Dunki: 'ଜଓ୍ବାନ' ର ସଫଳତା ପରେ ଫି' ବଢାଇଲେ ଶାହାରୁଖ୍, 'ଡୁଙ୍କି' ପାଇଁ ନେଇଛନ୍ତି ଏତେ କୋଟି
Advertisement
Article Detail0/zeeodisha/odisha1875335

Dunki: 'ଜଓ୍ବାନ' ର ସଫଳତା ପରେ ଫି' ବଢାଇଲେ ଶାହାରୁଖ୍, 'ଡୁଙ୍କି' ପାଇଁ ନେଇଛନ୍ତି ଏତେ କୋଟି

Shah Rukh Khan Fees In Dunki:  ୨୦୨୩ କିଙ୍ଗ୍ ଖାନଙ୍କ(Shah Rukh Khan) ପାଇଁ ଲକି ସାବ୍ୟସ୍ତ ହୋଇଛି । କାହିଁକିନା କିଙ୍ଗ୍ ଖାନ୍ ବର୍ଷ ଆରମ୍ଭରୁ ନିଜ ଫ୍ୟାନ୍ସଙ୍କୁ ଜବଦରଦସ୍ତ ଭେଟି ଦେଇ ଆସୁଛନ୍ତି  (SRK Hikes Fees After Huge Success of Jawan) ।  ଚଳିତ ବର୍ଷ, ଡିସେମ୍ବର ୨୨ ରେ ରିଲିଜ୍ ହେବ ଶାହାରୁଖ୍ ଖାନଙ୍କ ଆଗାମୀ ଫିଲ୍ମ ' ଡୁଙ୍କି ' । ତେବେ, ଏହି ଫିଲ୍ମ ପାଇଁ ଶାହାରୁକ୍ କେତେ କୋଟି ନେଇଛନ୍ତି ଜାଣିଛନ୍ତି କି? 

ସୌଜନ୍ୟ- ସୋସିଆଲ ମିଡି଼ଆ

Shah Rukh Khan Fees In Dunki:  ୨୦୨୩ କିଙ୍ଗ୍ ଖାନଙ୍କ(Shah Rukh Khan) ପାଇଁ ଲକି ସାବ୍ୟସ୍ତ ହୋଇଛି । କାହିଁକିନା କିଙ୍ଗ୍ ଖାନ୍ ବର୍ଷ ଆରମ୍ଭରୁ ନିଜ ଫ୍ୟାନ୍ସଙ୍କୁ ଜବଦରଦସ୍ତ ଭେଟି ଦେଇ ଆସୁଛନ୍ତି  (SRK Hikes Fees After Huge Success of Jawan) । ଚଳିତ ଜାନୁଆରୀ ୨୫ରେ ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ୍'  (Pathaan) ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ବବାଲ ମଚାଇଥିଲା। ଏହି ଫିଲ୍ମରେ  ଶାହାରୁଖ୍ ଖାନଙ୍କ ସହ ଦୀପିକା ପାଦୁକୋନ୍, ଜନ ଆବ୍ରାହମ୍,  ଏକଥା କୈଲ୍, ଡିମ୍ପଲ କପାଡିଆ, ମନୀଷ ଓ୍ବାଧା, ଆଶୁତୋଶ ରଣାଙ୍କ ସହ କେମୋ ଭୂମିକାରେ ସଲମାନ ଖାନ୍ ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମଟି  ବିଶ୍ବବ୍ୟାପି ମୋଟ୍ ୧,୦୫୦.୩୦ କୋଟି ସଂଗ୍ରହ କରିଥିଲା । ଯାହା ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। 

Also Read: Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ଜଲଓ୍ବା, ଦଶମ ଦିନରେ ଆୟ କଲା ଏତେ କୋଟି

ଏହାପରେ ଚଳିତ ମାସ ୭ ତାରିଖରେ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ଜଓ୍ବାନ୍' ରିଲିଜ୍ ହୋଇଛି । ଏହି ଫିଲ୍ମରେ ଶାହାରୁଖଙ୍କ ସମେତ ସିନେମାରେ ବିଜୟ ସେଠୁପାଠୀ (vijay sethupathi) ଓ ନୟନ୍ତରାଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦର୍ଶକେ ଦେଖିବାକୁ ମିଳିଛି । ଏବେ ସୁଧା ଫିଲ୍ମଟିର ମୋଟ କଲେକସନ୍ ୪୪୦.୪୮ କୋଟିରେ ପହଞ୍ଚିଛି ।  ତେବେ, ଏହାରି ଭିତରେ ଫ୍ୟାନ୍ସ ମାନଙ୍କୁ ଆଉ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଶାହାରୁଖ୍ । ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମର ଆଗାମୀ ଫିଲ୍ମ 'ଡୁଙ୍କି' (Dunki) ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ, ଡିସେମ୍ବର ୨୨ ରେ ରିଲିଜ୍ ହେବ । ଖ୍ରୀଷ୍ଟମାସ ଅବସରରେ କିଙ୍ଗ ଖାନଙ୍କ ଅଭିନୀତ ଏହି ଫିଲ୍ମ ପରଦାକୁ ଆସିବ । ତେବେ, ଏହି ଫିଲ୍ମ ପାଇଁ ଶାହାରୁକ୍ ୧୦୦ କୋଟି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।  

ତେବେ, ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର (Jeremy Wheeler) ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୩୦୦ କୋଟି ବଜେଟରେ ତିଆରି ହୋଇଛି ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।