Bollywood: ଫ୍ୟାନ୍ସଙ୍କ ହୃଦୟ ଜିତିଲେ କାର୍ତ୍ତିକ୍, କିଆରାଙ୍କ ପାଇଁ କଲେ ଏଭଳି କାମ, ଦେଖନ୍ତୁ ଭିଡି଼ଓ
Advertisement
Article Detail0/zeeodisha/odisha1749088

Bollywood: ଫ୍ୟାନ୍ସଙ୍କ ହୃଦୟ ଜିତିଲେ କାର୍ତ୍ତିକ୍, କିଆରାଙ୍କ ପାଇଁ କଲେ ଏଭଳି କାମ, ଦେଖନ୍ତୁ ଭିଡି଼ଓ

Bollywood:  କାର୍ତ୍ତିକ ଆର୍ଯ୍ୟନ(Kartik Aaryan) ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ(Kiara Advani) ଅଭିନୀତ ଫିଲ୍ମ (Satyaprem Ki Katha) ' ସତ୍ୟ ପ୍ରେମ୍ କି କଥା' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ଉଭୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ  ଭାଇରାଲ୍ ହେବାରେ ଲାଗିଛି (Kartik Aaryan Kiara Advani Video)। ଯାହାକୁ ଦେଖି ଲୋକମାନେ କାର୍ତ୍ତିକଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଦେଖନ୍ତୁ ଭିଡିଓ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Bollywood: ବଲିଉଡ଼(Bollywood) ଅଭିନେତା କାର୍ତ୍ତିକ ଆର୍ଯ୍ୟନ(Kartik Aaryan)  ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ(Kiara Advani) ଅଭିନୀତ ଫିଲ୍ମ (Satyaprem Ki Katha) 'ସତ୍ୟ ପ୍ରେମ୍ କି  କଥା' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି।  ଏହି ଫିଲ୍ମର ପ୍ରମୋସନ କରିବା ପାଇଁ ଦୁଇ ଷ୍ଟାର ବେଶ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଉଭୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି (Kartik Aaryan Kiara Advani Video)। ଯାହାକୁ ଦେଖି ଲୋକମାନେ କାର୍ତ୍ତିକଙ୍କୁ ବହୁତ ପ୍ରଶଂସା କରୁଛନ୍ତି। 

ସୂଚନା ଅନୁସାରେ, ଜୁନ୍ ୨୧ରେ  ଫିଲ୍ମ (Satyaprem Ki Katha) 'ସତ୍ୟ  ପ୍ରେମ୍ କି କଥା'ର ଏକ ଗୀତ ମୁମ୍ବାଇରେ ରିଲିଜ୍ ହୋଇଥିଲା । ଏହି ଇଭେଣ୍ଟରେ ପହଞ୍ଚିଥିଲେ ଉଭୟେ । ଇଭେଣ୍ଟରେ ଉଭୟ କାର୍ତ୍ତିକ ଏବଂ କିଆରା ମଞ୍ଚରେ ନାଚିବା ସମୟରେ ହଠାତ୍ କିଆରାଙ୍କ ଡ୍ରେସରେ ତାଙ୍କ ହିଲ୍ ଚପଲିଟି ଛନ୍ଦି ହୋଇଯାଇଥିଲା । ଏହାଦେଖି ଘାବୁରେଇ ଯାଇଥିଲେ କିଆରା। ପରେ, କାର୍ତ୍ତିକ ତାଙ୍କ ହିଲ୍ ଚପଲ ବାହାରି କରି କିଆରାଙ୍କୁ ପିନ୍ଧାଇଥିଲେ। ତେବେ, କାର୍ତ୍ତିକ ଏହି ମହାନତା ଓ ନାରୀଙ୍କ ପ୍ରତି ଥିବା ସମ୍ମାନ ଦେଖି ସେଠାରେ ଥିବା ଦର୍ଶକ ତାଙ୍କୁ ଖୁବ୍ ତାରିଫ କରିଥିଲେ । ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ (Kartik Aaryan Kiara Advani Video) ଲାଗିଛି । ଏ-ହି ଭିଡିଓ ଦେଖିବା ପରେ ଲୋକମାନେ କାର୍ତ୍ତିକଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ,ହାର୍ଟ ଇମୋଜି ସହିତ ମନ୍ତବ୍ୟ ଦେଇଛନ୍ତି, ଆପଣ ଜଣେ ବହୁତ ଭଦ୍ରଲୋକ । ସେହିପରି ଅନ୍ୟ ଜଣେ ୟୁଜର୍ସ  ଲେଖିଛନ୍ତି, କାର୍ତ୍ତିକଙ୍କ ହୃଦୟ ସତରେ ବହୁତ ସୁନ୍ଦର। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି , କାର୍ତ୍ତିକ ଆର୍ଯ୍ୟନ ସତରେ ଆପଣ ରିୟଲ ହିରୋ । 

Also Read: Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ

Also Read: Weather Update: କେବେ ଓଡି଼ଶା ଛୁଇଁବ ମୌସୁମୀ ବାୟୁ? ପାଣିପାଗ ବିଭାଗ ଦେଲା ଏପରି ଅପଡେଟ୍

ଏହି ଦିନ ଫିଲ୍ମ ରିଲିଜ୍ ହେବ :

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  (Satyaprem Ki Katha)'ସତ୍ୟ ପ୍ରେମ୍ କି କଥା' ଫିଲ୍ମଟି ଜୁନ୍ ୨୯ରେ ପରଦାକୁ ଆସିବ । ଦ୍ବିତିୟ ଥର ଏହି ଯୋଡିଙ୍କୁ ଦେଖିବାକୁ ମିଳିବ । ଏହାପୂର୍ବରୁ ଗତ ବର୍ଷ ଏହି ଯୋଡିଙ୍କୁ ଫିଲ୍ମ ' ଭୁଲ ଭୁଲେୟା ୨ ' ରେ ଦେଖିବାକୁ ମିଳିଥିଲା, ଯାହାକୁ ପ୍ରଶଂସକମାନେ ପସନ୍ଦ କରିଥିଲେ। ସେହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଥିଲା।

AlsoRead: Thalapathy Vijay: ଥାଲପତି ବିଜୟଙ୍କ ଜନ୍ମଦିନ,ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା...

 

Also Read: Bhoomika Dash: ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମିକା !

 

'ସତ୍ୟ ପ୍ରେମ୍ କି କଥା'
ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ଯ୍ୟନ ଏକ ଲଭର ବୟ ଅନ୍ଦାଜରେ ନଜର ଆସୁଛନ୍ତି, ଯିଏ କି ପ୍ରକୃତ ପ୍ରେମର ସନ୍ଧାନରେ ରହିଛନ୍ତି। କାର୍ତ୍ତିକ ଆର୍ଯ୍ୟନ ପୁରୁଣା ଶୈଳୀରେ କମେଡି କରୁଛନ୍ତି, ଯାହାକୁ ଆପଣ ତାଙ୍କ ଚଳଚ୍ଚିତ୍ର ପ୍ୟାର କା ପଞ୍ଚନାମା, ସୋନୁ କେ ଟିଟୁ କି ସ୍ୱିଟି, ଲୁକା ଛୁପି ଏବଂ ଭୁଲ ଭୁଲେୟା-2 ରେ ଦେଖିଥିବେ। ସେହିପରି କିଆରା ଏକ ରାଜ ପରିବାରର ଝିଅ ହୋଇଥିବେ। ଉଭୟଙ୍କର ପ୍ରେମ ବିବାହ ହେବ ଏବଂ ପରେ ଦୁହେଁ ଭିନ୍ନ ହୋଇଯିବେ। ସେମାନେ ଏପରି ଅଲଗା ହେବାର କାରଣ ହିଁ ଫିଲ୍ମର ସସପେନ୍ସ କ୍ରିଏଟ କରୁଛି।