅଙ୍କ ମନ !

ସିଦ୍ଧୁଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ତାଙ୍କ ଝିଅ ରାବିଆ ସିଦ୍ଧୁ  ଓହ୍ଲାଇଥିଲେ । ମତଦାନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ରାବିଆ ଭାବପ୍ରବଣ ହୋଇପଡ଼ିଥିଲେ । ବିରୋଧୀଙ୍କ ଉପରେ ଗର୍ଜିବା ସହ ଭାଷଣ ଦେବା ସମୟରେ ସେ କହିଥିଲେ, "ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବେନି ।"

ଭାଙ୍ଗିଗଲା ସିଦ୍ଧୁ ଝିଅଙ୍କ ମନ !

ମୁମ୍ବାଇ: ନବଜୋତ ସିଂହ ସିଦ୍ଧୁଙ୍କ (Navjot Singh Sidhu) ଝିଅ ରାବିଆ ସିଦ୍ଧୁ ଏବେ ଚର୍ଚ୍ଚାରେ ଅଛନ୍ତି । ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିଆ ସିଦ୍ଧୁ (Rabia Sidhu) ଭାବପ୍ରବଣ ହୋଇ ଅନେକ ବୟାନ ଦେଇଥିଲେ । ଶେଷରେ ବାପାଙ୍କ ପ୍ରତି ଝିଅର ଭାବପ୍ରବଣାତ୍ମକ ବୟାନ ଭୋଟରଙ୍କୁ ଆକୃଷ୍ଟ କରିପାରି ନାହିଁ ଏବଂ ନିର୍ବାଚନ ମଇଦାନରେ ସିଦ୍ଧୁ ପରାସ୍ତ ହୋଇଛନ୍ତି । ବର୍ତ୍ତମାନ ବାପା ସିଦ୍ଧୁ ତ ହାରିଗଲେ, ହେଲେ ସତରେ କ'ଣ ରାବିଆ ବାହା ହେବେନି, ତାକୁ ନେଇ ଏବେ ସାଧାରଣରେ କଳ୍ପନାଜଳ୍ପନା ଜୋର ଧରିଛି ।  କାରଣ ଯେ ପର୍ଯ୍ୟନ୍ତ ବାପା ବିଜୟ ହାସଲ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ପ୍ରଚାର ମଇଦାନରେ ଖୋଦ୍ ସିଦ୍ଧୁଙ୍କ ଝିଅ ରାବିଆ ବୟାନ ଦେଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ।

ସିଦ୍ଧୁଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ତାଙ୍କ ଝିଅ ରାବିଆ ସିଦ୍ଧୁ  ଓହ୍ଲାଇଥିଲେ । ମତଦାନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ରାବିଆ ଭାବପ୍ରବଣ ହୋଇପଡ଼ିଥିଲେ । ବିରୋଧୀଙ୍କ ଉପରେ ଗର୍ଜିବା ସହ ଭାଷଣ ଦେବା ସମୟରେ ସେ କହିଥିଲେ, "ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବେନି ।"

fallback

ନବଜୋତ ସିଂ ସିଦ୍ଧୁ ନିର୍ବାଚନରେ ପରାୟଜ ହେବା ଏବେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍‌ ସିଂହଙ୍କୁ ଅଡୁଆରେ ପକାଇଛି । କପିଲ୍ ଶର୍ମା ଶୋ'ର ଜଜ୍ ଭାବେ ପରିଚାଳନା କରୁଥିବା ଅର୍ଚ୍ଚନାଙ୍କ ଚୌକି ପ୍ରତି ଏବେ ବିପଦ ରହିଛି ବୋଲି ଚର୍ଚ୍ଚା ହେଉଛି । ସିଦ୍ଧୁ ଅର୍ଚ୍ଚନାଙ୍କ ଆସନ ଛଡାଇ ନେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଶୁଣିବାକୁ ମିଳୁଛି ନିର୍ବାଚନ ପରେ ସିଦ୍ଧୁଙ୍କ ରାଜନୈତିକ କ୍ୟାରିଅର ପ୍ରାୟତଃ ଶେଷ ହୋଇଯାଇଛି । ଏଥିପାଇଁ ସେ ପୁଣିଥରେ କପିଲ ଶର୍ମା ଶୋ'କୁ ଫେରିପାରନ୍ତି । ଯଦି ଏଭଳି ହୁଏ ତେବେ ଅର୍ଚ୍ଚନା ପୂରନ୍‌ ସିଂହଙ୍କୁ ନିଜ ଆସନ ଛାଡିବାକୁ ପଡିବ ଏବଂ ସିଦ୍ଧୁଙ୍କୁ ପୁଣି ଥରେ କପିଲ ଶର୍ମା ଶୋ'ରେ ଦେଖିବାକୁ ମିଳିବ । ଯାହାକୁ ମଧ୍ୟ ତାଙ୍କର ଅନେକ ପ୍ରସାଶକ ଅପେକ୍ଷା କରିଛନ୍ତି ।

fallback

ସିଦ୍ଧୁଙ୍କୁ କପିଲ ଶର୍ମା ଶୋ'ରେ ପୁର୍ନବାର ଆଣିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଫିଲ୍ମ ମେକର ଅଶୋକ ପଣ୍ଡିତ ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି, ସିଦ୍ଧୁ ଚାହିଁଲେ ବି 'ଦ କପିଶ ଶର୍ମା ଶୋ'କୁ ଫେରିପାରିବେ ନାହିଁ । ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋଇ (Federation of Western India Cine Employees) ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ପାକିସ୍ତାନକୁ ସମର୍ଥନ କରିବା ନେଇ ନନ୍‌ କପୋରେସନ୍‌ ଇସୁ କରିଛନ୍ତି । ଏହାର ଅର୍ଥ ସେ 'କପିଲ ଶର୍ମା ଶୋ'ରେ ପୁଣିଥରେ ନଜର ଆସିବେ ନାହିଁ ।