Jawan Trailer Out: ‘ଯବାନ’ର ଟ୍ରେଲର ରିଲିଜ୍‌, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍
Advertisement
Article Detail0/zeeodisha/odisha1849233

Jawan Trailer Out: ‘ଯବାନ’ର ଟ୍ରେଲର ରିଲିଜ୍‌, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

Jawan Trailer Out: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ‘ଯବାନ’(Jawan Trailer Out) ରିଲିଜ ହେବାର ସପ୍ତାହେ ପୂର୍ବରୁ ଟ୍ରେଲର ରିଲିଜ୍ ହୋଇଛି । ଶାହାରୁଖ (Shah Rukh Khan) ଦୁବାଇରେ ଥାଇ ‘ଯବାନ’ର ଟ୍ରେଲର ରିଲିଜ କରିଛନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Jawan Trailer Out: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ  ‘ଯବାନ’(Jawan) ପାଇଁ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ ଖାନ୍ । ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ‘ଯବାନ’(Jawan Trailer Out) ରିଲିଜ ହେବାର ସପ୍ତାହେ ପୂର୍ବରୁ ଟ୍ରେଲର ରିଲିଜ୍ ହୋଇଛି । ଶାହାରୁଖ (Shah Rukh Khan) ଦୁବାଇରେ ଥାଇ ‘ଯବାନ’ର ଟ୍ରେଲର ରିଲିଜ କରିଛନ୍ତି। ଫିଲ୍ମ  ‘ଯବାନ’ ସେପ୍ଟେମ୍ବର ୭ ତାରିଖରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Shah Rukh Khan (@iamsrk)

 

 
 
 
 

 
 
 
 
 
 
 
 
 
 
 

A post shared by Shah Rukh Khan (@iamsrk)

ତେବେ, ଏହି ଫିଲ୍ମ ପାଇଁ କିଙ୍ଗ୍ ଖାନ୍ (king khan) କଠିନ ପରିଶ୍ରମ କରିଛନ୍ତି ବୋଲି କୁହାଯାଉଛି । ଏହି ଫିଲ୍ମରେ କିଙ୍ଗ୍ ଖାନଙ୍କୁ (Shah Rukh Khan ) ୫ଟି ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ।  କିଙ୍ଗ୍ ଖାନଙ୍କ ଲୁକ୍ ଉପରେ ଫିଲ୍ମରେ ଅନେକ କାମ କରାଯାଇଛି । ତାଙ୍କୁ ଏହି ଫିଲ୍ମରେ ଭିନ୍ନ ଲୁକରେ ଦେଖିବାକୁ ମିଳିବ। ତାଙ୍କର ସମସ୍ତ ପାଞ୍ଚଟି ଲୁକ୍ ଏହି ଟ୍ରେଲରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଟ୍ରେଲରକୁ  ଖୋଦ୍ ଅଭିନେତା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଯଦି ଆମେ ‘ଯବାନ’ର ଆଡଭାନ୍ସ  ବୁକିଂ କଥା କହିବା ତେବେ, ଭାରତରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ନାହିଁ। ବିଦେଶରେ ଫିଲ୍ମଟିର ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ସାରିଛି । ଏବଂ କୋଟି କୋଟି ଟଙ୍କାର ଟିକେଟ୍ ମଧ୍ୟ ବିକ୍ରି ହୋଇ ସାରିଛି ।

ନିକଟରେ, ଶାହାରୁଖ ଖାନଙ୍କ ଫିଲ୍ମ ଯବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' ନିକଟରେ ରିଲିଜ ହୋଇଥିଲା । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମ 'ଯବାନ' ଆସନ୍ତାମାସ ୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ କିଙ୍ଗ ଖାନଙ୍କ ବ୍ୟତିତ ସାଉଥ ଅଭିନେତ୍ରୀ ନୟନତାରା , ବିଜୟ ସେତୁପତି (Vijay Sethupathi), ଦୀପିକା ପାଦୁକୋନ, ପ୍ରିୟମଣି ଏବଂ ସାନିଆ ମଲହୋତ୍ରା ଦେଖିବାକୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ କିଙ୍ଗ ଖାନଙ୍କୁ ୫ଟି  ଭୂମିକାରେ ଦେଖିବାକୁ ମିଳିବ।  ଫିଲ୍ମଟି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି। ଏବଂ ଫିଲ୍ମଟିର ନିର୍ମାତା ଅଛନ୍ତି କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ଗୌରବ ବର୍ମା। ଫିଲ୍ମଟି ୩୦୦ କୋଟି ବଜେଟରେ ନିର୍ମାଣ ହୋଇଛି।