HCA Film Awards 2023: ଆଉ ୪ଟି ଆୱାର୍ଡ଼ ହାତେଇଲା ‘RRR’
Advertisement
Article Detail0/zeeodisha/odisha1586447

HCA Film Awards 2023: ଆଉ ୪ଟି ଆୱାର୍ଡ଼ ହାତେଇଲା ‘RRR’

HCA Film Awards 2023: ପୁଣି ରେକର୍ଡ କଲା ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଦକ୍ଷିଣ ଭାରତୀୟ ସୁପରହିଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ନିକଟରେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । 

ସୌ(ସୋସିଆଲ ମିଡିଆ)

HCA Film Awards 2023: ପୁଣି ରେକର୍ଡ କଲା ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଦକ୍ଷିଣ ଭାରତୀୟ ସୁପରହିଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ନିକଟରେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ହଲିଉଡ଼ର କ୍ରିଟିକ୍ସ ଆସୋସିଏସନ୍ ପୁରସ୍କାର ତଥା HCA ଚଳଚ୍ଚିତ୍ର ପୁରସ୍କାର 2023ରେ ‘ଆର୍‌ଆର୍‌ଆର୍’ ଚାରୋଟି ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି । ତେବେ ପୁରସ୍କାର ବିତରଣ ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ରାଜମୌଲୀ ବିଜୟୀ ଭାଷଣ ଦେଉଥିବାର ନଜର ଆସିଛନ୍ତି ।

ସୂଚନା ଥାଉ କି, ଶୁକ୍ରବାର ଲସ୍‌ ଆଜେଲ୍ସର ବେଭର୍ଲି ୱିଲସାୟାରଠାରେ ପୁରସ୍କାର ବିତରଣ ଉତ୍ସବରେ ହଲିଉଡ଼ କ୍ରିଟିକ୍ସ ଆସୋସିଏସନ ପକ୍ଷରୁ ଆୱାର୍ଡ ସେରିମନି ଅନୁଷ୍ଠିତ ହୋଇଥିଲା । ବେଷ୍ଟ ଷ୍ଟଣ୍ଟସ୍ ପାଇଁ ଏହି ଫିଲ୍ମକୁ ପୁରସ୍କାର ମିଳିବା ସହ ଓସ୍କାର ପାଇଁ ମନୋନୀତ ହୋଇଥିବା ଏହାର ଗୀତ 'ନାଟୁ ନାଟୁ’କୁ ଶ୍ରେଷ୍ଠ ମୂଳ ଗୀତର ପୁରସ୍କାର ମିଳିଛି । ସାଉଥ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' ପୁଣି ତିନୋଟି ପୁରସ୍କାର ନିଜ ନାଁରେ କରିଛି । ନିକଟରେ ଏହି ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ, ବେଷ୍ଟ ଷ୍ଟଣ୍ଟସ୍ ଓ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ରକୁ ଆଖ୍ୟା ଦିଆଯାଇଛି । ଫିଲ୍ମ ‘ଆରଆରଆର’ ପୂର୍ବରୁ ଗୋଲଡେନ୍ ଗ୍ଲୋବସ୍ ପୁରସ୍କାର ୨୦୨୩ ଜିତିଥିବା ବେଳେ ଚଳଚ୍ଚିତ୍ରଟି କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ(Critics' Choice Awards 2023)ରେ ମଧ୍ୟ ଦୁଇଟି ପୁରସ୍କାର ହାସଲ କରିଛି । ଲସ୍ ଆଞ୍ଜେଲସରେ ଅନୁଷ୍ଠିତ  କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ‘ଆରଆରଆର’ ଶ୍ରେଷ୍ଠ ଫିଲ୍ମ ଓ ‘ନାଟୁ ନାଟୁ’କୁ ଶ୍ରେଷ୍ଠ ଗୀତ ବର୍ଗରେ ପୁରସ୍କାର ଦିଆଯାଇଛି। ଏହି ଆୱାର୍ଡ ଗ୍ରହଣ କରିବା ସମୟରେ ଚଳଚିତ୍ର ନିର୍ଦ୍ଦେଶକ ରାଜାମୌଲୀ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍‌କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, “ସମ୍ପୂର୍ଣ୍ଣ ଚଳଚ୍ଚିତ୍ରରେ ଭରପୂର ଆକ୍ସନ ସିନ୍‌ସ ରହିଛି। ଏହାମଧ୍ୟରୁ ୨, ୩ଟି ସିନ୍‌ରେ ଆମକୁ ଡବଲ ପରିଶ୍ରମ କରିବାକୁ ପଡି଼ଥିଲା। ଉଭୟ ଅଭିନେତା ରାମ ଚରଣ ଓ ଜୁନିଆର ଏନଟିଆର ସମସ୍ତ ଷ୍ଟଣ୍ଟ୍‌ସ ନିଜେ କରିଥିଲେ। ଫିଲ୍ମର ସଫଳତା ପାଇଁ ସମଗ୍ର ଟିମ୍‌କୁ ଧନ୍ୟବାଦ ଜଣାଉଛି। ଫିଲ୍ମଟି ନିର୍ମାଣ କରିବାରେ ଲାଗିଥିବା ୩୨୦ ଦିନ କଠିନ ପରିଶ୍ରମର ଫଳ ଆଜି ଆମକୁ ମିଳିଛି।”

