Yash Fees in Ramayana: ‘ରାମାୟଣ’ରେ ରାବଣ ଭୂମିକା ପାଇଁ ୟଶ ମାଗିଲେ ଏତିକି କୋଟି
Advertisement

Yash Fees in Ramayana: ‘ରାମାୟଣ’ରେ ରାବଣ ଭୂମିକା ପାଇଁ ୟଶ ମାଗିଲେ ଏତିକି କୋଟି

Yash Fees in Ramayana:  କେଜିଏଫ୍ ଷ୍ଟାର୍ ୟଶ୍ (Actor Yash) ବଲିଉଡରେ ଏଣ୍ଟ୍ରି ମାରିବା ପାଇଁ ପୁରା ରେଡ୍ଡି ହୋଇଗଲେଣୀ। ନିର୍ଦ୍ଦେଶକ ନିତେଶ ତିଓ୍ବାରି (Nitesh Tiwari Indian film director and screenwriter) 'ରାମାୟଣ' ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ରଣବୀର କପୁର ଓ ସାଇ ପଲ୍ଲବୀ ନଜର ଆସିବେ। ଆଉ ରାବଣ (Ravana) ଭୂମିକାରେ କେଜିଏଫ୍ ଷ୍ଟାର୍ ୟଶ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଭୂମିକାରେ ଅଭିନୟ କରିବା ପାଇଁ ୟଶ ନିର୍ମାତାଙ୍କୁ ମୋଟା ଅଙ୍କର ଫି ଚାର୍ଜ କରିଛନ୍ତି।

Yash Fees in Ramayana: ‘ରାମାୟଣ’ରେ ରାବଣ ଭୂମିକା ପାଇଁ ୟଶ ମାଗିଲେ ଏତିକି କୋଟି

Yash Fees in Ramayana: ସାଉଥ୍ ଇଣ୍ତଷ୍ଟ୍ରିରେ ଏବେ ଏକ ନୂଆ ଟ୍ରେଣ୍ତ ଆରମ୍ଭ ହୋଇଛି । ସାଉଥ ଅଭିନେତା ବା ଅଭିନେତ୍ରୀମାନେ ବଲିଉଡରେ କାମ କରିବା ପାଇଁ ଆଗେଇ ଆସୁଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଜଓ୍ବାନ'ରେ ସାଉଥ୍ ଅଭିନେତ୍ରୀ ନୟନତାରା ବଲିଉଡରେ ଡେବ୍ୟୁ କରିଥିଲେ। ଆଉ ଏବେ କେଜିଏଫ୍ ଷ୍ଟାର୍ ୟଶ୍ (Actor Yash) ବଲିଉଡରେ ଏଣ୍ଟ୍ରି ମାରିବା ପାଇଁ ପୁରା ରେଡ୍ଡି ହୋଇଗଲେଣୀ।  ନିର୍ଦ୍ଦେଶକ ନିତେଶ ତିଓ୍ବାରି  (Nitesh Tiwari Indian film director and screenwriter) 'ରାମାୟଣ' ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ରଣବୀର କପୁର ଓ ସାଇ ପଲ୍ଲବୀ ନଜର ଆସିବେ। ଆଉ ରାବଣ (Ravana) ଭୂମିକାରେ କେଜିଏଫ୍ ଷ୍ଟାର୍ ୟଶ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଭୂମିକାରେ ଅଭିନୟ କରିବା ପାଇଁ ୟଶ ନିର୍ମାତାଙ୍କୁ ମୋଟା ଅଙ୍କର ଫି ଚାର୍ଜ କରିଛନ୍ତି। 

Also Read : Shani Gochar 2023: ଶନିଙ୍କ କୃପାରୁ ଦୀପାବଳି ପୂର୍ବରୁ ମାଲେମାଲ୍ ହେବେ ଏହି ତିନି ରାଶି

ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ । ତେବେ, ୟଶ୍  ଏହି ଫିଲ୍ମ  ପାଇଁ ୧୫୦ କୋଟି ନେବେ।  'ରାମାୟଣ' ଫିଲ୍ମରେ ରାବଣ ଭୂମିକାରେ କାମ ନ କରିବାକୁ ପ୍ରଥମେ ରାଜି ହୋଇନ ଥିଲେ ୟଶ୍ । ପରେ ସେ ନିର୍ମାତାଙ୍କ ଏହି ଅଫରକୁ ଏଡାଇ ଦେଇପାରିନ ଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,କେଜିଏଫ ପାର୍ଟ-୧ ଓ ୨ ହିଟ୍ ହେବା ପରେ ୟଶ ନିଜର ଫି ବଢାଇଛନ୍ତି । ୟଶ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ । ରଣବୀର କପୁର ଏହି ଫିଲ୍ମରେ ରାମ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ, ଏଥିପାଇଁ ରଣବୀର ମଦ ଓ ନନଭେଜ୍ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିଛି । କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ,  ସୀତାଙ୍କ ଭୂମିକାରେ ଆଲିଆ ଭଟ୍ଟ ନଜର ଆସିବେ। କିନ୍ତୁ ଆଲିଆଙ୍କ ପାଖରେ ଏକାଧିକ ପ୍ରଜେକ୍ଟ ଥିବାରୁ ସେ ଏହି ପ୍ରୋଜେକ୍ଟରେ କାମ କରିବେ ନାହିଁ ବୋଲି କହିଥିଲେ। ତେବେ, ତାଙ୍କ ସ୍ଥାନରେ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ। ସାଇ ପଲ୍ଲବୀଙ୍କୁ ସୀତା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାନୁଆରୀରୁ ରଣବୀର ଏବଂ ସାଇ ଏହାର ସୁଟିଂ ଆରମ୍ଭ କରିବେ। ଏବଂ ୟଶଙ୍କ ସୁଟିଂ ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବ।


ଯଦି ଆମେ ୟଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବେ ତେବେ, ୟଶଙ୍କ ପତ୍ନୀ ହେଉଛନ୍ତି ରାଧିକ ପଣ୍ତିତ୍। ସେ ରାଧିକାଙ୍କୁ ୨୦୧୬ରେ ବିବାହ କରିଥିଲେ। ୨୦୧୮ରେ ତାଙ୍କ ଝିଅ ଆୟରା ଜନ୍ମ ହୋଇଥିଲା। ଏହାପରେ ୨୦୧୯ରେ ପୁଅ ୟଥର୍ବକୁ ଜନ୍ମ ଦେଇଥିଲେ ରାଧିକା। ୟଶ୍‌ଙ୍କ ସମେତ ରାଧିକା ବି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ୨୦୦୭ରେ ଏକ ଟିଭି ଶୋ'ର ସେଟ୍‌ରେ ୟଶ୍‌ଙ୍କ ସହ ତାଙ୍କ ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ୟଶ୍‌ ଓ ରାଧିକା ଏକାଠି ଅନେକ ହିଟ୍‌ କନ୍ନଡ ଫିଲ୍ମରେ କାମ କରିଛନ୍ତି। ଏବେ ଦୁଇ ଛୁଆର ମା' ହେବା ପରେ ରାଧିକା ଅଭିନୟ ଜଗତରୁ ଦୂରେଇ ରହିଛନ୍ତି।