Malaika Arora Troll: ପୁଅ Arhaan ସହ ଫଟୋ ସେୟାର କରି ହଟାହଟା ହେଲେ ମଲାଇକା, ଟ୍ରୋଲର୍ସ କହିଲେ କିଛି ଏମିତି
Advertisement
Article Detail0/zeeodisha/odisha1500475

Malaika Arora Troll: ପୁଅ Arhaan ସହ ଫଟୋ ସେୟାର କରି ହଟାହଟା ହେଲେ ମଲାଇକା, ଟ୍ରୋଲର୍ସ କହିଲେ କିଛି ଏମିତି

Malaika Arora Troll: ବଲିଉଡର ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଲୁକକୁ ନେଇ ସବୁବେଳ ବିଟାଉନରେ ଚର୍ଚ୍ଚା ଚାଲିଥାଏ । ତଥାପି, ଅନେକ ଥର ମଲାଇକା ମଧ୍ୟ ତାଙ୍କ ଚେହେରା ଏବଂ ବ୍ୟକ୍ତିଗତ ଜୀବନ ଯୋଗୁଁ ଅନେକ ଥର ଟ୍ରୋଲ୍ ମଧ୍ୟ ହୋଇଥାନ୍ତି । ତେବେ, ଏଥର ମଧ୍ୟ ଏଭଳି ଘଟଣା ଘଟିଥିଲା ​​ଯେତେବେଳେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପୁଅ ଅରହାନଙ୍କ ସହ କିଛି ଫଟୋ ସେୟାର କରିଥିଲେ।

Malaika Arora Troll: ପୁଅ Arhaan ସହ ଫଟୋ ସେୟାର କରି ହଟାହଟା ହେଲେ ମଲାଇକା, ଟ୍ରୋଲର୍ସ କହିଲେ କିଛି ଏମିତି

Malaika Arora Troll: ବଲିଉଡର ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଲୁକକୁ ନେଇ ସବୁବେଳ ବିଟାଉନରେ ଚର୍ଚ୍ଚା ଚାଲିଥାଏ । ତଥାପି, ଅନେକ ଥର ମଲାଇକା ମଧ୍ୟ ତାଙ୍କ ଚେହେରା ଏବଂ ବ୍ୟକ୍ତିଗତ ଜୀବନ ଯୋଗୁଁ ଅନେକ ଥର ଟ୍ରୋଲ୍ ମଧ୍ୟ ହୋଇଥାନ୍ତି । ତେବେ, ଏଥର ମଧ୍ୟ ଏଭଳି ଘଟଣା ଘଟିଥିଲା ​​ଯେତେବେଳେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପୁଅ ଅରହାନଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ପୁଅକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରୋଲର୍ସମାନେ ମଲାଇକାଙ୍କ ଏଭଳି ଫଟୋକୁ ପସନ୍ଦ କରି ନ ଥିଲେ। ଏବଂ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।  ଆରହାନଙ୍କ ସହ ଏପରି ଫଟୋ ପାଇଁ ଟ୍ରୋଲରମାନେ କେବଳ ମଲାଇକାଙ୍କୁ ଟ୍ରୋଲ କରିନାହାଁନ୍ତି ବରଂ ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କ ହେତୁ ମଧ୍ୟ ଟ୍ରୋଲ କରିଥିଲେ।

ମଲାଇକା ଆରୋରା ବର୍ତ୍ତମାନ ତାଙ୍କ ଚାଟ୍ ଶୋ' (Moving In With Malaika)'ମୁଭିଙ୍ଗ ଇନ୍ ୱିଥ୍ ମଲାଇକା' ଯୋଗୁଁ ସେ ଲାଇମଲାଇଟରେ ଅଛନ୍ତି। ଏହି ଚାଟ୍ ଶୋ’ରେ ମଲାଇକାଙ୍କ ପୁଅ ଆରହାନ୍, ମଲାଇକାଙ୍କ ମା ଏବଂ ଭଉଣୀ ଅମୃତା ଆରୋରା ପହଞ୍ଚିଥିଲେ। ଏହି ଶୋ’ର ସେଟରୁ ଅଭିନେତ୍ରୀ ଅନେକ ଫଟୋ ସେୟାର କରିଥିଲେ, ଯେଉଁଥିରେ ମଲାଇକା ତାଙ୍କ ମାଙ୍କୁ କିସ୍ କରୁଥିବାର ଫଟୋ ଓ ପୁଅକୁ ଆଲିଙ୍ଗନ କରୁଥିବାର ଫଟୋ ସେୟାର କରିଥିବା ଦେଖିବାକୁ ମିଳିଥିଲା। 

ଏହାବି ପଢନ୍ତୁ : Christmas Celebration 2022: ସେଲିବ୍ରେଟିଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ୍, ଦେଖନ୍ତୁ ଭିଡିଓ

 

ଏହି ଫଟୋ ଗୁଡିକୁ ମଲାଇକା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏବଂ ଏକ କ୍ୟାପସନ ମଧ୍ୟ ଲେଖିଥିଲେ। ଯାହାକୁ ହଜମ କରି ପାରି ଥିଲେ ଟ୍ରୋଲର୍ସ । ଏବଂ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି- 'ତୁମେ ଲଜ୍ଜିତ ହେବା ଉଚିତ୍ , ତୁମର ପୁଅ ବଡ ହୋଇଗଲାଣି, ଏବେ ଅର୍ଜୁନ କପୁରଙ୍କ ସହ ତାଙ୍କୁ ଛାଡିଦିଅ। ' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି- 'ତୁମର ନିଜ ପୁଅ ଶୋ’ରେ ତୁମକୁ ଅପମାନିତ କରିଥିଲା ​​, ମୁଁ ଆପଣଙ୍କୁ କହିବି, ମଲାଇକା ଆରୋରାଙ୍କ ପୁଅ ନିକଟରେ ତାଙ୍କ ପୋଷାକ ବିଷୟରେ ଏପରି ମନ୍ତବ୍ୟ ଦେଇଥିଲେ ଯେ ଏହା ଭାଇରାଲ ହୋଇଥିଲା। ଏହି ଶୋ’ରେ ଅରହାନ ମଲାଇକାଙ୍କ ପୋଷାକକୁ ଟେବୁଲ୍ ନାପକିନ୍ (table napkins) ସହିତ ତୁଳନା କରିଥିଲେ । ଗତକିଛି ଦିନ ତଳେ, ମଲାଇକାଙ୍କ ପୁଅର ଏହି ମନ୍ତବ୍ୟ  ବେଶ୍ ଭାଇରାଲ ହୋଇଥିଲା।

ଏହାବି ପଢନ୍ତୁ : Anubhav Mohanty Video: ଯେବେ ବର୍ଷାଙ୍କୁ ଡିଭୋର୍ସ ଦେବି, ସେବେ ମୁଁ ପୁଣି ଜନ୍ମ ନେବି ଜନ୍ମଦିନ ପାଳିବି

ଏହାବି ପଢନ୍ତୁ : Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...