ଦେଶ ସ୍ୱାଧୀନ ହେବା ପୂର୍ବରୁ ଦୁଇ ବାସ୍ତବ ଜୀବନର ଭାରତୀୟ ବିପ୍ଳବୀ ଆଲୁରି ସୀତାରାମ ରାଜୁ (ରାମ ଚରଣ) ଓ କୋମରାମ ଭୀମ (JR NTR)ଙ୍କ ଉପରେ ଫିଲ୍ମ ଆର୍‌ଆର୍‌ଆର୍‌ ଆଧାରିତ। ଏହି ଫିଲ୍ମର ଗୀତ ‘ନାଟୁ ନାଟୁ’ ଏବେ ବେଶ ଲୋକପ୍ରିୟ ହେବା ସହ ଅନେକ ଆୱାର୍ଡ ମଧ୍ୟ ସାଉଁଟି ସାରିଲାଣି। ଖାଲି ଏତିକି ନୁହେଁ ରାମ ଚରଣ ଏଥିରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପାଇଁ ପୁରସ୍କାର ଗ୍ରହଣ କରିଥିଲେ। ଆୱାର୍ଡ ଗ୍ରହଣ କରିବା ସମୟରେ ସେ କହିଥିଲେ, ‘ଆମକୁ ଢେର ସାରା ଭଲ ପାଇବା ଦେଇଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ। ଆଗାମୀ ଦିନରେ ଆହୁରୀ ଉଚ୍ଚ କୋଟୀର ଚଳଚ୍ଚିତ୍ର ନେଇ ଆସିବା ସହ ଆପଣ ମାନଙ୍କର ମନୋରଞ୍ଜନ ପାଇଁ ଆମେ ଚେଷ୍ଟା ଜାରି ରଖିଛୁ।’ ଏହାଛଡା଼ ହଲିଉଡ଼ କ୍ରିଟିକ୍ସ ଚଏସ ସୁପର ଆୱାର୍ଡ ପାଇଁ ମଧ୍ୟ ‘ଆର୍‌ଆର୍‌ଆର୍‌’ ମନୋନୀତ ହୋଇଛି। ରାମ ଚରଣଙ୍କୁ ‘ବେଷ୍ଟ ଆକ୍ଟର ଇନ୍‌ ଆକ୍ସନ’ ଫିଲ୍ମ ପାଇଁ ନୋମିନେଟ କରାଯାଇଥିବା ନେଇ ସୂଚନା ମିଳିଛି। ମାର୍ଚ୍ଚ ୧୬ ତାରିଖରେ ଏହି ଆୱାର୍ଡର ୱିନର୍ସ ମାନଙ୍କର ନାମ ଘୋଷଣା କରାଯିବ।