Hollywoodରେ ଆଲିଆଙ୍କ ଏଣ୍ଟ୍ରି : Heart Of Stoneରେ ଆସିଲେ ନଜର,ଦେଖନ୍ତୁ ଭିଡିଓ
Advertisement

Hollywoodରେ ଆଲିଆଙ୍କ ଏଣ୍ଟ୍ରି : Heart Of Stoneରେ ଆସିଲେ ନଜର,ଦେଖନ୍ତୁ ଭିଡିଓ

ହଲିଉଡରେ ଆଲିଆ ଭଟ୍ଟ(Alia Bhatt)ଙ୍କ ଏଣ୍ଟ୍ରି। ତାଙ୍କର ପ୍ରଥମ ହଲିଉଡ ମୁଭିର ଏକ ଲୁକ୍ ନିଜ ଇନଣ୍ଟାରେ ସେୟାର କରିଛନ୍ତି ଅଭିନେତ୍ରୀ । ଏହି ସିନେମାର ନାମ ହେଉଛି ‘ହାର୍ଟ ଅଫ୍ ଷ୍ଟୋନ’(Heart Of Stone)। ଏହି ଫିଲ୍ମରେ ଗାଲ୍ ଗାଡୋଟ୍ (Gal Gadot)ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଆଲିଆ ‘କାୟ

ସୌଜନ୍ୟ : ସୋସିଆଲ ମିଡିଆ

Hollywood : ହଲିଉଡରେ ଆଲିଆ ଭଟ୍ଟ(Alia Bhatt)ଙ୍କ ଏଣ୍ଟ୍ରି। ତାଙ୍କର ପ୍ରଥମ ହଲିଉଡ ମୁଭିର ଏକ ଲୁକ୍ ନିଜ ଇନଣ୍ଟାରେ ସେୟାର କରିଛନ୍ତି ଅଭିନେତ୍ରୀ । ଏହି ସିନେମାର ନାମ ହେଉଛି ‘ହାର୍ଟ ଅଫ୍ ଷ୍ଟୋନ’(Heart Of Stone)। ଏହି ଫିଲ୍ମରେ ଗାଲ୍ ଗାଡୋଟ୍ (Gal Gadot)ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଆଲିଆ ‘କାୟା ଧାୱନ’ ନାମକ ଭୂମିକାରେ ଅଭିନୟ କରୁଛନ୍ତି।  ଏହାସହ ଫିଲ୍ମରେ ସୋଫି ଓକୋଣ୍ତୋ (Sophie Okonedo) ଓ ଜାମି ଡର୍ନାନ୍ (Jamie Dornan)ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆଲିଆ ସେୟାର କରିଥିବା ଭିଡିଓକୁ ଦେଖିଲେ ଲାଗୁଛି ଯେ, ଫିଲ୍ମଟି ଦମଦାର ହୋଇଛି । ଫିଲ୍ମଟିକୁ ଆଲିଆଙ୍କ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି  । ଫିଲ୍ମଟି କେବେ ରିଲିଜ୍ ହେବ ତାହ ସ୍ଥିର ହୋଇ ନ ଥିବା ବେଳେ  ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । 

ନିକଟରେ ଆଲିଆଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହୋଇଛି । ବକ୍ସ ଅଫିସରେ ଫିଲ୍ମଟି ଭଲ ବ୍ୟବସାୟ କରିଛି । ଡ୍ରାମା ,ଆକ୍ସାନ ଓ ରୋମାନ୍ସ ଭରା ଏ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। 
ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar), ଦିବ୍ୟେନ୍ଦୁ (Divyenndu)ଭଳି ଅଭିନେତା ରହିଛନ୍ତି। ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଡ୍ୟୁସର ଭାବେ ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta), ନମିତ ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । ଫିଲ୍ମର ବଜେଟ ରହିଛି ୪୧୦ କୋଟି।  

ଏଠାରେ କ୍ଲିକ କରି ଦେଖି ପାରିବେ ଭିଡିଓ 

ସେହିପରି ବର୍ଷ ଆରମ୍ଭରେ ଆଲିଆ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ’ (Gangubai Kathiawadi) ମଧ୍ୟ ରିଲିଜ ହୋଇଥିଲା। ଯାହା ଦର୍ଶକଙ୍କ ହୃହୟକୁ ଛୁଇଁ ଥିଲା। ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ଅଭିନୟକୁ ଦର୍ଶକମାନେ ମଧ୍ୟ ବେଶ ପ୍ରଶଂସା କରିଥିଲେ।  ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିଲେ ଆଲିଆ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳି ଥିଲେ  ସଞ୍ଚୟଲିଲା ବଂଶାଲୀ, ଷ୍ଟୋରୀ ଲେଖକ ଥିଲେ ହୁସାନ ଜୈଦି। ତେବେ ଏ ଚଳଚ୍ଚିତ୍ରରେ ଅଲିଆ ଭଟ୍ଟଙ୍କ ବ୍ୟତିତ ଅଜୟ ଦେବଗନ୍ ,ଶାନ୍ତନୁ ମାହେଶ୍ବରୀ ମଧ୍ୟ ନଜର ଆସିଥିଲେ। ଫିଲ୍ମଟି  ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମର ବଜେଟ ରହିଥିଲା ୧୦୦-୧୬୦ । ଆଉ ବକ୍ସ ଅଫିସରେ ଫିଲ୍ମଟି ୨୦୯.୭୭ କୋଟି ରୋଜଗାର କରିଥିଲା। ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ ଆଲିଆଙ୍କ ପ୍ରଡକ୍ସନ୍ ହାଉସର ପ୍ରଥମ ଫିଲ୍ମ ‘ଡାର୍ଲିଙ୍ଗସ୍’ ମୁକ୍ତିଲାଭ କରିଥିଲା ​।