Mind Game: ଏହି ଦିନ ରିଲିଜ୍ ହେବ ପାଟଣାଗଡ଼ ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ 'ମାଇଣ୍ଡ ଗେମ୍'
Advertisement
Article Detail0/zeeodisha/odisha1875387

Mind Game: ଏହି ଦିନ ରିଲିଜ୍ ହେବ ପାଟଣାଗଡ଼ ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ 'ମାଇଣ୍ଡ ଗେମ୍'

Entertainment News : ଓଡିଶା ମାଟିରେ ଘଟିଥିବା ସତ୍ୟ ଘଟଣାବଳୀକୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍' ରିଲିଜ୍ (Odia Film Mind Game) ହେବାକୁ ଯାଇଛି। ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା।  କେବେ ଏବଂ କେଉଁ ଦିନ ଏହି ଫିଲ୍ମଟି ମୁକ୍ତିଲାଭ କରିବ। ତେବେ, ଏହି ଫିଲ୍ମକୁ ନେଇ ଏକ ତାଜା ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Entertainment News:(ସୂର୍ଯ୍ୟ କୁମାର ମହାନ୍ତି, ଖୋର୍ଦ୍ଧା): ଓଡିଶା ମାଟିରେ ଘଟିଥିବା ସତ୍ୟ ଘଟଣାବଳୀକୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍' ରିଲିଜ୍ (Odia Film Mind Game) ହେବାକୁ ଯାଇଛି। ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା।  କେବେ ଏବଂ କେଉଁ ଦିନ ଏହି ଫିଲ୍ମଟି ମୁକ୍ତିଲାଭ କରିବ। ତେବେ, ଏହି ଫିଲ୍ମକୁ ନେଇ ଏକ ତାଜା ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି। 

Also Read: Dunki: 'ଜଓ୍ବାନ'ର ସଫଳତା ପରେ ଫି' ବଢାଇଲେ ଶାହାରୁକ୍, 'ଡୁଙ୍କି' ପାଇଁ ନେଇଛନ୍ତି ଏତେ କୋଟି

Also Read: Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ଜଲଓ୍ବା, ଦଶମ ଦିନରେ ଆୟ କଲା ଏତେ କୋଟି

ବହୁଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ଅଘଟଣ (Patnagarh Parcel Bomb case) ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନାହିଁ । ସେଦିନର ସେଇ ପରିକଳ୍ପିତ ସତ୍ୟ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା (Sridhar Martha, Film Producer) )ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ କରି ସାରିଛନ୍ତି । ଏହି ଚଳଚ୍ଚିତ୍ରଟି ବ୍ୟୟ ବହୁଳ ହୋଇଥିବା ବେଳେ ତେଲୁଗୁ ତଥା ବଲିଉଡ଼ର ଆଗଧାଡିର ତିନି ଜଣ ଅଭିନେତା ଏହି ଫିଲ୍ମରେ ଅଭିନୟ କରିଛନ୍ତି।  ଏବଂ ନିର୍ଦ୍ଦେଶକ ମଧ୍ୟ ବଲିଉଡ଼ର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ ମୁଖ୍ୟ ଚରିତ୍ରରେ ଅଛନ୍ତି । ଓଡ଼ିଶା ମାଟିର ପୁଅ ମନୋଜ ମିଶ୍ର (Manoj Mishra) ଯିଏ କି, ଉଭୟ ହିନ୍ଦୀ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଖୁବ ନାମୀ ଅଭିନେତା ଭାବରେ ସୁପରିଚିତ ।

 

ସେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।  କିଛି ମାସ ତଳେ 'ମାଇଣ୍ଡ ଗେମ୍' ର ଟ୍ରେଲର ରିଲିଜ୍ ହୋଇଥିଲା। ଏହି ଟ୍ରେଲଟି ଦର୍ଶକଙ୍କ ମନକୁ ଛୁଇଁଥିଲା। ଟ୍ରେଲର ଦେଖିବା ପରେ ଫିଲ୍ମଟିକୁ ଖୁବ୍ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ବର୍ଷ ପରେ ବର୍ଷ ଗଡି଼ ଚାଲିଥିବା ସତ୍ତ୍ବେ ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍'  ରିଲିଜ୍ ହେଉନଥିବାରୁ ଦର୍ଶକ ଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ତେବେ, ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍'ର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର ମାସରେ  ଏହି ଫିଲ୍ମଟି ମୁକ୍ତିଲାଭ କରିବ (Odia Film Mind Game Release on October)।