Bollywood News: ଅକ୍ଷୟ କୁମାରଙ୍କ ଏହି କାମ ପାଇଁ ଅସୁବିଧାରେ ପଡିଥିଲେ କରିସ୍ମା କପୁର
Advertisement
Article Detail0/zeeodisha/odisha1978463

Bollywood News: ଅକ୍ଷୟ କୁମାରଙ୍କ ଏହି କାମ ପାଇଁ ଅସୁବିଧାରେ ପଡିଥିଲେ କରିସ୍ମା କପୁର

Bollywood News: କରିସ୍ମା କପୁରଙ୍କୁ ନେଇ ଅତୀତରେ ବଲିଉଡରେ ଅନେକ ବିବାଦ ଦେଖାଦେଇଥିଲା । ଅନେକ ସୁପରଷ୍ଟାରଙ୍କ ସହ କରିସ୍ମାଙ୍କର ଝଗଡା ହୋଇଥିବା ମଧ୍ୟ ସୂଚନା ରହିଛି ।

Bollywood News: ଅକ୍ଷୟ କୁମାରଙ୍କ ଏହି କାମ ପାଇଁ ଅସୁବିଧାରେ ପଡିଥିଲେ କରିସ୍ମା କପୁର

Bollywood News: ବଲିଉଡରେ ସୁନାମ ଅର୍ଜନ କରିଥିବା କଳାକାରଙ୍କ ମଧ୍ୟରେ କପୁର ପରିବାରର ଅନେକ ସଦସ୍ୟଙ୍କ ନାମ ରହିଛି । ବିଶେଷ କରି କପୁର ପରିବାରର ଅନେକ ପୁରୁଷ ବଲିଉଡରେ ସକ୍ରିୟ ରହିଥିନ୍ତି । ନିଜର ସୌନ୍ଦର୍ଯ୍ୟ ଏବଂ ଦକ୍ଷତା କାରଣରୁ ବଲିଉଡରେ ସୁନାମ ହାସଲ କରିଥିଲେ । କିନ୍ତୁ କରିସ୍ମା କପୁର (karisma kapoor) ବଲିଉଡର ଅନେକ ଷ୍ଟାରଙ୍କ ସହ ବିବାଦରେ ରହିଥିଲେ । ଏପରି ଅନେକ ନାୟକ ଥିଲେ, ଯେଉଁମାନଙ୍କ ସହ କରିସ୍ମା ମିଶି ନଥିଲେ ମଧ୍ୟ ସେମାନଙ୍କ ସହ ଝଗଡା ହୋଇଥିଲା । ସେମଧ୍ୟରେ ବଲିଉଡ ଖିଲାଡି ତଥା ଅକ୍ଷୟ କୁମାର (akshay kumar)ଙ୍କ ନାମ ମଧ୍ୟ ରହିଛି । ପାଖାପାଖି ୨୦ ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ଷ୍ଟାରଙ୍କ ମଧ୍ୟରେ ଏକ କଳହ ଚାଲିଛି ।

ସୁପରଷ୍ଟାର ଅକ୍ଷୟ କୁମାର ନିଜେ ପରିଶ୍ରମ କରି ସିନେମା ଦୂନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡ ଦୂନିଆରେ ତାଙ୍କର କୌଣସି ଗଡଫାଦର (God father) ନଥିଲେ । ଯେତେବେଳେ କରିସ୍ମା କପୁର ବଲିଉଡରେ ପାଦ ଦେଇଥିଲେ ସେତେବେଳେ ସିନେପ୍ରେମୀ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ । ୧୯୯୨ ମସିହାରେ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଦିଦର ଚଳଚ୍ଚିତ୍ରରେ ନାୟକ ଭାବରେ କରିସ୍ମା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ।

ଅକ୍ଷୟ-କରିସ୍ମାଙ୍କର ଭୁଲ୍ ବୁଝାମଣା

ଯେତେବେଳେ ଅକ୍ଷୟ କୁମାର ବଲିଉଡରେ ପାଦ ଦେଇଥିଲେ ସେତେବେଳେ ତାଙ୍କ ଆଚରଣ ଅନ୍ୟମାନଙ୍କୁ ଖୁବ୍ ପ୍ରଭାବିତ କରୁଥିଲା କାରଣ ସେ ସଭିଙ୍କ ସହ ଭଲ ସମ୍ପର୍କ ରଖୁଥିଲେ ଓ ଭଲ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଦେଦର ସୁଟିଂ ସମୟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ନିର୍ଦ୍ଦେଶକ ପ୍ରମୋଦ ଚକ୍ରବର୍ତ୍ତୀ ମଧ୍ୟ ଅକ୍ଷୟଙ୍କ ଖୁବ୍ ନିକଟତର ହୋଇଯାଇଥିଲେ । କ୍ରୁରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଅକ୍ଷୟ କୁମାରଙ୍କୁ ପସନ୍ଦ କରିଥିଲେ । କିନ୍ତୁ ମିଳିଥିବା ଖବର ମୁତାବକ, ନାୟିକା କରିସ୍ମା କପୁର ଏହି ଜିନିଷ ଗୁଡିକୁ ପସନ୍ଦ କରୁନଥିଲେ। ଏପରି ପରିସ୍ଥିତିରେ କରିସ୍ମା ଅକ୍ଷୟଙ୍କ ଉପରେ ରାଗିବା ଆରମ୍ଭ କରିଥିଲେ । ଏପରି କି ସେ ଅକ୍ଷୟ କୁମାରଙ୍କୁ ନିର୍ଦ୍ଦେଶକଙ୍କ ଚାମୁଚା ବୋଲି କହିଥିଲେ । କରିସ୍ମା ତାଙ୍କ ମନେମନେ ନିଷ୍ପତ୍ତି ନେଇଥିଲେ ଯେ, ସେ ଆଉ ଅକ୍ଷୟ କୁମାରଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଅନିଚ୍ଛା ସତ୍ୱେ ସେମାନେ ଏକାଠି ଅନେକ ସିନେମାରେ ଅଭିନୟ କରିଥିଲେ । କିନ୍ତୁ କରିସ୍ମା କିଛି ସିନେମାରେ ଅଭିନୟ କରିବାକୁ ମନା ମଧ୍ୟ କରିଥିଲେ ଯେଉଁଥିରେ ସାଙ୍ଗରଶ ଏବଂ ହେରା ଫେରି ଭଳି ଚଳଚ୍ଚିତ୍ର ରହିଛି ।

Also Read- ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହେଲା ବିଜେପି, ରାହୁଲ ଗାନ୍ଧୀଙ୍କ X ଆକାଉଣ୍ଟକୁ ତୁରନ୍ତ କରାଯାଉ ସସ୍ପେଣ୍ଡ

Also Read- Top 10 News Headlines: ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର