Rekha Birthday: ପ୍ରଥମ ଥର ଚୁମ୍ବନ ସୁଟିଂ ସମୟରେ କାହିଁକି ବେହୋସ ହୋଇଯାଇଥିଲେ ରେଖା
Advertisement
Article Detail0/zeeodisha/odisha1908580

Rekha Birthday: ପ୍ରଥମ ଥର ଚୁମ୍ବନ ସୁଟିଂ ସମୟରେ କାହିଁକି ବେହୋସ ହୋଇଯାଇଥିଲେ ରେଖା

Happy Birthday Rekha: ବଲିଉଡ଼ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜଣାସୁଣା ରେଖା (Rekha) ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି । ଆଜି ବି ଅଗଣିତ ପ୍ରଂଶସକଙ୍କ ହୃଦୟରେ ରାଜ କରୁଛନ୍ତି ଏହି ଚୁଲବୁଲି ନାୟିକା । ଚେନ୍ନାଇରେ ୧୯୫୪ ମସିହା ଅକ୍ଟୋବର ୧୦ରେ ରେଖାଙ୍କ ଜନ୍ମ । ୧୯୬୯ ମସିହାରେ ଚଳଚ୍ଚିତ୍ର 'ଅଞ୍ଜନା ସଫର'ରୁ (Anjana safar) ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏହି ଅଭିନେତ୍ରୀ । 

ସୌ(ସୋସିଆଲ ମିଡିଆ)

Rekha Birthday: କମିନି ୮୦ ଦଶକର ସୁନ୍ଦର ଅଭିନେତ୍ରୀ ରେଖାଙ୍କ (Rekha) ଜଲୱା । ଆଜି ବି ରେଖା ପଛରେ ପାଗଳ ବହୁ ପ୍ରଶଂସକ । ଅଭିନେତ୍ରୀ ଆଜି ନିଜର ୬୯ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଏହି ଖାସ୍ ଅବସରରେ ଆସନ୍ତୁ ଜାଣିବା ରେଖାଙ୍କ ଜୀବନକୁ ନେଇ କିଛି ରୋଚକ କାହାଣୀ ।

ଆଜି ହେଉଛି ରେଖାଙ୍କ ଜନ୍ମଦିନ (Happy Birthday Rekha) । ବଲିଉଡ଼ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜଣାସୁଣା ରେଖା (Rekha) ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି । ଆଜି ବି ଅଗଣିତ ପ୍ରଂଶସକଙ୍କ ହୃଦୟରେ ରାଜ କରୁଛନ୍ତି ଏହି ଚୁଲବୁଲି ନାୟିକା । ଚେନ୍ନାଇରେ ୧୯୫୪ ମସିହା ଅକ୍ଟୋବର ୧୦ରେ ରେଖାଙ୍କ ଜନ୍ମ । ୧୯୬୯ ମସିହାରେ ଚଳଚ୍ଚିତ୍ର 'ଅଞ୍ଜନା ସଫର'ରୁ (Anjana safar) ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏହି ଅଭିନେତ୍ରୀ । ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା । ନିଜର ଲମ୍ବା କ୍ୟାରିୟର ଭିତରେ ରେଖା ଦର୍ଶକଙ୍କୁ ବହୁ ହିଟ୍ ଫିଲ୍ମ ଭେଟି ଦେଇଥିବା ବେଳେ ୧୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ରେଖାଙ୍କ ପ୍ରକୃତ ନାମ ଭାନୁରେଖା ଗଣେଶନ୍ (Bhanurekha Gemini Ganesan) ଅଟେ । ବଲିଉଡରେ ଏଣ୍ଟ୍ରି କରିବା ପରେ ଅଭିନେତ୍ରୀ ନିଜ ନାମ ପରିବର୍ତ୍ତନ କରି ରେଖା ରଖିଥିଲେ । ଗତ ୪ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ରେଖା ବଲିଉଡ଼ର ବହୁ ଟପ୍ ଅଭିନେତାଙ୍କ ସହ ମଧ୍ଯ କାମ କରିଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତାଙ୍କ (Rekha Amitabh Bachchan) ଯୋଡ଼ିକୁ ବେଶ ପ୍ରସଂଶା କରୁଥିଲେ ଦର୍ଶକ । ଏକଦା ଉଭୟଙ୍କ କଳାକାରଙ୍କ ମଧ୍ଯରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ମାତ୍ର ୧୫ ବର୍ଷ ବୟସରେ ଫିଲ୍ମ 'ଅଞ୍ଜନା ସଫର'ରୁ (Anjana safar) କ୍ୟାରିୟର ଆରମ୍ଭ କରିଥିବା ରେଖା ତାଙ୍କ ପ୍ରଥମ ଚୁମ୍ବନ ସିନ୍ ସୁଟିଂ ପରେ ବେହୋସ ହୋଇଯାଇଥିଲେ । ବାସ୍ତବରେ, ରେଖା ଏହି ଫିଲ୍ମରେ ବିଶ୍ୱଜିତ ଚାଟାର୍ଜୀଙ୍କ ସହ ୫ ମିନିଟର ଏକ ଚୁମ୍ବନ ସିନ୍ ସୁଟ କରିଥିଲେ, ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ଏହି ଦୃଶ୍ୟର ସୁଟିଂ ପରେ ରେଖା ଚେତାଶୂନ୍ୟ ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ଏହି ସିନ୍ ର ସୁଟିଂ ପରେ ରେଖା ନର୍ଭସ ହୋଇଯାଇଥିଲେ । ଫଳରେ ତାଙ୍କୁ ବାରମ୍ବାର ରିଟେକ୍ ନେବାକୁ ପଡୁଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by Rekha (@legendaryrekha)

ସିଙ୍ଗଲ ରେଖାଙ୍କ ମୁଣ୍ତରେ ସିନ୍ଦୂର ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱରେ ସୃଷ୍ଟି କରିଥାଏ। କେହି କେହି ତାଙ୍କୁ ବିବାହିତ ବୋଲି ଭାବୁଥିବା ବେଳେ ଆଉ କେହି ରେଖା ଅମିତାଭ ବଚ୍ଚନଙ୍କ (Amitabh Bachchan) ନାଁର ସିନ୍ଦୂର ପିନ୍ଧୁଥିବା କହିଥାଆନ୍ତି । ବାସ୍ତବରେ, ଏକ ସାକ୍ଷାତକାର ରେଖା କହିଥିଲେ, ‘ସେ କାହା ନାମରେ ସିନ୍ଦୂର ପନ୍ଧିନ୍ତି ନାହିଁ । ମେକଅପ୍ କରିବା ସହ ସିନ୍ଦୂର ଲାଗଇବା ତାଙ୍କୁ ପସନ୍ଦ । ଫ୍ୟାଶନ ଯୋଗୁଁ ସେ ସିନ୍ଦୂର ଲଗାଇଥାଆନ୍ତି’ ।

ଏହା ବି ପଢନ୍ତୁ-Naga Chaitanya Samantha: ସାମନ୍ଥାଙ୍କୁ ମିସ୍ କରି ନାଗା ଚୈତନ୍ୟ କଲେ ଏହି ପୋଷ୍ଟ, ଫ୍ୟାନ୍ସ କହିଲେ ଏକାଠି...