Nayanthara: ପଛରେ ପଡି଼ଲେ କିଆରା-ଆଲିଆ, ୫୦ ସେକେଣ୍ତର ବିଜ୍ଞାପନ ପାଇଁ ନୟନତାରା ନେଲେ ଏତେ କୋଟି
Advertisement

Nayanthara: ପଛରେ ପଡି଼ଲେ କିଆରା-ଆଲିଆ, ୫୦ ସେକେଣ୍ତର ବିଜ୍ଞାପନ ପାଇଁ ନୟନତାରା ନେଲେ ଏତେ କୋଟି

Nayanthara:  ମଡଲିଂ ଓ ଟେଲିଭିଜନ୍ ଇପସ୍ଥାପିକାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ଏବେ ସାଉଥ ଇଣ୍ତଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ। ସାଉଥ୍ ଫିଲ୍ମ ସହ ବଲିଉଡରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି ନୟନତାରା । ତେବେ, ନୟନତାରାଙ୍କୁ ନେଇ ଆଉ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। 

ସୌଜନ୍ୟ-ସୋସିଆଲ ମିଡିଆ

Nayanthara: ଅଭିନେତା ଓ ଅଭିନେତ୍ରୀମାନେ ଫିଲ୍ମ ଅପେକ୍ଷା ବିଜ୍ଞାପନ (advertisement)ରେ ଅଧିକ ଟଙ୍କା ଏବେ ଇନକମ୍ କରୁଛନ୍ତି। ବଲିଉଡରେ ନାମୀଦାମୀ ଷ୍ଟାର୍ ଦୀପିକା, କ୍ୟାଟ୍ରିନା, ଆଲିଆ ଭଟ୍ଟ ଏକ ବିଜ୍ଞାପନ ପାଇଁ ୫ କୋଟି ଟଙ୍କା ଚାର୍ଜ କରିଥାଆନ୍ତି । ଆଉ ଏହି ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ସାଉଥର ଲେଡି ସୁପରଷ୍ଟାର ନୟନତାରା(Nayanthara)।   ମଡଲିଂ ଓ ଟେଲିଭିଜନ୍ ଇପସ୍ଥାପିକାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ଏବେ ସାଉଥ ଇଣ୍ତଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ। ସାଉଥ୍ ଫିଲ୍ମ ସହ ବଲିଉଡରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି ନୟନତାରା । ତେବେ, ନୟନତାରାଙ୍କୁ ନେଇ ଆଉ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ନୟନତାରା ହାଇଏଷ୍ଟ୍ ପେଡେଡ୍ ଆକ୍ଟ୍ରେସ୍ ବୋଲି କୁହାଯାଇପାରିବ। 

ALSO READ: Today Horoscope: ବୃଷ ସହ ସାବଧାନ୍ ରୁହନ୍ତୁ ଏହି ୪ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

କାହିଁକିନା, ନୟନତାରା ଏକ ୫୦ ସେକେଣ୍ତର ବିଜ୍ଞାପନ ଲାଗି ୫ କୋଟି ଟଙ୍କା ନେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ସୂଚନା ଯୋଗ୍ୟ, ଏହି ୫୦ ସେକେଣ୍ତର ବିଜ୍ଞାପନ ଦୁଇ ଦିନ ଧରି ସୁଟ୍ ହୋଇଥିଲା।  ଏହା ତାମିଲ୍. ତେଲୁଗୁ, ମାଲାୟଲମ୍  ଓ କନ୍ନଡ ଭାଷାରେ ରିଲିଜ୍ ହୋଇଥିଲା। ଫିଲ୍ମ କଥା କହିଲେ , ନୟନତାରା ଗୋଟିଏ ଫିଲ୍ମ ଲାଗି ୧୦ରୁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି । ବଲିଉଡର ଆଗଧାଡିର ଅଭିନେତ୍ରୀ ଦୀପିକା,କରୀନା ବି ଏତେ କୋଟି ଚାର୍ଜ କରନ୍ତି ନାହିଁ। 

ନିକଟରେ ନୟନତାରାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏନେଇ ନୟନତାରା ଏକ ପୋଷ୍ଟ ଇନଷ୍ଟାରେ ସେୟାର କରିଥିଲେ। ଯେଉଁଥିରେ ଲେଖା ହୋଇଥିଲା କି 'ତାଙ୍କ ଆଖିରେ ଲୁହ ଥାଇ ମଧ୍ୟ ସେ ସବୁବେଳେ କହିବେ ମୁଁ ଏହା ପାଇ ସାରିଛି। ' ଏହା ସହ ନୟନତାରା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସ୍ବାମୀ ବିଗ୍ନେଶ ଶିବନଙ୍କୁ ଅନଫଲୋ କରିଛନ୍ତି। ନୟନତାରାଙ୍କ ଏଭଳି ପୋଷ୍ଟ ଫ୍ୟାନ୍ସଙ୍କ ମନ ଭାଙ୍ଗି ଦେଇଛି। ଏହି ପୋଷ୍ଟରୁ ଜଣାପଡୁଛି ଯେ, ନୟନତାରାଙ୍କ ବୌବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି।