Salon ବାହାରେ ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ଭାଇରାଲ ହେଲା ଭିଡିଓ
Advertisement

Salon ବାହାରେ ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ଭାଇରାଲ ହେଲା ଭିଡିଓ

Bipasha Basu : ବଲିଉଡର ବ୍ଲାକ ବିୟୁଟି ବିପାଶା ବସୁ(Bipasha Basu) ।  ୬ ବର୍ଷ ତଳେ ବିପାଶା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ପ୍ରଥମ ଥର ପାଇଁ ଏ ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି।  

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu : ବଲିଉଡର ବ୍ଲାକ ବିୟୁଟି ବିପାଶା ବସୁ(Bipasha Basu) ।  ୬ ବର୍ଷ ତଳେ ବିପାଶା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ପ୍ରଥମ ଥର ପାଇଁ ଏ ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି।  ନିକଟରେ ବିପାଶା ତାଙ୍କ ପ୍ରେଗନେନ୍ସି (pregnancy) ନେଇ ସୋସିଆଲ ମିଡିଆରେ ବଡ ଖୁଲାସା ମଧ୍ୟ କରିଥିଲେ । ଗତକିଛି ଦନ ତଳେ ବିପାଶା ସୋସିଆଲ ମିଡିଆରେ ନିଜ ବେବି ବମ୍ପ ଦେଖାଇଥିବାବେଳେ ଏକ ମଜାଦାର ଭିଡିଓ ମଧ୍ୟ ସେୟାର କରିଥିଲେ । ବିପଶା ସୋସିଆଲ ମିଡିଆରେ 'Move Your Bump' ଟ୍ରେଣ୍ଡରେ ଏହି ଭିଡିଓ ସେୟାର କରିଥିଲେ । ଭିଡିଓରେ ବିପାଶା ବସୁ ଏକ କଳା ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା।  

ବିପାଶାଙ୍କ ଏହି ଅନ୍ଦାଜକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଉଲ୍ଲେଖନୀୟ ଯେ, ସୋସିଆଲ ମିଡିଆରେ ବିପାଶା ଗର୍ଭଧାରଣ ଘୋଷଣା କରି ଲେଖିଥିଲେ । ସେ ଖୁବଶିଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ। ଆଜି ମୁମ୍ବାଇର ଏକ ସାଲୋନ ବାହାରେ ତାଙ୍କୁ ସ୍ପଷ୍ଟ କରାଯାଇଥିଲା। ବିପାଶା ଏକ ବ୍ଲୁ କର୍ଲର ଏକ ଓ୍ବାନ ପିସ୍ ପିନ୍ଧିଥିବା ବେଳେ ଓ୍ବାଇଟ କର୍ଲର ନେଟର  ଏକ ସର୍ଗ ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ବିପାଶା କାରରୁ ଓହ୍ଲାଇ ସିଧା ସାଲୋନ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା 

 

 

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ  ଆଲୋନ୍ (ALONE) ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 

 

ପୂର୍ବରୁ କରନ ସିଂ ଗ୍ରୋଭର ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ ।  ହେଲେ ବିବାହର ୧୦ ମାସ ପରେ ଉଭୟଙ୍କର ଡିଭୋରର୍ସ ହୋଇଥିଲା । ପରେ ଟେଲି ଅଭିନେତ୍ରୀ ଜେନିଫର (Jennifer Winget)ଙ୍କୁ  ୨୦୧୨ ମସିହା ଏପ୍ରିଲ ୯ରେ ବିବାହ କରିଥିଲେ। ଏ ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନ ଥିଲା । ପରେ ୨୦୧୪ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।  ଏହାପରେ ତାଙ୍କ ଜୀବନକୁ ଆସିଥିଲେ ବିପାଶା ।ପ୍ରେଗନେନ୍ସି ପାଇଁ ବିପାଶା ଏବେ ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ କରନଙ୍କୁ ଶେଷଥର ପାଇଁ କବୁଲ ହେ ୨.୦ (Qubool Hai 2.0)ରେ ଦେଖିବାକୁ ମିଳିଥିଲା।  ୧୯୭୯ ଜାନୁଆରୀ ୮ରେ ନୂଆଦିଲ୍ଲୀରେ ବିପାଶା ବସୁ ଜନ୍ମ ଗ୍ରହଣ କରିଥିଲେ। ତାମିଲ ,ତେଲୁଗୁ ଓ ବେଙ୍ଗଲି ଫିଲ୍ମରେ ଅଭିନୟ କରିଛନ୍ତି ବିପାଶା। ୨୦୦୧ ମସିହାରେ ବଲିଉଡ ଫିଲ୍ମ (Ajnabee) ଅଜନବୀରେ ବିପାଶା ଡେବ୍ୟୁ କରିଥିଲେ । ଯାହା ବକ୍ସ ଅଫିସରେ ହିଟ ହୋଇଥିଲା। ସେବେଠାରୁ ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ଧମାକାଦାର ହିଟ୍ ଫିଲ୍ମ ଦେଇଆସୁଛନ୍ତି।