Happy Birthday Nawazuddin Siddiqui : ୱାଚମ୍ୟାନରୁ ୯୬ କୋଟିର ମାଲିକ , ଏତେ ସହଜ ନଥିଲା ସଫର
Advertisement
Article Detail0/zeeodisha/odisha1189330

Happy Birthday Nawazuddin Siddiqui : ୱାଚମ୍ୟାନରୁ ୯୬ କୋଟିର ମାଲିକ , ଏତେ ସହଜ ନଥିଲା ସଫର

ୱାଚମ୍ୟାନ ଚାକିରୀରରୁ ଆଜି ୯୬ କୋଟି ସମ୍ପତ୍ତିର ମାଲିକ ବନିସାରିଛନ୍ତି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି  । ସାଧାରଣ ମଣିଷରୁ ବଲିଉଡ ଅଭିନେତା ହେବାର ସଫର ତାଙ୍କ ପାଇଁ ଏତେ ସହଜ ନଥିଲା । ଗୁଜରାଣ ମେଣ୍ଟାଇବା ପାଇଁ ୱାଚମ୍ୟାନର ଚାକିରୀ କରୁଥିଲେ । ଏମିତି ବି ସମୟ ଆସିଥିଲା ଘର ଭଡ଼ା ଦେବାପାଇଁ ତାଙ୍କ ପାଖରେ ଟଙ୍କା ଟିଏ ନଥିଲା । ଅଭିନୟ ଦୁନିଆରେ ନିଜ ସ୍ଥାନ ସୃଷ୍ଟି କରିବା ପାଇଁ ବହୁ ସଂଘର୍ଷର ସାମ୍ନା କରିଛନ୍ତି ନୱାଜୁଦ୍ଦିନ ସିଦ୍ଦିକି ।

Happy Birthday Nawazuddin Siddiqui : ୱାଚମ୍ୟାନରୁ ୯୬ କୋଟିର ମାଲିକ , ଏତେ ସହଜ ନଥିଲା ସଫର

ନୂଆଦିଲ୍ଲୀ: ବଲିଉଡ ଜଗତରେ ନିଜ ଅଭିନୟ ବଳରେ କୋଟିକୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତା  ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui)  ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଅଭିନୟ କ୍ୟାରିୟରରେ ଦୀର୍ଘ ସମୟ ଧରି ସଂଘର୍ଷପୂର୍ଣ୍ଣ ଯାତ୍ରା ପରେ ନୱାଜୁଦ୍ଦିନ ଧିରେଧିରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ।  ନୱାଜ ଆଜିର ଦିନରେ ବହୁ ବଡ଼ ବଡ଼ ଫିଲ୍ମରେ ସାମିଲ ଅଛନ୍ତି ସତ , ହେଲେ ତାଙ୍କ ଜୀବନରେ ଏମିତି ବି ସମୟ ଆସିଥିଲା ଯେତେବେଳେ ଦୁଇ ବେଳା ଖାଇବା ନୱାଜଙ୍କ ପକ୍ଷରେ ସମ୍ଭବ ନଥିଲା । ନୱାଜୁଦ୍ଦିନ ନିଜ ସଂଘର୍ଷ ସମୟରେ ୱାଚମ୍ୟାନ ଚାକିରୀ ବ୍ୟତୀତ ବହୁ ଛୋଟମୋଟ କାମ ବି କରିଛନ୍ତି । ଆଜି ନିଜ ଦମଦାର ଅଭିନୟ ବଳରେ ସେ ଭାରତ ସମେତ ଅନ୍ୟଦେଶରେ ବି ବେଶ ପରିଚିତ ହୋଇପାରିଛନ୍ତି ।

ଦୀର୍ଘ ଦିନ ସଂଘର୍ଷ ପରେ ଏବେ ୯୬ କୋଟି ଟଙ୍କାର ସମ୍ପତ୍ତି  ଏବଂ ଅନେକ ଲଗଜୁରୀ ଗାଡ଼ିର ମାଲିକ ନୱାଜୁଦ୍ଦିନ ସିଦ୍ଦିକି ।ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରାନୱାଜୁଦ୍ଦିନ ସିଦ୍ଦିକିଙ୍କ ଜନ୍ମ ୧୯ ମଇ ୧୯୭୪ ମସିହା ଉତ୍ତରପ୍ରଦେଶର ମୁଜଫରପୁରର ଗୋଟିଏ ଛୋଟିଆ ଗାଁ ବୁଢାନାରେ ହୋଇଥିଲା । ନୱାଜଙ୍କର ୮ ଭାଇ ଭଉଣୀ ଥିଲେ । ତାଙ୍କ ପରିବାର ଲୋକ ବିଲବାଡ଼ିରୁ ଗୁଜରାଣ ମେଣ୍ଟାଉଥିଲେ , ହେଲ ନୱାଜୁଦ୍ଦିନଙ୍କ ପାଠପଢା ପ୍ରତି ରୁଚିଥିଲା  । ସେ  ହରିଦ୍ୱାରର ଗୁରୁକୁଳ କାଙ୍ଗଡି ବିଶ୍ୱବିଦ୍ୟାଳୟରେ କେମେଷ୍ଟ୍ରିରେ ଗ୍ରାଜୁଏସନ କରିଥିଲେ ।

Also Read: ବଲିଉଡରେ ଡେବ୍ୟୁ କରିବେ ଗବ୍ବର

ୱାଚମ୍ୟାନ୍ ଚାକିରୀ କରିଥିଲେ ନୱାଜ୍

ପାଠପଢା ପରେ ସେ ଚାକିରୀ ଖୋଜିଥିଲେ , ଦୀର୍ଘ ଦିନ ଚାକିରୀ ଖୋଜିବା ପରେ ତାଙ୍କୁ ବଡୋଦରାର ଗୋଟିଏ ପେଟ୍ରୋକେମିକଲ କମ୍ପାନୀରେ କେମିଷ୍ଟର ଚାକିରୀ ମିଳିଥିଲା । ଏହି କମ୍ପାନୀରେ କେମିକାଲ ଟେଷ୍ଟିଂ ଭଳି ବିପଦପୂର୍ଣ୍ଣ କାମ କରାଯାଉଥିଲା । ନୱାଜ ଏହି କମ୍ପାନୀରେ ପାଖାପାଖି ଏକ ବର୍ଷ କାମ କରିଥିଲେ । ଏହାପରେ ସେ ୱାଚମ୍ୟାନ ଚାକିରୀ କରିବା ସହ ଅନେକ ଛୋଟମୋଟ କାମ କରି ନିଜ ପରିବାର ଚଳାଉଥିଲେ ।

ଅଭିନୟ କରିବା ପାଇଁ ନେଲେ ନିଷ୍ପତ୍ତି
ନୱାଜୁଦ୍ଦିନ (Nawazuddin Siddiqui)  ଥରେ ନିଜ ସାଙ୍ଗ ସହ ନାଟକ ଦେଖିବାକୁ ଯାଇଥିଲେ ।  ସେଠାରେ ସେ ଷ୍ଟେଜରେ ଲୋକଙ୍କୁ ଦେଖି ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା(National School Of Drama)ରେ ଆଡମିସନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ , ହେଲେ ଆଡମିସନ ପାଇଁ ତାଙ୍କୁ ଅନେକ ପ୍ଲେ ରେ ଭାଗ ନେବାର ଆବଶ୍ୟକତା ଥିଲା । ନୱାଜୁଦ୍ଦିନ ଥିଏଟର ଗ୍ରୁପ୍ ରେ ସାମିଲ ହେବା ସହ ଏକାସଙ୍ଗେ ଅନେକ ପ୍ଲେ କରିଥିଲେ । ବହୁ ଦିନ ପରେ ତାଙ୍କୁ  ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ରେ ଆଡମିସନ ମିଳିଥିଲା

୧୯୯୯ରେ ଅଭିନେତା ବନିବା ପାଇଁ ମୁମ୍ବାଇ ଆସିଥିଲେ

 ଗ୍ରାଜୁଏସନ ପଢିବା ପରେ ନୱାଜୁଦ୍ଦିନ ୧୯୯୯ ମସିହାରେ ମୁମ୍ବାଇ ଯାଇଥିଲେ । ସେଠାରେ ତାଙ୍କୁ ସରଫରୋସ (Sarfarosh) ଫିଲ୍ମରେ ଛୋଟ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହି ସିନକୁ ପ୍ରଥମେ  ସମସ୍ତେ ଅଣଦେଖା କରିଥିଲେ , ହେଲେ ଆଜିର ଦିନରେ ଯେତେବେଳେ ଏହି ସିନ୍ କେହିବି  ଦେଖନ୍ତି , ସେତେବେଳେ ଆମିର ଖାନଙ୍କ ଠାରୁ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରନ୍ତି । ଏହି ଫିଲ୍ମ ପରେ ନୱାଜ୍ ଶୁଲ୍ (Shool) , ଜଙ୍ଗଲ (Jungle) ଏବଂ ମୁନ୍ନାଭାଇ ଏମବିବିଏସ୍ (Munna Bhai MBBS)ଭଳି ଫିଲ୍ମରେ ଛୋଟମୋଟ ଭୂମିକାରେ ଅଭିନୟ କରିଥିଲେ ।

ଗୁଜରାଣ ମେଣ୍ଟାଇବା ପାଇଁ କରିବାକୁ ପଡ଼ିଥିଲା ସଂଘର୍ଷ

ନୱାଜୁଦ୍ଦିନଙ୍କ ପାଇଁ ୨୦୦୨ ଆଉ ୨୦୦୫ ସମୟ ବହୁତ ଖରାପ ରହିଥିଲା । ଫିଲ୍ମରେ ଛୋଟମୋଟ କାମ ମିଳୁଥିଲା ସତ , ହେଲେ ସେଥିରୁ ଗୁଜରାଣ ମେଣ୍ଟାଇବା ବହୁତ ମୁସ୍କିଲ ଥିଲା । ନିଜ ଖର୍ଚ୍ଚ ବଞ୍ଚାଇବା ପାଇଁ ନୱାଜୁଦ୍ଦିନ ୪ ଜଣଙ୍କ ସହ ଗୋଟିଏ ଫ୍ଲାଟ୍ ସେୟାର କରୁଥିଲେ । ୨୦୦୪ରେ ନୱାଜୁଦ୍ଦିନଙ୍କ ପାଖରେ ଘର ଭଡ଼ା ଦେବାପାଇଁ ବି ପଇସା ନଥିଲା । ଏହାପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଜଣେ ସିନିୟରଙ୍କ ସହ ରହିବା ପାଇଁ କହିଥିଲେ । ହେଲେ ତାଙ୍କ ସିନୟର ଗୋଟିଏ ସର୍ତ୍ତରେ ନୱାଜୁଦ୍ଦିନଙ୍କୁ ତାଙ୍କ ଗୋରେଗାଓଁ ଫ୍ଲାଟରେ ରଖିଥିଲେ ।  ସେଠାରେ ରହିବା ପାଇଁ ନୱାଜୁଦ୍ଦିନଙ୍କୁ ସର୍ତ୍ତମୁତାବକ ରୋଷେଇ କରିବାକୁ ପଡ଼ିଥିଲା ।

