Bollywood: ବଢି ଚାଲିଛି ‘ଗଦ୍ଦର ୨’ କ୍ରେଜ୍, ଖୁବଶୀଘ୍ର ୨୦୦ କୋଟି କ୍ଲବରେ ହେବ ସାମିଲ
Advertisement

Bollywood: ବଢି ଚାଲିଛି ‘ଗଦ୍ଦର ୨’ କ୍ରେଜ୍, ଖୁବଶୀଘ୍ର ୨୦୦ କୋଟି କ୍ଲବରେ ହେବ ସାମିଲ

Box Office Collection:  ‘ଗଦ୍ଦର-୨’ ରିଲିଜ ପରେ ଚାରିଆଡ଼େ ଚର୍ଚ୍ଚା । ସେପଟେ ଦର୍ଶକଙ୍କ ଭରପୂର ଭଲ ପାଇବା ସହ ଦିନକୁ ଦିନ ରେକର୍ଡ଼ ପରେ ରେକର୍ଡ ଭାଙ୍ଗି ଚାଲିଛି ସନ୍ନି ଦେଓଲ ଓ ଅମିଷା ପଟେଲ ଷ୍ଟାରର ଏହି ଫିଲ୍ମ । 

 

ସୌ(ସୋସିଆଲ ମିଡିଆ)

Gadar 2 Box Office Collection: ଦୀର୍ଘ ୨୨ ବର୍ଷ ପରେ ରିଲିଜ ହୋଇଛି ୨୦୦୧ ମସିହାର ସୁପଟହିଟ୍ ଫିଲ୍ମ ‘ଗଦ୍ଦର’ର ସିକ୍ବେଲ ‘ଗଦ୍ଦର-୨’ (Gadar 2 ) । ରିଲିଜ ପରେ ଫିଲ୍ମଟି ଚାରିଆଡ଼େ ଚର୍ଚ୍ଚା । ସେପଟେ ଦର୍ଶକଙ୍କ ଭରପୂର ଭଲ ପାଇବା ସହ ଦିନକୁ ଦିନ ରେକର୍ଡ଼ ପରେ ରେକର୍ଡ ଭାଙ୍ଗି ଚାଲିଛି ସନ୍ନି ଦେଓଲ (sunny deol) ଓ ଅମିଷା ପଟେଲ ଷ୍ଟାରର ଏହି ଫିଲ୍ମ । ସୂଚନା ଥାଉ କି, ‘ଗଦ୍ଦର-୨’ (Gadar 2) ରିଲିଜ ପୂର୍ବରୁ ସନ୍ନି ଦେଓଲ ଓ ଅମିଷା ପଟେଲ ଫିଲ୍ମର ପ୍ରମୋସନରେ ଲାଗି ପଡ଼ିଥିଲେ । ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ରିଲିଜ ଦିନ ଫିଲ୍ମଟି ୪୦.୧୦ କୋଟି ଟଙ୍କାର ଓପନିଂଙ୍ଗି କଲେକ୍ସସନ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଖିଲା । ଦ୍ୱିତୀୟ ଦିନରେ ଫିଲ୍ମଟି ୪୩.୦୮ କୋଟି ଓ ତୃତୀୟ ଦିନରେ ୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ସେହି ପରି ସେମବାର ଦିନ ଫିଲ୍ମଟି ପ୍ରାୟ ୩୯ କୋଟି ଟଙ୍କା ରୋଜଗାର କରିଥିଲା । ‘ଗଦର ୨’ ରିଲିଜ ହେବାର ୪ ଦିନ ମଧ୍ଯରେ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ସିନେମାଟି ଏବେ ସୁଦ୍ଧା ଭାରତରେ ପ୍ରାୟ ୧୭୩.୮୮ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡିଛି । ପଞ୍ଚମ ଦିନରେ ଫିଲ୍ମ ୫୫.୦୦ କୋଟି ଟଙ୍କାର ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି।

 

ସେପଟେ ସୁପରଷ୍ଟାର ରଜନୀକାନ୍ତଙ୍କ (rajinikanth) ଫିଲ୍ମ 'ଜେଲର'କୁ ନେଇ ମଧ୍ଯ ଚର୍ଚ୍ଚା ଲାଗି ରହିଛି। ରିଲିଜ୍ ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଢେର ଅଧିକ ରହିଥିଲା । ଏଥିସହିତ ଫିଲ୍ମଟି ରିଲିଜ ପରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ରଜନୀକାନ୍ତଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୪୮.୩୫ କୋଟି, ଦ୍ୱିତୀୟ ଦିନରେ ୨୫ କୋଟି ଟଙ୍କା ସଂଗ୍ରହ କରିଥିଲା।  ସେହିପରି ତୃତୀୟ ଦିନରେ ଜେଲର ୩୪ କୋଟି, ଚତୁର୍ଥ ଦିନରେ ୪୨ କୋଟି ବକ୍ସ ଓ ପଞ୍ଚମ ଦିନରେ ଫିଲ୍ମଟି ୨୮ କୋଟି ଟଙ୍କା ରୋଜଗାର କରିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଫିଲ୍ମଟି ୩୮ କୋଟି ଟଙ୍କା ରୋଜଗାର କରିବା ନେଇ ଅନୁମାନ କରାଯାଉଛି । ଯଦି ଏପରି ହୁଏ, ତାହାଲେ ‘ଜେଲର’ (jailer ) ରିଲିଜର ୬ ଦିନରେ ପ୍ରାୟ ୨୧୬ କୋଟି ଆୟ କରିବାକୁ ସକ୍ଷମ ହେବ । ଅନ୍ୟପଟେ ଫିଲ୍ମର ୱାର୍ଲଡ଼ୱାଇଡ଼ କଲେକ୍ସନ୍ ୪୦୦ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି।

 

 
 
 
 

 
 
 
 
 
 
 
 
 
 
 

A post shared by OMG 2 (@omg2film)

ଅନ୍ୟପଟେ, ଅକ୍ଷୟ କୁମାର (Akshay kumar), ପଙ୍କଜ ତ୍ରିପାଠୀ ଓ ୟାମୀ ଗୌତମ ଷ୍ଟାରର 'ଓଃ ମାଇଁ ଗଡ଼-୨ ' (OMG 2 ) ବକ୍ସ ଅଫିସ କଲେକ୍ସସନରେ ପଛରେ ପଡିଛି । ରିଲିଜର ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୧୦.୨୬ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୧୫.୩ କୋଟି, ତୃତୀୟ ଦିନରେ ୧୭.୫ କୋଟି ଟଙ୍କା, ଚତୁର୍ଥ ଦିନରେ ୧୨ କୋଟି ଓ ପଞ୍ଚମ ଦିନରେ ୨୦ କୋଟି ରୋଜଗାର କରିଛି । ୧୫୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ରିଲିଜ୍ ହେବାର ଦିନ ସୁଦ୍ଧା ୭୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ।