Entertainment News: ଟ୍ବିଟରରେ ଟ୍ରେଣ୍ତ କରୁଛି 'Miss Shetty Mr Polishetty', ପ୍ରଭାସ୍ ସେୟାର କଲେ ପୋଷ୍ଟ
Advertisement
Article Detail0/zeeodisha/odisha1764137

Entertainment News: ଟ୍ବିଟରରେ ଟ୍ରେଣ୍ତ କରୁଛି 'Miss Shetty Mr Polishetty', ପ୍ରଭାସ୍ ସେୟାର କଲେ ପୋଷ୍ଟ

Entertainment News: ଅଭିନେତ୍ରୀ ଅନୁସ୍କା ସେଟ୍ଟୀ  ଓ ନବୀନ ପୋଲିସେଟ୍ଟୀଙ୍କ ( Naveen Polishetty)ଙ୍କ ଅଭିନୀତ ଫିଲ୍ମ ଖୁବଶିଘ୍ର ପରଦାକୁ ଆସୁଛି । ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମଟି ତେଲୁଗୁ, ତାମିଲ, କର୍ଣ୍ଣଡ ଓ ମାଲାୟଲମ ଭାଷାରେ ରିଲିଜ୍ ହେବ।  ରିପୋର୍ଟ ଅନୁଯାୟୀ, 'ମିସ୍ ଶେଟ୍ଟି ମିଷ୍ଟର ପୋଲିସ୍ ସେଟ୍ଟୀ' (Miss Shetty Mr Polishetty) ଫିଲ୍ମଟି ଅଗଷ୍ଟ ୪ରେ ରିଲିଜ୍ ହୋବ ବୋଲି କୁହାଯାଉଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Entertainment News: ଅଭିନେତ୍ରୀ ଅନୁସ୍କା ସେଟ୍ଟୀ  ଓ ନବୀନ ପୋଲିସେଟ୍ଟୀଙ୍କ ( Naveen Polishetty)ଙ୍କ ଅଭିନୀତ ଫିଲ୍ମ ଖୁବଶିଘ୍ର ପରଦାକୁ ଆସୁଛି । ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମଟି ତେଲୁଗୁ, ତାମିଲ, କର୍ଣ୍ଣଡ ଓ ମାଲାୟଲମ ଭାଷାରେ ରିଲିଜ୍ ହେବ।  ରିପୋର୍ଟ ଅନୁଯାୟୀ, 'ମିସ୍ ଶେଟ୍ଟି ମିଷ୍ଟର ପୋଲିସ୍ ସେଟ୍ଟୀ' (Miss Shetty Mr Polishetty) ଫିଲ୍ମଟି ଅଗଷ୍ଟ ୪ରେ ରିଲିଜ୍ ହୋବ ବୋଲି କୁହାଯାଉଛି । ତେବେ ଏପର୍ଯ୍ୟନ୍ତ ଏହାର ଅଫିସିଆଲ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ। ଏହି ଚଳଚ୍ଚିତ୍ରର ଟିଜର ୨୯ ଏପ୍ରିଲରେ ମୁକ୍ତିଲାଭ କରିଥିଲା ​​। ଏହି ଫିଲ୍ମର ଟିଜରକୁ ଖୁବ୍ ପ୍ରଂଶସା କରିଥିଲେ ପ୍ରଭାସ୍ । ପ୍ରଭାସ୍ ମଧ୍ୟ ନିଜ ଟ୍ବିଟରରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ସେ ଟ୍ୱିଟରରେ ଟିଜର ସେୟାର କରି ଲେଖିଛନ୍ତି, #ମିସ୍ ସେଟ୍ଟି ମିରପଲିସ୍ ସେଟ୍ଟିର ଟିଜର ବହୁତ ମଜାଦାର ! ପୁରା କାଷ୍ଟ ଏବଂ କ୍ରୁଙ୍କୁ ଶୁଭେଚ୍ଛା! 'ଅନୁଷ୍କା ପ୍ରଭାସଙ୍କ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରରେ ସେୟାର କରି ଲେଖିଛନ୍ତି, ଧନ୍ୟବାଦ ପୁସ୍ପୁ।' ତେବେ, ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମର ନିର୍ମାତା ଓ ଷ୍ଟାରକାଷ୍ଟ । 

 

ଏହାବି ପଢନ୍ତୁ : IPS Sagarika Nath: IPS ସାଗରିକା ନାଥଙ୍କ ବାପା,ମା’ଙ୍କଠୁ ଲୁଟ୍‌, ରାସ୍ତାରେ ଗାଡି଼ ଅଟକାଇ ଟଙ୍କା ସୁନା ଛଡାଇ ନେଲେ ଲୁଟେରା

ଏହାବି ପଢନ୍ତୁ : Ganjam Crime News: ତିନି ଛୁଆଙ୍କ ଜୀବନ ନେବାକୁ ପଛାଇଲାନି ମାଆ

ମହେଶ ବାବୁ ପି ଙ୍କ ନିର୍ଦ୍ଦେଶିତ 'ମିସ୍ ଶେଟ୍ଟି ମିଷ୍ଟର ପୋଲିସ୍ ସେଟ୍ଟୀ' ଏକ ଗୀତ ଜୁନ୍ ମାସରେ ମୁକ୍ତିଲାଭ କରିଥିଲା।  'ମିସ୍ ଶେଟ୍ଟି ମିଷ୍ଟର ପୋଲିସ୍ ସେଟ୍ଟୀ'କ୍ରିଏସନ୍ସ ବ୍ୟାନରରେ ପ୍ରମୋଦ ଉପପାଲପତି ଏବଂ ଭାମସି କୃଷ୍ଣ ରେଡ୍ଡୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି  ରାଧାନ୍ ସଙ୍ଗୀତ ରଚନା କରିବା ସହିତ ଚଳଚ୍ଚିତ୍ର ପାଇଁ ଗୀତ ମଧ୍ୟ ରଚନା କରିଥିଲେ। ଟିଜର ଏବଂ ରିପୋର୍ଟ ଅନୁଯାୟୀ, 'ମିସ୍ ଶେଟ୍ଟି ମିଷ୍ଟର ପୋଲିସ୍ ସେଟ୍ଟୀ' ଏକ ରୋମାଣ୍ଟିକ୍ କମେଡି  ଫିଲ୍ମ । ଲିଡ ରୋଲରେ ଅନୁଷ୍କା ଏବଂ ନବୀନ ନଜର ଆସିବେ। 

ଅନୁଷ୍କା ସେଟ୍ଟି ସେ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ ଯିଏକି ମୁଖ୍ୟତଃ ତେଲୁଗୁ ଓ ତାମିଲ୍ ସିନେମାରେ କାମ କରିଚନ୍ତି | ସେ ତାଙ୍କର ଅଭିନୟ ଯାତ୍ରା ତେଲୁଗୁ ସିନେମା ସୁପର୍ରୁ ଆରମ୍ଭ କରିଥିଲେ । ବିକ୍ରମାର୍କୁଡୁ (୨୦୦୬), ଅରୁନ୍ଧତୀ (୨୦୦୯), ବେଦମ୍ (୨୦୧୦), ରୁଦ୍ରମାଦେବୀ (୨୦୧୫) ଓ ବାହୁବଲି:ଦି ବିଗିନିଙ୍ଗ୍(୨୦୧୫) ଆଦି ଚଳଚ୍ଚିତ୍ରରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଛନ୍ତି । ଅରୁନ୍ଧତୀ (୨୦୦୯)ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସିତ ହୋଇଥିଲେ | ଏହା ସହିତ ସେ ବେଦମ୍ (୨୦୧୦)ରେ ସରୋଜା ଏବଂ ରୁଦ୍ରମାଦେବୀ (୨୦୧୫)ରେ ରାଣୀ ରୁଦ୍ରମାଦେବୀ ଭାବରେ ଅଭିନୟ କରି ତିନିଟି ଫିଲ୍ମ୍ ଫେୟାର୍, ଗୋଟିଏ ନନ୍ଦି ଓ ତିନିଟି ସିନେମା ପୁରସ୍କାର ଲାଭ କରିଥିଲେ । ଏହା ପରେ ୨୦୧୦ରେ ସେ ତାମିଲ୍ ଚଳଚ୍ଚିତ୍ର ସିଙ୍ଘମ୍(୨୦୧୦)ରେ ଅଭିନୟ କରିଥିଲେ। ଏଥି ସହିତ ଏହାର ଧାରାବାହିକ ଚଳଚ୍ଚିତ୍ର ସିଙ୍ଘମ୍ ୨ (୨୦୧୩) , ସି୩ (୨୦୧୭) ଓ ୟେନ୍ନାଇ ଅରିନ୍ଧାଲ୍ (୨୦୧୫)ରେ ମଧ୍ୟ ନାୟିକା ରୂପରେ ଦେଖାଦେଇଥିଲେ । ଏହି ଚାରିଟିଯାକ ସିନେମା ତାଙ୍କୁ ବହୁତ ଆର୍ଥିକ ସଫଳତା ଆଣିଦେଇଥିଲେ। ଅପରପକ୍ଷରେ ଭନମ୍ (୨୦୧୧), ଦେଇଭା ଥିରୁମଗଲ୍ (୨୦୧୧) ଓ ଇଞ୍ଜି ଇଦୁପ୍ପା଼ହାଗି (୨୦୧୫)ରେ ତାଙ୍କର ଅଭିନୟ ତାଙ୍କୁ ପ୍ରଶଂସିତ କରିଥିଲା ।