ତାଙ୍କ ରୂପକୁ ନେଇ ମଜାକ୍ ଉଡାଉଥିଲେ ଲୋକେ

ଅନେକଥର ସାକ୍ଷାତକାରରେ ନୱାଜୁଦ୍ଦିନ ଖୁଲାସା କରିଛନ୍ତି ଯେ ଫିଲ୍ମ ଦୁନିଆରେ ସ୍ଥାନ ବନାଇବା ସହଜ ନୁହେଁ । ନୱାଜୁଦ୍ଦିନ କହିଛନ୍ତି , ତାଙ୍କ ରୂପ ପାଇଁ ଲୋକେ ତାଙ୍କର ମଜାକ୍ ଉଡାଉଥିଲେ । କେବଳ ଫିଲ୍ମ ନୁହେଁ ବରଂ ସୋସାଇଟିରେ ଲୋକେ ତାଙ୍କୁ ସହଜରେ ସ୍ୱୀକାର କରିପାରୁନଥିଲେ । ତାଙ୍କୁ ସମସ୍ତେ ପ୍ରଶ୍ନ କରୁଥିଲେ ଯେ ନା ତୁମର ଭଲ ଚେହେରା ଅଛି ନା ଉଚ୍ଚତା ? କାହିଁକି ହିରୋ ବନିବା ପାଇଁ ଚାହୁଁଛ ।ଏମିତି ଅନେକଥର ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଫିଲ୍ମ ସହ ସୋସାଇଟିରେ ତାଙ୍କ ସହ ଭେଦଭାବ କରାଯାଇଥିବା ସେ କହିଛନ୍ତି ।

ଛୋଟମୋଟ ଅଭିନୟରୁ ବନାଇଲେ ପରିଚୟ 

ଦୀର୍ଘ ଦିନର ସଂଘର୍ଷ ପରେ ନୱାଜୁଦ୍ଦିନଙ୍କୁ ବ୍ଲାକ ଫ୍ରାଇଡେ (Black Friday) , ଦେବ ଡି  (Dev-D), ନ୍ୟୁୟର୍କ (Newyork)ଭଳି ଫିଲ୍ମରେ ଛୋଟମୋଟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ପିପଲି ଲାଇଭ (Peepli Live)ଦ୍ୱାରା ନୱାଜୁଦ୍ଦିନ ସାରାଦେଶରେ ପରିଚିତ ହୋଇଥିଲେ । କାହାନୀ (Kahani)ଫିଲ୍ମରେ ନୱାଜୁଦ୍ଦିନଙ୍କ ଅଭିନୟ ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲା । ଏହାପରେ ତାଙ୍କୁ ଗ୍ୟାଙ୍ଗସ ଅଫ ୱସେପୁର (Gangs of Wasseypur)ରେ ଫୈଜଲ ଭୂମିକାରେ ଅଭିନୟ କରିବାପାଇଁ ସୁଯୋଗ ମିଳିଥିଲା । ଗ୍ୟାଙ୍ଗସ ଅଫ୍ ୱସେପୁର ପରେ ନୱାଜୁଦ୍ଦିନ ଆତ୍ମା (Aatma), ଲଞ୍ଚବକ୍ସ (Lunch Box) , ତଲାସ (Talaash: The Answer Lies Within) , ବଜରଙ୍ଗୀ ଭାଇଜାନ ( Bajarangi Bhaijan) , ମଣ୍ଟୋ (Manto) , ମାଞ୍ଝୀ (Manjhi – The Mountain Man)ଭଳି ହିଟ୍ ଫିଲ୍ମରେ ନଜର ଆସିଥିଲେ  । ନୱାଜୁଦ୍ଦିନ ଦନିୁଆର ଏକ ମାତ୍ର ଅଭିନେତାଙ୍କ ଯାହାଙ୍କ ୮ଟି ଫିଲ୍ମର ପ୍ରିମିୟର କାନ୍ସ ଫିଲ୍ମ ଫେଷ୍ଟିଭାଲରେ କରାଯାଇଛି ।

