ଭିକିଙ୍କ ସନ୍ତାନର ମା' ହେବାକୁ ଯାଉଛନ୍ତି କ୍ୟାଟ୍ରିନା!
Advertisement
Article Detail0/zeeodisha/odisha1256056

ଭିକିଙ୍କ ସନ୍ତାନର ମା' ହେବାକୁ ଯାଉଛନ୍ତି କ୍ୟାଟ୍ରିନା!

Katrina Kaif Pregnancy: ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବା କ୍ୟାଟ୍ରିନା କୈଫଙ୍କୁ କିଛି ଦିନଧରି ଦେଖିବାକୁ ମିଳୁନାହିଁ । ତେବେ ଏହାକୁ ନେଇ ପ୍ରଶଂସକଙ୍କ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ସୌ: ସୋସିଆଲ ମିଡିଆ

Katrina Kaif Pregnancy: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ (Katrina Kaif) ଗର୍ଭବତୀ ହେବାର ଖବର ପୁଣି ଥରେ ତୀବ୍ର ହୋଇଛି । ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଓ କମେଣ୍ଟ ଦେଉଛନ୍ତି ଯେ କ୍ୟାଟ୍ରିନା କୈଫ ଗର୍ଭବତୀ ଅଛନ୍ତି ଓ ଖୁବ୍ ଶୀଘ୍ର ଏହା ନିଜେ ଘୋଷଣା କରିବେ । କିନ୍ତୁ ସର୍ବଶେଷରେ, ପୁଣି ଥରେ ଆରମ୍ଭ ହୋଇଥିବା ଏହି କଳ୍ପନାଜଳ୍ପନାର କାରଣ କ’ଣ? କହିରଖୁଛୁ ଯେ କ୍ୟାଟ୍ରିନା କୈଫ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରୁ ନିଖୋଜ ହୋଇ ଯାଇଛନ୍ତି ଓ ଫ୍ୟାନ୍ସ ମଧ୍ୟ ତାଙ୍କର କୌଣସି ଝଲକ ପାଇନାହାଁନ୍ତି ।

କାହିଁକି ଲାଇମଲାଇଟ୍ ଠାରୁ ଦୂରେଇ ରହିଛନ୍ତି କ୍ୟାଟ୍ରିନା?
ଯଦି ଦେଖାଯାଏ, ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବା କ୍ୟାଟ୍ରିନା କୈଫ ପ୍ରଥମଥର ପାଇଁ କେଉଁଠାରେ ମଧ୍ୟ ନଜର ଆସୁନାହାଁନ୍ତି । ତେବେ ପ୍ରଶଂସକମାନେ ଅନୁମାନ କ'ଣ ସତ୍ୟ? ଏହି ସମୟରେ କିଛି କହିବା ବହୁତ ଶୀଘ୍ର ହୋଇଯିବ । କ୍ୟାଟ୍ରିନା କୈଫ ନିଜେ ଘୋଷଣା କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ ରହିବ ।

ଆଲିଆ ଭଟ୍ଟଙ୍କ ପରେ ଏବେ କ୍ୟାଟ୍ରିନା ମଧ୍ୟ ଗର୍ଭବତୀ ଅଛନ୍ତି?
ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଆଲିଆ ଭଟ୍ଟ କେବଳ ଗର୍ଭବତୀ ହୋଇଥିବା ବିଷୟରେ ଘୋଷଣା କରିଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଗର୍ଭବତୀ ହେବାର ଖବର ସେମାନଙ୍କ ବିବାହର ୩ ମାସ ପରେ ହିଁ ପ୍ରକାଶ ପାଇଥିଲା ଓ ବର୍ତ୍ତମାନ କୁହାଯାଉଛି ଯେ କ୍ୟାଟ୍ରିନା କୈଫ ମଧ୍ୟ ଖୁବ ଶୀଘ୍ର ସୋସିଆଲ ମିଡିଆରେ ଆସି ପ୍ରଶଂସକଙ୍କୁ ଖୁସି ଖବର ଦେବେ ।

କ୍ୟାଟ୍ରିନା କୈଫଙ୍କ ସର୍ବସାଧାରଣରେ ଶେଷ ଝଲକ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ କରଣ ଜୋହରଙ୍କ ୫୦ ତମ ଜନ୍ମଦିନର ବିଳାସପୂର୍ଣ୍ଣ ପାର୍ଟୀରେ ନଜର ଆସିଥିଲେ । ସେବେଠାରୁ କ୍ୟାଟ୍ରିନା କୈଫ ସମ୍ପୂର୍ଣ୍ଣ ନଖୋଜ ରହିଛନ୍ତି । ନିକଟରେ, କ୍ୟାଟ୍ରିନା କୈଫଙ୍କ ସହ ଜଡିତ ଏକ ସୋସିଆଲ ମିଡିଆ ଲାଇଭ ଚାଟରେ ଅଧିକାଂଶ ପ୍ରଶଂସକ କ୍ୟାଟ୍ରିନାଙ୍କ ଲାଇମଲାଇଟରୁ ଦୂରେଇ ରହିବାର କାରଣ ପଚାରିଥିବାର ଦେଖାଯାଇଥିଲା କିନ୍ତୁ କ୍ୟାଟ୍ରିନାଙ୍କ ଟିମ୍ ତରଫରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ଉତ୍ତର ଆସିନାହିଁ ।

ଏହା ବି ପଢ଼ନ୍ତୁ: ୩ ମାସ ଭିତରେ ବିବାହ କରିବେ ଆଥିୟା-ରାହୁଲ? ଜାଣନ୍ତୁ ସୁନୀଲ ସେଟ୍ଟୀଙ୍କ ଜବାବ

ଏହା ବି ପଢ଼ନ୍ତୁ: କୋହଲିଙ୍କ ଆଘାତକୁ ନେଇ ବଡ଼ ଅପଡେଟ୍ ଦେଲେ ବୁମ୍ରା, ଜାଣନ୍ତୁ କ'ଣ କହିଲେ