Swarup Nayak: ରାଜ୍ୟ ସମ୍ମାନ ସହିତ କରାଯିବ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ
Advertisement
Article Detail0/zeeodisha/odisha1933332

Swarup Nayak: ରାଜ୍ୟ ସମ୍ମାନ ସହିତ କରାଯିବ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ

Swarup Nayak: ଆଉ ନାହାଁନ୍ତି ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ (Odia music director Swarup Nayak)। କ୍ୟାନସର (cancer) ରୋଗରେ ତାଙ୍କର ମୃତ୍ୟୁ ଘଟିଛି (Odia music director Swarup Nayak passes away) । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।  ସ୍ବରୂପଙ୍କ ବିୟୋଗ କଳା ଜଗତକୁ ସ୍ତବ୍ଧ କରି ଦେଇଛି।  

ସୌଜନ୍ୟ- ସୋସିଆଲ ମିଡି଼ଆ

Swarup Nayak: ଆଉ ନାହାଁନ୍ତି ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ (Odia music director Swarup Nayak)। କ୍ୟାନସର (cancer) ରୋଗରେ ତାଙ୍କର ମୃତ୍ୟୁ ଘଟିଛି (Odia music director Swarup Nayak passes away) । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।  ସ୍ବରୂପଙ୍କ ବିୟୋଗ କଳା ଜଗତକୁ ସ୍ତବ୍ଧ କରି ଦେଇଛି।  କେବଳ କଳା ଜଗତ ନୁହେଁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସ୍ବରୂପ ନାୟକଙ୍କ (Odia music director Swarup Nayak) ବିୟୋଗରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି।  ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ୱରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ (state honours)ସହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବଂ ଏନେଇ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି । ଟ୍ବିଟ୍ ରେ ଲେଖିଛନ୍ତି ଯେ,''ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।''

 

 

Also Read: Shani Gocahr 2023: ଶନିଙ୍କ କୃପାରୁ ମାଲେମାଲ୍ ହେବେ ଏହି ତିନି ରାଶି

ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ୧୯୪୭ ମସିହା ଫେବୃଆରୀ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।  ସ୍ୱରୂପ ନାୟକଙ୍କ ଅବଦାନ ଓଲିଉଡ ପାଇଁ ଅତୁଳନୀୟ କହିଲେ ଅତୃକ୍ତି ହେବ ନାହିଁ । ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୧୯୮୪ ମସିହାରେ ପ୍ରଥମେ ହୀରାନୀଳା ଫିଲ୍ମ ମାଧ୍ୟମରେ ସେ ସଙ୍ଗୀତ ଜଗତରେ ପାଦ ରଖିଥିଲେ ।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,୧୯୬୨ ମସିହାରେ 'ଜୟଦେବ' ସିନେମାରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ସ୍ୱରୁପ । ସ୍ୱରୂପ ୪୧ ଟି ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ ଟି ଫିଲ୍ମରେ ଗୀତ ରଚନା କରିଥିଲେ । ୧୯୮୪  ମସିହାର ହୀରାନୀଳା କଥାଚିତ୍ରରୁ ସଙ୍ଗୀତକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ସ୍ରଷ୍ଟା ଭାବେ ବେଶ ପରିଚିତ ସ୍ୱରୂପ ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହା ସହିତ,କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା,ସତୀ ଅନସୂୟା ଓ ସୁନା ସଂସାର ଆଦି ସମେତ ବେଶ୍‌ କେତୋଟି ଓଡ଼ିଆ ଫିଲ୍ମରେ ଅଭିନେତା ଭାବେ ନଜର ଆସିଥିଲେ । ‘ସହର ଜଳୁଛି’, ‘ଲାଲ୍ ପାନ ବିବି’, 'ପୁଅ ମୋର ଭୋଳା ଶଙ୍କର', 'ଆଇ ଲଭ୍ ୟୁ', 'ଶାଶୁ ଘର ଚାଲିଯିବି', 'ଉଦଣ୍ଡୀ ସୀତା' ପରି ଅନେକ ସୁପରହିଟ୍ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।