୨୦୧୩ରେ ମିଳିଥିଲା ପ୍ରଥମ ଆୱାର୍ଡ

ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ପ୍ରଥମ ଥର ଫିଲ୍ମ ତଲାଶରେ ସପୋର୍ଟିଂ ରୋଲ ପାଇଁ ଆୱାର୍ଡ ମିଳିଥିଲା । କାହାନୀ , ତଲାଶ , ଗ୍ୟାଙ୍ଗସ ଅଫ୍ ୱସେପୁର ଏବଂ ଇଣ୍ଡିଆ ସର୍କସ ପାଇଁ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ  ନ୍ୟାସନାଲ ଆୱାର୍ଡରେ ବି ସମ୍ମାନୀତ କରାଯାଇଛି ।ନୱାଜୁଦ୍ଦିନଙ୍କ ପାଖରେ ରହିଛି ଏବେ ଅନେକ ବଡ଼ ବଡ଼ ଫିଲ୍ମର ଅଫର , ଜୋଗିରା ସାରାରାରା (Jogira Sara Ra Ra) , ଟିକୁ ୱେଡସ୍ ଶେରୁ (Tiku Weds Sheru) , ବୋଲେ ଚୁଡିୟାଁ (Bole Chudiyan) , ଅଦଭୁତ୍ (Adbhut) ଭଳି ଫିଲ୍ମର ଅଫର ରହିଛି । ଏଥିସହିତ ୱେବସିରିଜ ସେକ୍ରେଡ୍ ଗେମ୍ସ ୩ (Sacred Games-3)ରେ ବି ନଜର ଆସିବେ ନୱାଜୁଦ୍ଦିନ ସିଦ୍ଦିକି 

୯୬ କୋଟି ସମ୍ପତ୍ତିର ମାଲିକ

ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ବ୍ୟସ୍ତ ଅଭିନେତାଙ୍କ ଭିତରୁ ଜଣେ , ଯିଏ ଲଗାତାର ଫିଲ୍ମରେ ନଜର ଆସନ୍ତି । ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୯୬ କୋଟି ଟଙ୍କା । ଏହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୬ କୋଟି ଟଙ୍କା ନିଅନ୍ତି । ଗତ କିଛି ବର୍ଷ ଭିତରେ ନୱାଜୁଦ୍ଦିନଙ୍କ ପପୁଲାରିଟି ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦେଖି ଅଭିନେତା ନିଜ ୨୪ ପ୍ରତିଶତ ଫିସ୍ ମଧ୍ୟ ବଢାଇଛନ୍ତି ।  ଫିଲ୍ମ ବ୍ୟତୀତ ନୱାଜ ବିଜ୍ଞାପନ ମଧ୍ୟ କରନ୍ତି । ଗୋଟିଏ ଗୋଟିଏ ବ୍ରାଣ୍ଡ ପାଇଁ ସେ ଏକ କୋଟି ଟଙ୍କା ନିଅନ୍ତି ।  

୧୨ କୋଟିର ଘରେ ରୁହନ୍ତି ନୱାଜୁଦ୍ଦିନ ସିଦ୍ଦିକି

ନୱାଜୁଦ୍ଦିନ ବର୍ସୋବା ସ୍ଥିତ ଲଗଜୁରୀ ଘରେ ରହୁଛନ୍ତି । ସେ ୨୦୨୭ରେ ଏହି ଘର କିଣିତିଲେ ଯାହାର ମୂଲ୍ୟ ପାଖାପାଖି ୧୨ କୋଟି ଟଙ୍କା । ନିକଟରେ ନୱାଜୁଦ୍ଦିନ କହିଥିଲେ ଯେ ଯେଉଁଘରେ ସେ ଏବେ ରହୁଛନ୍ତି ତାହାର ବାଥରୁମ ତାଙ୍କ ସଂଘର୍ଷ ସମୟରେ ରହୁଥିବା ଘରଠାରୁ ବଡ଼ ।

Also Read: Cannes 2022: ବ୍ଲାକ-ଗୋଲ୍ଡ ଶାଢୀରେ ଚମକିଲେ ଦୀପିକା ପାଦୁକୋନ