Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା
Advertisement

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ତାମିଲ୍ ଇଣ୍ତଷ୍ଟ୍ରି। ତାମିଲ୍ ଅଭିନେତା ଡାଏନିଲ୍ ବାଲାଜୀଙ୍କ ଅକାଳ ମୃତ୍ୟୁ ଘଟିଛି । ହାର୍ଟ ଆଟାକ୍ ରେ ତାଙ୍କର ଜୀବନ ଯାଇଥିବା ଜଣାପଡି଼ଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। 

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ତାମିଲ୍ ଇଣ୍ତଷ୍ଟ୍ରି। ତାମିଲ୍ ଅଭିନେତା ଡାଏନିଲ୍ ବାଲାଜୀଙ୍କ ଅକାଳ ମୃତ୍ୟୁ ଘଟିଛି । ହାର୍ଟ ଆଟାକ୍ ରେ ତାଙ୍କର ଜୀବନ ଯାଇଥିବା ଜଣାପଡି଼ଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ଆମର ଆତ୍ମାର ସଦଗତି ପାଇଁ ଏକାଧିକ ଅଭିନେତା ଓ ଅଭିନେତ୍ରୀ ଟୁଇଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି। ଡାନିଏଲଙ୍କ ଦେହାନ୍ତ ଖବର ପୂରା ତାମିଲ୍ ଇଣ୍ତଷ୍ଟ୍ରିକୁ ଦୋହଲାଇ ଦେବା ସହ ସେଲିବ୍ରିଟି ଓ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ALSO READ: Shani Gochar 2024: ଏପ୍ରିଲରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ଶନି ମହାରାଜ, ଧନଧାନ୍ୟରେ ଭରିଯିବ ଜୀବନ!

ସୂଚନା ଅନୁସାରେ, ଗତକାଲି ରାତିରେ ତାମିଲ୍ ଅଭିନେତା ଡାଏନିଲ୍ ବାଲାଜୀଙ୍କୁ ହାର୍ଟ ଆଟକ୍ ଆସିଥିଲା। ପରେ ପରିବାର ଲୋକେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଡାନିଏଲ୍ ବାଲାଜୀ ତାଲିମ୍ ଫିଲ୍ମ ଗୁଡିକରେ ଖଳନାୟକ ଭୂମିକାରେ ନଜର ଆସନ୍ତି। ଡାନିଏଲ୍, ଥଲପତି, ଧନୁଷ, କମଲ୍ ହାସନ୍  ଭଳି ଷ୍ଟାରଙ୍କ ସହ କାମ କରି କ୍ଷତି ଅର୍ଜନ କରିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବାଲାଜୀ ଲୋକପ୍ରିୟ ତାମିଲ ଡେଲି ସୋପ ଅପେରା 'ଚିଠି'ରେ ଡାନିଏଲଙ୍କ ଚରିତ୍ରରେ ଅଭିନୟ କରି ଅଭିନେତା ଟେଲିଭିଜନରେ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ।  ପରେ, ୨୦୦୨ ମସିହାରେ ରୂପେଲି ପରଦାରେ ପାଦ ଥାପିଥିଲେ।  ତାଙ୍କର ପ୍ରଥମ ଫିଲ୍ମ ଥିଲା 'ଅପ୍ରିଲ୍ ମାଧାଥିଲି' (April Madhathil)।  ତା ପରେ ଗୌତମ୍ ମେନନ ଏବଂ ସୂର୍ଯ୍ୟା-ଜ୍ୟୋତିକାଙ୍କ କାଖା କାଖାରୁ ଲୋକପ୍ରିୟ ହୋଇଥିଲେ।