ନିଶ-ଦାଢିକୁ ନେଇ କମେଡି କରିବା ପଡ଼ିଲା ମହଙ୍ଗା , ଭାରତୀଙ୍କ ନାଁରେ ରୁଜୁ ହେଲା ଦୁଇଟି ମାମଲା
Advertisement
Article Detail0/zeeodisha/odisha1187352

ନିଶ-ଦାଢିକୁ ନେଇ କମେଡି କରିବା ପଡ଼ିଲା ମହଙ୍ଗା , ଭାରତୀଙ୍କ ନାଁରେ ରୁଜୁ ହେଲା ଦୁଇଟି ମାମଲା

ଗୋଟିଏ ଶୋରେ ନିଶ-ଦାଢିକୁ ନେଇ କମେଡି କରିଥିଲେ ଭାରତୀ । ଏହି କମେଡି ଏବେ ତାଙ୍କୁ ଭାରି ପଡ଼ିଛି  । ସୋସିଆଲ ମିଡିଆରେ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା ପରେ ବି ଥମିନି ବିବାଦ । ଭାରତୀଙ୍କ ନାଁରେ ରୁଜୁ ହେଲା ୨ ଟି ମାମଲା । 

ନିଶ-ଦାଢିକୁ ନେଇ କମେଡି କରିବା ପଡ଼ିଲା ମହଙ୍ଗା , ଭାରତୀଙ୍କ ନାଁରେ ରୁଜୁ ହେଲା ଦୁଇଟି ମାମଲା

ନୂଆଦିଲ୍ଲୀ:  କମେଡି କୁଇନ୍ ଭାରତୀ ସିଂହ (Bharti Singh) ନିଜ ମଜାଳିଆ ଅନ୍ଦାଜରେ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି । ତାଙ୍କ ହରକତ ଆଉ କଥାବାର୍ତ୍ତା ଲୋକଙ୍କୁ ବହୁତ ପସନ୍ଦ ଆସେ । ଏଥର ଭାରତୀ ନିଜ କମେଡି ପାଇଁ ସମସ୍ୟାରେ ଫସିଛନ୍ତି ।ନିକଟରେ ସେ ନିଶ-ଦାଢିକୁ ନେଇ କିଛି ଏମିତି  ମନ୍ତବ୍ୟ ଦେଇଥିଲେ , ଯାହାକୁ ନେଇ ଲୋକେ ତାଙ୍କ ଉପରେ ରାଗି ଯାଇଛନ୍ତି । ଏପରିକି କିଛି ଲୋକ ଭାରତୀଙ୍କ ଉପରେ ଏଫଆଇଆର ରୁଜୁ ପାଇଁ ବି ଦାବି କରିଛନ୍ତି ।

ଭାରତୀଙ୍କ ମଜାକ୍ ଲୋକଙ୍କୁ କଲା ନିରାଶ

 ନିକଟରେ ଭାରତୀ ଗୋଟିଏ ଶୋରେ ନିଶ-ଦାଢିକୁ ନେଇ କମେଡି କରିଥିଲେ । ଏବେ ତାଙ୍କର ଏହି କମେଣ୍ଟ କାରଣରୁ ଶିଖ ସମ୍ପ୍ରଦାୟର ଲୋକ ଆପତ୍ତି ଉଠାଇଛନ୍ତି  । ଏଭଳି ମନ୍ତବ୍ୟକୁ ନେଇ ଅନେକ ଲୋକ ଭାରତୀଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ଅମୃତସର ଶିଖ୍ ସଂଗଠନ ଦ୍ୱାରା ଭାରତୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଏହି ମାମଲା  ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାରତୀଙ୍କୁ ବିରୋଧ କରିବା ସହ ଅନେକ ମିମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Also Read: KGF2; ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ ରକି ଭାଇଙ୍କ ଜଲୱା

