Rajinikanth On Yogi: ଯୋଗୀଙ୍କ ପାଦ ଛୁଇଁବା ପ୍ରସଙ୍ଗରେ ମୁହଁ ଖୋଲିଲେ ରଜନୀକାନ୍ତ, କହିଲେ...
Advertisement
Article Detail0/zeeodisha/odisha1836102

Rajinikanth On Yogi: ଯୋଗୀଙ୍କ ପାଦ ଛୁଇଁବା ପ୍ରସଙ୍ଗରେ ମୁହଁ ଖୋଲିଲେ ରଜନୀକାନ୍ତ, କହିଲେ...

Rajinikanth On Yogi: ଫିଲ୍ମ ଜେଲରକୁ ନେଇ ଯେତିକି ଚର୍ଚ୍ଚା ତା ଠୁ ଅଧିକ ଚର୍ଚ୍ଚା ଫିଲ୍ମର ହିରୋ ରଜନୀକାନ୍ତ କାହିଁକି ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ନମସ୍କାର ହେଲେ । ଏହାକୁ ନେଇ ଚାଲିଥିବା ତର୍କବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରଜନୀକାନ୍ତ । ଆଜି ସେ ନିଜେ କହିଛନ୍ତି ଯେ, ଏମିତି କରିବାର ମୁଖ୍ୟ କାରଣ କଣ?  

 

Rajinikanth On Yogi: ଯୋଗୀଙ୍କ ପାଦ ଛୁଇଁବା ପ୍ରସଙ୍ଗରେ ମୁହଁ ଖୋଲିଲେ ରଜନୀକାନ୍ତ, କହିଲେ...

Rajinikanth On Yogi: ଗତ କିଛିଦିନ ତଳେ ନିଜ ଫିଲ୍ମ 'ଜେଲର'ର ପ୍ରମୋସନ ପାଇଁ ଆସିଥିଲେ ସୁପରଷ୍ଟାର ରଜନୀକାନ୍ତ । ତେବେ ଲକ୍ଷ୍ନୌସ୍ଥିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ତାଙ୍କୁ ଭେଟିବା ସହ ତାଙ୍କ ପାଦ ଛୁଇଁ ନମନ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ହଇଚଇ ସୃଷ୍ଟି ହୋଇଥିଲା। ଅନେକ ଫ୍ୟାନ୍ସ ଏକଥାକୁ ନାପସନ୍ଦ କରିବା ସହ ଯୋଗୀଙ୍କ ଠୁ ବୟସରେ ବଡ଼ ହୋଇ ରଜନୀକାନ୍ତ କାହିଁକି ତାଙ୍କ ପାଦ ଛୁଇଁ ସମ୍ମାନ ହରାଇଲେ ବୋଲି ପ୍ରଶ୍ନ ବି ଉଠିଥିଲା। ତେବେ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ତଲାଏବା ରଜନୀକାନ୍ତ । ସେ କହିଛନ୍ତି ଯେ, ମୁଁ ସର୍ବଦା ଯୋଗୀ ଓ ସନ୍ନ୍ୟାସୀଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ । 

ତେବେ ଯୋଗୀଙ୍କ ପାଦ ଛୁଇଁବା ମୋର କର୍ତ୍ତବ୍ୟ ବୋଲି ମୁଁ ତାହା କଲି। ସୂଚନାନୁସାରେ ଜେଲର ଫିଲ୍ମକୁ ନେଇ ଏବେ ଦେଶ ସାରା ଚର୍ଚ୍ଚା । ପରିଣତ ବୟସରେ ତଲାଏବାଙ୍କ ଏହି ଆକ୍ସନ ଥ୍ରିଲର ଫିଲ୍ମ ସାରା ଦେଶକୁ ଚକିତ କରିଛି। କିଛିଦିନ ମଧ୍ୟ ଶହେକୋଟି କ୍ଲବରେ ସାମିଲ ହୋଇସାରିଛି ଫିଲ୍ମ ଜେଲର ।  

Also Read: Dream Girl 2: ହଲ୍କୁ ଆସିବା ପୂର୍ବରୁ ବଢ଼ୁଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ Dream Girl 2 ର କ୍ରେଜ୍