Krishnam Raju Death: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 'ରିବେଲ ଷ୍ଟାର' କ୍ରିଷ୍ଣମ୍ ରାଜୁ
Advertisement

Krishnam Raju Death: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 'ରିବେଲ ଷ୍ଟାର' କ୍ରିଷ୍ଣମ୍ ରାଜୁ

Krishnam Raju Death: କେବଳ ସାଉଥ ଫିଲ୍ମ ଇଣ୍ତଷ୍ଟ୍ରିରେ ନୁହେଁ, ରାଜନୀତିରେ ମଧ୍ୟ କ୍ରିଷ୍ଣମ ରାଜୁ ପାଦ ରଖିଥିଲେ। ୧୯୯୧ ମସିହାରେ ଆନ୍ଧ୍ରପ୍ରଦେଶର ନରଶମପୁର (Narasapuram)ରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢିଥିଲେ। ପରେ ସାଉଥ ଅଭିନେତା ୧୯୯୯ରେ  ବିଜେପିରୁ ପ୍ରାର୍ଥୀ ହୋଇ ସମାନ ଆସନରେ ନିର୍ବାଚନ ଲଢି ଜିତି ଥିଲେ। ଆଉ ୨୦୦୪ ପର୍ଯ୍ୟନ୍ତ ବାଜପେୟୀ କ୍ୟାବିନେଟରେ ମନ୍ତ୍ରୀ ରହିଥିଲେ।

Krishnam Raju Death: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 'ରିବେଲ ଷ୍ଟାର' କ୍ରିଷ୍ଣମ୍ ରାଜୁ

Krishnam Raju Death, ନୂଆଦିଲ୍ଲୀ: ଆଉ ନାହାଁନ୍ତି ସାଉଥ ଭେଟେରାନ ଆକ୍ଟର ଉପାଲାପତି କ୍ରିଷ୍ଣମ୍ ରାଜୁ। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ରବିବାର ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କ୍ରିଷ୍ଣମ୍ ରାଜୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ଲୋକପ୍ରିୟ ଅଭିନେତା କ୍ରିଷ୍ଣମ୍ ରାଜୁ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।   
କ୍ରିଷ୍ଣମ୍ ରାଜୁଙ୍କୁ ଟଲିଉଡର ରିବେଲ ଷ୍ଟାର ମଧ୍ୟ କୁହାଯାଏ। 

କ୍ରିଷ୍ଣମ୍ ରାଜୁ  (Uppalapati Krishnam Raju) ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା (West Godavari district) ରେ ୨୦ ଜାନୁଆରୀ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ପରିବାର କହିଲେ ସ୍ତ୍ରୀ ଓ ତାଙ୍କର ତିନୋଟି ସନ୍ତାନ ରହିଛନ୍ତି। ତା ଛଡ଼ା ବାହୁବଳି ଷ୍ଟାର ପ୍ରଭାସଙ୍କ ଦାଦା ହେଉଛନ୍ତି କ୍ରିଷ୍ଣମ ରାଜୁ। ପ୍ରାୟ ୫ ଦଶନ୍ଧୀ ଧରି ତେଲଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର (Rebel Star) ବୋଲି କୁହାଯାଏ। ରିବେଲ ଷ୍ଟାର କ୍ରିଷ୍ଣମ ରାଜୁ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଥ୍ରିଲର, ଐତିହାସିକ ଓ ପୌରାଣିକ ଆଦି ସିନେମାରେ ଅଭିନୟ କରିଛନ୍ତି। ସେ ୧୯୬୬ରେ ଚିଲାକା ଗୋରିଙ୍କା (Chilaka Gorinka) ମୁଭିରେ ଡେବ୍ୟୁ କରିଥିଲେ।  ଅମର ଦୀପମ, ସୀତା ରମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମ କ୍ରିଷ୍ଣମ ରାଜୁଙ୍କର ସଫଳ ଫିଲ୍ମ ବୋଲି କୁହାଯାଏ।  

Also Read: କୋଭିଡ ପାଇଁ ବିଳମ୍ବ ହେଲା ଏହି ଅଭିନେତ୍ରୀଙ୍କ Pregnancy

ଦମଦାର ଅଭିନୟ ପାଇଁ ଆନ୍ଧ୍ର ପ୍ରଦେଶ ସରକାର କ୍ରିଷ୍ଣମ ରାଜୁଙ୍କୁ ନନ୍ଦି ଆଓ୍ବାର୍ଡ (Nandi Award winner)ରେ ସମ୍ମାନୀତ କରିଥିଲେ। ତନ୍ଦ୍ରା ପାପାରାୟାଦୁ (Tandra Paparayudu) ମୁଭି ପାଇଁ  ସେ ଫିଲ୍ମ ଫେୟାର ଆଓ୍ବାର୍ଡରେ ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ। କ୍ରିଷ୍ଣମ ରାଜୁଙ୍କ ୧୯୮୬ରେ ମୁକ୍ତିଲାଭ କରିଥିବା ମୁଭି ହେଉଛି ପାପାରାୟାଦୁ। ପରେ ୨୦୦୬ରେ ସାଉଥ ଫିଲ୍ମ ଫେୟାର ରିବେଲ ଷ୍ଟାରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ (Lifetime Achievement Award) ରେ ସମ୍ମାନୀତ କରିଥିଲା। ନେଗେଟିଭ ରୋଲ ପାଇଁ କ୍ରିଷ୍ଣମ ରାଜୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

କେବଳ ସାଉଥ ଫିଲ୍ମ ଇଣ୍ତଷ୍ଟ୍ରିରେ ନୁହେଁ, ରାଜନୀତିରେ ମଧ୍ୟ କ୍ରିଷ୍ଣମ ରାଜୁ ପାଦ ରଖିଥିଲେ। ୧୯୯୧ ମସିହାରେ ଆନ୍ଧ୍ରପ୍ରଦେଶର ନରଶମପୁର (Narasapuram)ରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢିଥିଲେ। ପରେ ସାଉଥ ଅଭିନେତା ୧୯୯୯ରେ  ବିଜେପିରୁ ପ୍ରାର୍ଥୀ ହୋଇ ସମାନ ଆସନରେ ନିର୍ବାଚନ ଲଢି ଜିତି ଥିଲେ। ଆଉ ୨୦୦୪ ପର୍ଯ୍ୟନ୍ତ ବାଜପେୟୀ କ୍ୟାବିନେଟରେ ମନ୍ତ୍ରୀ ରହିଥିଲେ। ତେବେ, କ୍ରିଷ୍ଣମ ରାଜୁଙ୍କର ବିୟୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ (K.Chandrasekhar Rao) ଦୁଖଃ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।  କ୍ରିଷ୍ଣମ ରାଜୁ  (Rebel star)ଙ୍କ ବିୟୋଗ  ସାଉଥ ଇଣ୍ତଷ୍ଟ୍ରି (Telugu film industry) ପାଇଁ ବିରାଟ କ୍ଷତି ବୋଲି ସେ କହିଛନ୍ତି।