ଭାରତୀଙ୍କ ନାଁରେ ରୁଜୁ ହେଲା ମାମଲା

ଏହି ପ୍ରସଙ୍ଗରେ ବିବାଦ ବଢିବାରୁ ଭାରତୀ ସିଂହ ହାତ ଯୋଡ଼ି ଶିଖ୍ ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରିଛନ୍ତି । ହେଲେ ଏହାପରେ ବି ଏହି ବିବାଦ ଥମିନାହିଁ ।  ଲୋକେ ଭାରତୀଙ୍କ ମନ୍ତବ୍ୟରେ ବହୁତ  ଅସନ୍ତୋଷ ଅଛନ୍ତି । ଏସଜିପିସି (Shiromani Gurdwara Parbandhak Committee) ଏବଂ  ଗୁରୁ ରବିଦାସ ଟାଇଗର ଫୋର୍ସ ପଞ୍ଜାବ  (GRTFP)ର ଅଭିଯୋଗ କ୍ରମେ ଅମୃତସର ଏବଂ ଜଲନ୍ଧରରେ ୨ଟି ମାମଲା କରାଯାଇଛି ।

fallback

କ'ଣ ପୁରା ମାମଲା 

ଭାରତୀ  ଗୋଟିଏ କମେଡି ଶୋରେ ଟିଭି ଆକ୍ଟ୍ରେସ ଜସ୍ମିନ ଭସିନଙ୍କ ଗେଷ୍ଟ ହୋଇ ପହଞ୍ଚିଥିଲେ  । ଏହି ସମୟରେ ଭାରତୀ , ଜସ୍ମିନଙ୍କୁ ମଜାକରେ କହିଥିଲେ ଯେ , କ୍ଷୀର ପିଇବା ପରେ ଦାଢୀକୁ ପାଟିରେ ପକାଇଲେ ସିମେଇର ଟେଷ୍ଟ ଆସେ , ମୋର ବହୁତ ସାଙ୍ଗ ଯେଉଁମାନଙ୍କର ଏବେ ବିବାହ ହୋଇଛି , ସେମାନେ ସାରାଦିନ ନିଶ-ଦାଢୀରୁ ଉକୁଣୀ ବାହାର କରିବାରେ ବ୍ୟସ୍ତ ରୁହନ୍ତି ' । ଭାରତୀଙ୍କ ଏହି କମେଣ୍ଟ ପରେ ହଙ୍ଗାମା ହୋଇଛି । ଅନେକ ଭାରତୀଙ୍କ ଏପରି କମେଣ୍ଟକୁ ବିରୋଧ କରିଛନ୍ତି  ।

Also Read: ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଟାର୍ଗେଟ କଲେ କଙ୍ଗନା ରାନାୱତ, କହିଲେ- ଏମାନେ ଲୁଚିଛପି ମୋତେ କଲ୍ କରି କୁହନ୍ତି...

ଭାରତୀ ମାଗିଲେ କ୍ଷମା

ଭାରତୀ ଗୋଟିଏ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ଭାରତୀ ଭିଡିଓରେ କହିଛନ୍ତି 'ମୋର ଗୋଟିଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି , ଯାହାକୁ ଲୋକେ ମୋତେ ପଠାଇବା ସହ ପଚାରୁଛନ୍ତି ଆପଣ ନିଶ-ଦାଢିକୁ ନେଇ ମଜାକ ବନାଇଛନ୍ତି' । ମୁଁ ସେହି ଭିଡିଓ ଦୁଇ ଦିନ ହେଲା ବାର ବାର ଦେଖୁଛି । ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଆପଣ ମଧ୍ୟ ଏହି ଭିଡିଓ ଦେଖନ୍ତୁ ।  ସେ ଆହୁରି କହିଛନ୍ତି ଯେ ସେ କୌଣସି ଧର୍ମକୁ ନେଇ କମେଣ୍ଟ କରିନାହାନ୍ତି । ସେ କେବଳ ମଜାକ୍ କରୁଥିଲେ  । ଆଜିକାଲି ତ ସମସ୍ତେ ଦାଢି ରଖୁଛନ୍ତି ' ।